Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଭୁବନେଶ୍ୱରରେ ବିଜୟ ଉତ୍ସବ ପାଳନ
ଆଜିର ଖବର

ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଭୁବନେଶ୍ୱରରେ ବିଜୟ ଉତ୍ସବ ପାଳନ

December 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଐତିହାସିକ କୃଷକ ଆନ୍ଦୋଳନର ଅଦ୍ଭୁତପୂର୍ବ ବିଜୟ ପରିପ୍ରେକ୍ଷୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିଜୟ ଉତ୍ସବ ପାଳନ ହୋଇଯାଇଛି। ଏହି ବିଜୟ ସଭାରେ କୃଷକ ଏବଂ ଶ୍ରମିକ ନେତାମାନେ ସମବେତ ହୋଇ ବକ୍ତବ୍ୟ ରଖି କହିଥିଲେ ଯେ, ଜନ ଆନ୍ଦୋଳନର ଚାପ ଆଗରେ ମୋଦି ସରକାର ମୁଣ୍ଡ ନୁଆଁଇ ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି।

କୃଷକ ବିରୋଧୀ କର୍ପୋରେଟ ସପକ୍ଷବାଦୀ ତିନି କୃଷି ଆଇନକୁ ସଂସଦରେ ରଦ୍ଦ କରିବା ପାଇଁ ବାଧ୍ୟ ହୋଇଛନ୍ତି। ଏହା ସହିତ ସବୁ ଫସଲର ଏମ୍‌ଏସ୍‌ପି ପାଇଁ ଆଇନଗତ ଗ୍ୟାରେଣ୍ଟି କରିବା, ଜନବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୦କୁ ପ୍ରତ୍ୟାହାର କରିବା, ଆନ୍ଦୋଳନରତ କୃଷକମାନଙ୍କ ଉପରେ ହୋଇଥିବ ମୋକଦ୍ଦମା ଗୁଡ଼ିକୁ ପ୍ରତ୍ୟାହାର କରିବା, ଦିଲ୍ଲୀ ପାଶ୍ୱର୍ବର୍ତ୍ତୀ ରାଜ୍ୟମାନଙ୍କରେ ନଡ଼ା ଜାଳିବା ପାଇଁ ଚାଷୀମାନଙ୍କ ଉପରେ ହୋଇଥିବା ଦଣ୍ଡବିଧାନ ଆଇନକୁ ପ୍ରତ୍ୟାହାର କରିବା ଇତ୍ୟାଦି ଦାବିଗୁଡ଼ିକୁ ପୂରଣ କରିବା ନିମନ୍ତେ ଭାରତ ସରକାର ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଏକ ଚିଠିରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଲିଖିତ ପ୍ରତିଶ୍ରୁତିକୁ ଆଧାର କରି କୃଷକ ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ଏବଂ ଦିଲ୍ଲୀ ସୀମାନ୍ତରୁ ଚାଷୀମାନେ ନିଜ ନିଜ ଗାଁକୁ ଫେରିବା ଆରମ୍ଭ କରିଛନ୍ତି। ପୁଣି ସଂଯୁକ୍ତ କିଷାନ ମୋର୍ଚ୍ଚାର ପରବର୍ତ୍ତୀ ବୈଠକ ଜାନୁୟାରୀ ୧୫ ତାରିଖରେ ଅନୁଷ୍ଠିତ ହୋଇ ଆନ୍ଦୋଳନର ସମୀକ୍ଷା କରିବା ସହିତ ପରବର୍ତ୍ତୀ କାର୍ଯ୍ୟକ୍ରମ ଘୋଷଣା କରାଯିବ।

ଆଜି ସାରା ଦେଶରେ ବିଜୟ ଦିବସ ପାଳନ ଅବସରରେ ଆନ୍ଦୋଳନକାରୀ କୃଷକ ଏବଂ ଲଗାତର ଭାବେ ସମର୍ଥନ ଦେଇଥିବା ଶ୍ରମିକ, ମହିଳା, ଯୁବଛାତ୍ର ଓ ଗଣତାନ୍ତ୍ରିକ ଶକ୍ତିମାନଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ସ୍ପଷ୍ଟ ଭାବରେ କହିଛି ଯେ, କୃଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭବିଷ୍ୟତର ଆନ୍ଦୋଳନ ପାଇଁ ସଂଯୁକ୍ତି କିଷାନ ମୋର୍ଚ୍ଚାର ଆବଶ୍ୟକତା ଅପରିହାର୍ଯ୍ୟ ଅଟେ।

ଆଜି ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, ଶ୍ରୀକାନ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ରାଉତ, ଜଗନ୍ନାଥ ମିଶ୍ର, ସନ୍ତୋଷ ରଥ, ରାଧାକାନ୍ତ ସେଠି, ନାରାୟଣ ରେଡ଼ି, ପୁଷ୍ପା ଦାସ, ମହେନ୍ଦ୍ର ପରିଡ଼ା, ମହମ୍ମଦ ସୁକ୍ରୁ, ଡଃ ଶ୍ରୀଚରଣ ବେହେରା, ରମେଶ ଜେନା, ଦେବପ୍ରସାଦ ରାୟ ମହାପାତ୍ର, ନିରଞ୍ଜନ ମହାନ୍ତି, ଅରୁଣ ଜେନା, ହେନା ବାରିକ, ବିଶ୍ୱପ୍ରିୟ କାନନୁଗୋ, ପ୍ରଶାନ୍ତ ପାଇକରାୟ, ଦୁର୍ଗାପ୍ରସାଦ ଦାସ, ସୁଦର୍ଶନ ପ୍ରଧାନ, ପ୍ରଭାସ ମହାପାତ୍ର, ଅଶୋକ ସାହୁ, ପ୍ରଭାତ ପାଣିଗ୍ରାହୀ, ମାନସ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ପାଢୀ, ଚାମ୍ବୁର ସୋରେନ, ରବୀନ୍ଦ୍ର ଟୁଡ଼ୁ ପ୍ରମୁଖ ବହୁ ନେତୃତ୍ୱ ବକ୍ତବ୍ୟ ଦେଇଥିଲେ। ନରେନ୍ଦ୍ର ମହାନ୍ତି ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ।

ବିଜୟ ଉତ୍ସବ ଭୁବନେଶ୍ୱର ସଂଯୁକ୍ତ କିଷାନ ମୋର୍ଚ୍ଚା
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.