ମଣ୍ଟେକାର୍ଲୋ ଟେନିସ୍‌ : ନାଦାଲଙ୍କ ସହଜ ବିଜୟ

Published: Apr 19, 2019, 4:31 pm IST

ଆଣ୍ଠୁ ଆଘାତରୁ ପ୍ରତ୍ୟାବର୍ତ୍ତନ କରିଥିବା ପୂର୍ବତନ ଏକ ନମ୍ବର ଟେନିସ୍‌ ଷ୍ଟାର ରାଫେଲ ନାଦାଲ ମଣ୍ଟେ କାର୍ଲୋ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ସହଜ ବିଜୟ ହାସଲ କରିଛନ୍ତି। ପ୍ରଥମ ରାଉଣ୍ଡରେ ନାଦାଲ ସମ୍ପୂର୍ଣ୍ଣ ଏକ ପାଖିଆ ମୁକାବିଲାରେ ରବର୍ଟୋ ବାଟିଷ୍ଟାଙ୍କୁ ପରାସ୍ତ କରିଛନ୍ତି। ୬-୧, ୬-୧ ବ୍ୟବଧାନରେ ନାଦାଲ ବିଜୟୀ ହୋଇଥିଲେ। ଉଭୟ ସେଟ୍‌ରେ ନାଦାଲ ୫ଟି ଲେଖାଏଁ ପଏଣ୍ଟ ବ୍ରେକ୍‌ କରିଥିଲେ। ଏହି ବିଜୟ ସହିତ ପୁନର୍ବାର ଆନ୍ତର୍ଜାତିକ ସର୍କିଟ୍‌କୁ ନାଦାଲ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମ୍ୟାଚ୍‌ଟି ଶେଷ କରିବା ପାଇଁ ୩୨ ବର୍ଷ ବୟସ୍କ ନାଦାଲଙ୍କ ୭୬ ମିନିଟ୍‌ ସମୟ ଲାଗିଥିଲା। ୧୭ଟି ଗ୍ରାଣ୍ଡସ୍ଲାମ୍‌ ବିଜେତା ନାଦାଲ ମଣ୍ଟେ କାର୍ଲୋରେ ୬୯-୪ର ବିଜୟ ରେକର୍ଡ ରଖିଛନ୍ତି। ସେହିପରି ପ୍ରଥମ ଦିନରେ ଅନ୍ୟତମ ଖେଳାଳି ଡୋମିନିକ୍‌ ଥିମ୍‌ ମଧ୍ୟ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଥିମ୍‌ ମାର୍ଟିନ୍‌ କ୍ଲିଜାନ୍‌ଙ୍କଗୁ ୬-୧, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି।

Related posts