Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମିଳନୀରେ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ
ଅନ୍ତରାଷ୍ଟ୍ରୀୟ

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମିଳନୀରେ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ

October 9, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମିଳନୀରେ କଣ କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ

ନୂଆଦିଲ୍ଲୀ: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହିତ ଏକ ଟିମ ମଧ୍ୟ ଡେନମାର୍କରୁ ଆସିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଡେନମାର୍କ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଟିମ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ଚାରୋଟି ରାଜିନାମା ସ୍ବାକ୍ଷରିତ ହୋଇଛି।ଏହାପରେ ଉଭୟ ପ୍ରଧାନମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧୀତ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହିଲେ ତାହାର ଓଡିଆ ରୂପାନ୍ତର ହେଲା…

ମହାମହିମ ଡେନମାର୍କ ପ୍ରଧାନମନ୍ତ୍ରୀ, ଡେନମାର୍କରୁ ଆସିଥିବା ସମସ୍ତ ସାଥୀଗଣ

ନମସ୍କାର!

କରୋନା ମହାମାରୀ ଆରମ୍ଭ ହେବା ପୂର୍ବରୁ, ହାଇଦ୍ରାବାଦ ହାଉସ ନିୟମିତ ଭାବେ ସରକାରୀ ମୁଖ୍ୟ ଏବଂ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ବାଗତ କରିବାର ସାକ୍ଷୀ ରହିଆସିଛି। ବିଗତ ୧୮-୨୦ ମାସ ଧରି ଏହି ଧାରା ବନ୍ଦ ରହିଥିଲା। ମୁଁ ଖୁସି ଯେ ଏହି ଧାରା ପୁଣି ନୂଆ କରି ଆରମ୍ଭ ହୋଇଛି। ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଯାତ୍ରାରୁ ଏହି ଧାରା ଆରମ୍ଭ ହେବା ଖୁସିର ବିଷୟ।

ମହାମହିମ,

ଏହା ମଧ୍ୟ ସୁଖର ସଂଯୋଗ ଯେ ଏହା ଆପଣଙ୍କ ପ୍ରଥମ ଭାରତ ଗସ୍ତ। ଆପଣଙ୍କ ସହିତ ଆସିଥିବା ସମସ୍ତ ଡାନିସ ପ୍ରତିନିଧି ଏବଂ ବ୍ୟବସାୟ ନେତୃବର୍ଗମାନଙ୍କୁ ମଧ୍ୟ ମୁଁ ସ୍ବାଗତ କରୁଛି।

ବନ୍ଧୁଗଣ,

ଯଦିଓ ଆପଣଙ୍କ ଏବଂ ମୋ ଭିତରେ ଏହା ପ୍ରଥମ ପ୍ରତ୍ୟକ୍ଷ ସାକ୍ଷାତ, କିନ୍ତୁ କରୋନା କାଳଖଣ୍ଡରେ ମଧ୍ୟ ଭାରତ ଏବଂ ଡେନମାର୍କ ମଧ୍ୟରେ ସମ୍ପର୍କ ଓ ସହଯୋଗର ଧାରା ବଜାୟ ରହିଥିଲା। ଏପରିକି ଆଜକୁ ଏକ ବର୍ଷ ପୂର୍ବରୁ, ଆମେ ଆମର ଭର୍ଚୁଆଲ ଶିଖର ସମ୍ମିଳନୀରେ ଭାରତ ଏବଂ ଡେନମାର୍କ ମଧ୍ୟରେ ସବୁଜ ରଣନୈତିକ ଭାଗିଦାରୀ ପ୍ରତିଷ୍ଠା କରିବା ଲାଗି ଐତିହାସିକ ନିଷ୍ପତ୍ତି ନେଇଥିଲୁ। ଏହା ଆମ ଦୁଇ ଦେଶ ମଧ୍ୟରେ ଦୂରଗାମୀ ଚିନ୍ତାଧାରା ଏବଂ ପରିବେଶ ପ୍ରତି ସମ୍ମାନର ପ୍ରତୀକ ଅଟେ।

ସାମୁହିକ ପ୍ରୟାସ ମାଧ୍ୟମରେ, ପରିବେଶକୁ ସଂରକ୍ଷିତ ରଖାଯାଇ, ସବୁଜ ଅଭିବୃଦ୍ଧି ହାସଲ କରିବା ଲାଗି କିଭଳି କାମ କରାଯାଇପାରିବ, ଏହି ଭାଗିଦାରୀ ତାହାର ଏକ ଉଦାହରଣ। ଆଜି ଆମେ ଏହି ଭାଗିଦାରୀ ଅନ୍ତର୍ଗତ ହୋଇଥିବା ଅଗ୍ରଗତି ସମୀକ୍ଷା ମଧ୍ୟ କରିଛୁ ଏବଂ ଆଗାମୀ ଦିନରେ ଜଳବାୟୁ ସଂରକ୍ଷଣ ପାଇଁ ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଛୁ। ଏହି ସନ୍ଦର୍ଭରେ, ଏହା ମଧ୍ୟ ଅତ୍ୟନ୍ତ ଖୁସିର ବିଷୟ ଯେ ଡେନମାର୍କ ଅନ୍ତର୍ଜାତୀୟ ସୌର ମେଣ୍ଟର ସଦସ୍ୟ ହୋଇଛି। ଆମ ସହଯୋଗରେ ଏହା ଏକ ନୂତନ ଦିଗ ଭାବେ ଯୋଡ଼ି ହୋଇଛି।

ବନ୍ଧୁଗଣ,

ଡାନିଶ କମ୍ପାନୀଗୁଡ଼ିକ ପାଇଁ ଭାରତ ନୂଆ ନୁହେଁ। ଇନ୍ଧନ, ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକ୍ସ, ଭିତ୍ତିଭୂମି, ମେସିନାରୀ, ସଫ୍ଟୱେର୍ ଆଦି ଅନେକ କ୍ଷେତ୍ରରେ ଡାନିଶ କମ୍ପାନୀଗୁଡ଼ିକ ଦୀର୍ଘ ସମୟ ଧରି ଭାରତରେ କାମ କରୁଛନ୍ତି। ସେମାନେ କେବଳ ‘ମେକ୍ ଇନ୍ ଇଣ୍ଡିଆ’ ନୁହେଁ ବରଂ ‘ମେକ୍ ଇନ ଇଣ୍ଡିଆ ଫର ଦ ଓ୍ବର୍ଲ୍ଡ’କୁ ସଫଳ କରିବା ଲାଗି ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଭାରତର ପ୍ରଗତି ପାଇଁ ଆମର ଯାହା ଦୂରଦୃଷ୍ଟି ରହିଛି, ଯେଉଁ ବ୍ୟାପକତା ଏବଂ ଗତିରେ ଆମେ ଆଗକୁ ବଢ଼ିବା ଲାଗି ଚାହୁଁଛୁ, ସେଥିରେ ଡାନିଶ ବିଶେଷଜ୍ଞତା ଏବଂ ଡାନିଶ ପ୍ରଯୁକ୍ତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଭାରତର ଅର୍ଥବ୍ୟବସ୍ଥାରେ ଆସିଥିବା ସଂସ୍କାର, ବିଶେଷ କରି ଉତ୍ପାଦନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ, ଏପରି କମ୍ପାନୀଗୁଡ଼ିକ ଲାଗି ଅପାର ସୁଯୋଗ ସୃଷ୍ଟି କରିଛି। ଆଜିର ସାକ୍ଷାତ ଆଲୋଚନା ସମୟରେ ଆମେ ଏପରି କିଛି ସୁଯୋଗ ବିଷୟରେ ଆଲୋଚନା କରିଛୁ।

ବନ୍ଧୁଗଣ,

ଆମେ ଆଜି ଆଉ ଏକ ନିଷ୍ପତ୍ତି ମଧ୍ୟ ଗ୍ରହଣ କରିଛୁ। ଆମେ ନିଜ ସହଯୋଗ ପରିଧିକୁ ଦୀର୍ଘସ୍ଥାୟୀ ଭାବେ ବିସ୍ତାରିତ କରିବୁ, ସେଥିରେ ନୂତନ ଅଧ୍ୟାୟ ଯୋଡ଼ି ଚାଲିବୁ। ସ୍ବାସ୍ଥ୍ୟ କ୍ଷେତ୍ରରେ ଆମେ ଏକ ନୂତନ ଭାଗିଦାରୀ ଆରମ୍ଭ କରିଛୁ। ଭାରତରେ କୃଷି ଉତ୍ପାଦକତା ଏବଂ କୃଷକମାନଙ୍କ ଆୟ ବୃଦ୍ଧି ଲାଗି, କୃଷି ସମ୍ବନ୍ଧୀୟ ପ୍ରଯୁକ୍ତିରେ ମଧ୍ୟ ଆମେ ସହଯୋଗ କରିବା ଲାଗି ନିଷ୍ପତି ଗ୍ରହଣ କରିଛୁ। ଏହା ଅଧୀନରେ, ଖାଦ୍ୟ ସୁରକ୍ଷା, ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ, ସାର, ମତ୍ସ୍ୟପାଳନ, ଆକ୍ବାକଲ୍‌ଚର୍, ଆଦି ଅନେକ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ ନିମନ୍ତେ କାର‌୍ୟ୍ୟ କରିବୁ। ଆମେ ସ୍ମାର୍ଟ ଜଳ ସମ୍ପଦ ପରିଚାଳନା, ‘ବର୍ଜ୍ୟରୁ ସମ୍ପଦ’, ଏବଂ ଦକ୍ଷ ଯୋଗାଣ ଶୃଙ୍ଖଳ ଭଳି କ୍ଷେତ୍ରରେ ମଧ୍ୟ ସହଯୋଗ ଜାରି ରଖିବୁ।

ବନ୍ଧୁଗଣ,

ଆଜିର ଆଲୋଚନାରେ ଆମେ ଅନେକ କ୍ଷେତ୍ରୀୟ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ବିସ୍ତୃତ ଭାବେ ଏବଂ ଅତ୍ୟନ୍ତ ଉପଯୋଗୀ ଆଲୋଚନା କରିଛୁ। ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଡେନମାର୍କ ପକ୍ଷରୁ ଭାରତକୁ ଦୃଢ଼ ସମର୍ଥନ ମିଳୁଛି। ଏଥିପାଇଁ ମୁଁ ବିଶେଷ ଭାବେ ଡେନମାର୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିବା ଲାଗି ଚାହୁଁଛି। ଭବିଷ୍ୟତରେ ମଧ୍ୟ ଆମେ ଦୁଇଟି ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରିତ ରାଷ୍ଟ୍ର, ନିୟମ ଆଧାରିତ ବ୍ୟବସ୍ଥାରେ ବିଶ୍ବାସ କରୁଥିବା ଦେଶ ଭାବେ ପରସ୍ପର ସହିତ ଏହି ମଜବୁତ ସହଯୋଗ ଏବଂ ସମନ୍ବୟ ବଜାୟ ରଖି କାମ କରିବୁ।

ମହାମହିମ,

ପରବର୍ତ୍ତୀ ଭାରତ-ନର୍ଡିକ ଶିଖର ସମ୍ମିଳନୀକୁ ଆୟୋଜନ କରିବା ଏବଂ ମୋତେ ଡେନମାର୍କ ଯାତ୍ରା ପାଇଁ ନିମନ୍ତ୍ରଣ କରିବା ଲାଗି ମୁଁ କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି। ଆଜିର ଅତ୍ୟନ୍ତ ଉପଯୋଗୀ ଆଲୋଚନା ଏବଂ ଆମର ଦ୍ବିପାକ୍ଷିକ ସହଯୋଗରେ ନୂତନ ଅଧ୍ୟାୟ ଯୋଡ଼ିଥିବା ସମସ୍ତ ନିର୍ଣ୍ଣୟ ଉପରେ ଆପଣଙ୍କ ସକାରାତ୍ମକ ବିଚାର ପାଇଁ ମୁଁ ହୃଦୟରୁ ଆପଣଙ୍କୁ କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି।

ବହୁତ ବହୁତ ଧନ୍ୟବାଦ!

Denmark ଡେନମାର୍କ ଡେନମାର୍କ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.