ଏତେ ପରିମାଣରେ ହେରୋଇନ ଗୁଜରାଟ ଦେଇ ଭାରତକୁ ପ୍ରବେଶର ଉଦ୍ଦେଶ୍ୟ କ’ଣ? ନିରଂଜନ ପଟ୍ଟନାୟକ

Published: Sep 28, 2021, 1:15 am IST

ଭୁବନେଶ୍ୱର: ୧ଲକ୍ଷ ୯୭ ହଜାର କୋଟିର ହେରୋଇନ ଭାରତ ଭିତରକୁ କିପରି ଆସିଲା ଏବଂ କାହା ମାଧ୍ୟମରେ ଆସିଲା, ଏବଂ କାହିଁକି କେନ୍ଦ୍ରର ମୋଦି ସରକାର ଚୁପ । ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୧ ତାରିଖ ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ଠାରେ ତିନି ହଜାର କିଲୋଗ୍ରାମର ହେରୋଇନ ଜବତ କରାଗଲା । ଏହାର ବଜାର ମୂଲ୍ୟ ପାଖାପାଖି ୨୧ ହଜାର କୋଟି ଟଙ୍କା ହେବ ।

ଠିକ୍ ସେହିଭଳି ଭାବରେ ଜୁନ ମାସ ୨୦୨୧ ମସିହାରେ ୨୫ ହଜାର କିଲୋଗ୍ରାମର ହେରାଇନ ଟେଲକମ ପାଉଡର ଖଣ୍ଡ (ଦେହ ମାଖା ପାଉଡର) ଆକାରରେ ଭାରତ ଭିତରକୁ ଆସିଥିବାର ସଂଦେହ କରାଯାଉଛି । ଯାହାର ବଜାର ମୂଳ୍ୟ ୧ଲକ୍ଷ ୭୫ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏ ପର୍ଯ୍ୟନ୍ତ ଏତେ ବଡ଼ ପରିମାଣରେ ହେରୋଇନ ପୃଥିବୀର କୌଣସି ବନ୍ଦରରେ କେବେହେଲେ ଜବତ କରାଯାଇ ନାହିଁ । ଏତେ ପରିମାଣରେ ହେରାଇନ କେଉଁ ଦେଶରୁ ଆସିଲା ଏବଂ ଏହାର ରପ୍ତାନୀକାରୀ କିଏ ସେ ସଂସ୍ଥାର ନାମ କଣ, ଏହା କେଉଁ ପୋଟରୁ ଭାରତ ଅଭିମୁଖେ ରପ୍ତାନୀ କରାଯାଇଥିଲା ଏବଂ ଭାରତରେ କେଉଁ ସଂସ୍ଥା ଏହାକୁ ଆମଦାନୀ କରୁଥିଲା ଏହା ଏତେ ପରିମାଣର ହେରୋଇନ ଆମଦାନୀ କରିବାର ଉଦ୍ଦେଶ୍ୟ କ’ଣ? ଏହି ସମସ୍ତ ହେରୋଇନ ଗୁଜୁରାଟର ଯେଉଁ ମୁନ୍ଦ୍ରା ପୋର୍ଟ ଦେଇ ଭାରତକୁ ପ୍ରବେଶ କରିଛି ଶିଳ୍ପପତି ଆଦାନୀ ଗ୍ରୁପ କମ୍ପାନୀ ଏହାକୁ ପରିଚାଳନା କରୁଛନ୍ତି ।

ଏତେ ପରିମାଣର ହେରୋଇନ ଭାରତ ଭିତରକୁ ପ୍ରବେଶ କରିବା ଏକ ବଡ଼ ଚିନ୍ତା ଏବଂ ଉଦ୍‌ବେଗର କାରଣ ବୋଲି ଶ୍ରୀ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି । ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ଏହି ହେରୋଇନ ଭାରତ ବର୍ଷର ଯୁବବର୍ଗଙ୍କର ଭବିଷ୍ୟତକୁ ଅନ୍ଧାକାର ମଧ୍ୟକୁ ଠେଲି ଦେବାପାଇଁ ଅଣାଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି । କିଭଳି ଭାବରେ ବନ୍ଦରର ଥିବା କର୍ମଚାରୀ ମାନେ ଏବଂ ଇଂଟେଲିଜେନ୍ସ ବିଭାଗ ତଥା ତଦାରଖିକାରୀ ବିଭାଗ ଏ ସମସ୍ତ ଘଟଣାକୁ ଜାଣି ପାରୁ ନାହାଁନ୍ତି? ନା ଜାଣିସୁଣି ଏଭଳି ଅନୈତିକ କାର‌୍ୟ୍ୟ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରିବା ଅନ୍ୟତମ ଏକ ଦିଗ କି? ଏଭଳି ସ୍ଥିତିରେ ଭାରତ ବର୍ଷର ପ୍ରଧାନ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ନିଜ ରାଜ୍ୟରେ ଏତେ ପରିମାଣରେ ହେରୋଇନ ଜବତ ହେଉଥିବା ବେଳେ ଏ ବାବଦରେ କୌଣସି ତଥ୍ୟ ନରଖିବା ଏହା ଦେଶବାସୀଙ୍କୁ ଅଧିକ ବିଷ୍ମିତ ଓ ଚିନ୍ତାଜନକ ସ୍ଥିତି ସୃଷ୍ଟିକରୁଛି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

Related posts