Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜୱାଦ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ, ଜାଣନ୍ତୁ ରାଜ୍ୟ ସରକାରଙ୍କ ସହ କଣ କଲେ ଆଲୋଚନା
ବିଶେଷ ଖବର

ଜୱାଦ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ, ଜାଣନ୍ତୁ ରାଜ୍ୟ ସରକାରଙ୍କ ସହ କଣ କଲେ ଆଲୋଚନା

December 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜୱାଦ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ, ଜାଣନ୍ତୁ ରାଜ୍ୟ ସରକାରଙ୍କ ସହ କଣ କଲେ ଆଲୋଚନା

ଭୁବନେଶ୍ୱର: ଘୂର୍ଣ୍ଣିଝଡ ଜୱାଦ କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ଦୁଇ ଦିନିଆ କ୍ଷେତ୍ର ପରିଦର୍ଶନ ପରେ ଆଜି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଗ୍ରାଉଣ୍ଡ ଜିରୋ ସ୍ତରରେ ପରିସ୍ଥିତି ଦେଖିବା ପରେ ସେମାନେ ଲୋକସେବା ଭବନରେ ଆୟୋଜିତ ଏହି ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଫସଲ ଋତୁରେ ପ୍ରାରମ୍ଭିକ ମାସରେ ନିଅଣ୍ଟ ବର୍ଷା ହେତୁ ଅନେକ ଜିଲ୍ଲାରେ ବମ୍ପର ଫସଲ ହୋଇଥିଲା।

ଫସଲଗୁଡିକ ପାଚିବା ଅବସ୍ଥାରେ ଥିବା ବେଳେ ପ୍ରବଳ ବର୍ଷା ସହିତ ଓଡ଼ିଶା ଉପକୂଳ ସୃଷ୍ଟ ଏହି ଘୂର୍ଣ୍ଣିବଳୟ ବହୁ କ୍ଷତି କରିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀଙ୍କୁ ଫସଲ ଅମଳ କରି ନିରାପଦ ସ୍ଥାନକୁ ଆଣିବା ପାଇଁ ଉପଦେଶ ଦିଆଯାଇଥିଲା। ଫଳରେ କୃଷକମାନେ ମଧ୍ୟ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ସମସ୍ତ ପାଚିଲା ଫସଲ ଅଳ୍ପ ସମୟ ମଧ୍ୟରେ ଅମଳ କରାଯାଇ ସଂଗ୍ରହ କରାଯାଇ ପାରିଲା ନାହିଁ।

କୃଷି ଏବଂ କୃଷକ ସଶକ୍ତିକରଣ ସଚିବ ସୁରେଶ କୁମାର ବଶିଷ୍ଟା ଆକଳନ କରିଛନ୍ତି ଯେ ଧାନ ଏବଂ ଅନ୍ୟାନ୍ୟ ପ୍ରମୁଖ ଖରିଫ ଫସଲ ବ୍ୟତୀତ ପ୍ରବଳ ବର୍ଷା ଦ୍ବାରା ବାଇଗଣ , କୋବି, ଆଳୁ, ଚିନାବାଦାମ ଏବଂ ଅନ୍ୟାନ୍ୟ ପ୍ରମୁଖ ପନିପରିବା ମଧ୍ୟ ଗୁରୁତର କ୍ଷତି ଘଟାଇଛି।

ଉନ୍ନୟନ କମିଶନର ଜେନା କହିଛନ୍ତି ଜମିରେ ଜଳ ଥିବାରୁ ଚାଷୀମାନେ ମଧ୍ୟ ରବି ଫସଲ ପାଇଁ ବିହନ ବୁଣି ପାରିବେ ନାହାଁନ୍ତି। ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି, ଫେବୃଆରୀ ମଧ୍ୟ ଭାଗରେ ତାପମାତ୍ରା ବଢୁଥିବାରୁ ବିଳମ୍ବିତ ରବି ଫସଲ ପାଇଁ ଓଡ଼ିଶାର ଜଳବାୟୁ ମଧ୍ୟ ଅନୁକୂଳ ହୋଇପାରିବ ନାହିଁ।

ବାତ୍ୟା ବର୍ଷା ଯୋଗୁଁ ତ୍ରୁଣମୂଳ ସ୍ତରରେ ଚାଷୀଙ୍କ ପାଇଁ ବହୁ କ୍ଷୟକ୍ଷତି ହୋଇଥିବା ଏହି ଦଳ ମୁଖ୍ୟ ଯୁଗ୍ମ ସଚିବ ସୌରଭ ରାୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କ୍ଷତିଗ୍ରସ୍ତ ପରିବାରମାନେ ସରକାରୀ ସହାୟତା ଏବଂ ସାହାଯ୍ୟ ଆବଶ୍ୟକ ରହିଛି।

ବୈଠକରେ ହୋଇଥିବା ଆଲୋଚନାରେ ଦର୍ଶାଯାଇଛି ଯେ ଆଖି ଦେଖା ଆକଳନ ଅନୁଯାୟୀ ବାରଟି ଜିଲ୍ଲାର ପ୍ରାୟ 131 ଟି ବ୍ଲକର 5.78 ଲକ୍ଷରୁ ଅଧିକ ହେକ୍ଟରରେ ପାଚିଲା ଫସଲ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଭଦ୍ରକ, ପୁରୀ, କଟକ, ବାଲେଶ୍ବର, କେନ୍ଦ୍ରାପଡା, କେଉଁଝର, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଯାଜପୁର ଏବଂ ମୟୂରଭଞ୍ଜ। କ୍ଷେତ୍ର ପରିଦର୍ଶନ ସ୍ତରର ମୂଲ୍ୟାୟନ କରାଯାଉଛି ଏହା ସାତ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରେ କୁହାଯାଇଛି। ଏହି ମୂଲ୍ୟାୟନ ଶେଷ ହେବା ପରେ ସବିଶେଷ କ୍ଷୟକ୍ଷତି ରିପୋର୍ଟ ଦଳକୁ ପଠାଯିବ ବୋଲି କୁହାଯାଇଛି।

ଗୃହ ବିଭାଗ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଛଅ ଜଣଆ ଦଳ ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ସ୍ବତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନାଙ୍କ ସହ ପ୍ରାଥମିକ ଆଲୋଚନା କରିଥିଲେ। ଏହା ପରେ ତିନୋଟି ଉପ-ଦଳରେ ବିଭକ୍ତ ହୋଇ ସେମାନେ ବିଭିନ୍ନ ଜିଲ୍ଲା ପରିଦର୍ଶନ କରିଥିଲେ। ଏମାନେ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।

ଓଡିଶା ଖବର କେନ୍ଦ୍ରୀୟ ଦଳ ଜୱାଦ ବାତ୍ୟା କ୍ଷୟକ୍ଷତି ବାତ୍ୟା କ୍ଷୟକ୍ଷତି ଆକଳନ ମୁଖ୍ୟଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Latest News

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.