ମୋହନ ଭାଗବତଙ୍କୁ ଭେଟିଲେ ରତନ ଟାଟା

Published: Apr 19, 2019, 1:16 pm IST
ratan tata meets rss chief mohan bhagabat

ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟା ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ନାଗପୁର ସ୍ଥିତ ଆରଏସ୍‌ଏସ୍‌ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ହୋଇଥିବା ବେଳେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା। ବୈଠକ ପରେ ଟାଟା ଏହାକୁ ଏକ ସୌଜନ୍ୟ ମୂଳକ ସାକ୍ଷାତ ବୋଲି କହିଥିଲେ। ଆରଏସ୍‌ଏସ୍‌ ମୁଖ୍ୟାଳୟକୁ ଏହା ଟାଟାଙ୍କର ଦ୍ବିତୀୟ ଗସ୍ତ। ପୂର୍ବରୁ ଆରଏସ୍‌ଏସ୍‌ ନେତା ନାନା ପାଲକାରଙ୍କ ଜନ୍ମ ଦିବସରେ ଦୁଇ ବର୍ଷ ପୂର୍ବେ ଟାଟା ପ୍ରଥମ ଥର ଗସ୍ତ କରିଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ବ୍ୟବସାୟୀଙ୍କ ସହାୟତା ହାସଲର ପ୍ରୟାସ କରୁଥିବା ବେଳେ ଏହି ବୈଠକ ଚର୍ଚ୍ଚା ସୃଷ୍ଟି କରିଛି। ପୂର୍ବରୁ ମୁକେଶ ଅମ୍ବାନୀ କଂଗ୍ରେସର ମିଲିନ୍ଦ ଦେଓରାଙ୍କ ପାଇଁ ନିଜ ସମର୍ଥନ ଘୋଷଣା କରିଥିଲେ।

Related posts