Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ଜଜାଙ୍ଗ ଖଣିକୁ “କଳିଙ୍ଗ ସୁରକ୍ଷା’’ ପୁରସ୍କାର
ଆଜିର ଖବର

ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ଜଜାଙ୍ଗ ଖଣିକୁ “କଳିଙ୍ଗ ସୁରକ୍ଷା’’ ପୁରସ୍କାର

December 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ଜଜାଙ୍ଗ ଖଣିକୁ “କଳିଙ୍ଗ ସୁରକ୍ଷା’’ ପୁରସ୍କାର

ଭୁବନେଶ୍ୱର: ସୁରକ୍ଷା ବ୍ୟବସ୍ଥାରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ଜଜାଙ୍ଗ ମାଇନ୍ସକୁ ସ୍ୱର୍ଣ୍ଣ ବର୍ଗରେ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ନ୍ୟୁ ମାରିଅନ ହୋଟେଲରେ ଆୟୋଜିତ ଜାତୀୟ ସୁରକ୍ଷା ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କଠାରୁ ଜଜାଙ୍ଗ ମାଇନ୍ସର ସହଯୋଗୀ ଉପାଧ୍ୟକ୍ଷ ଅଖିଳେଶ କୁମାର ଏବଂ ସୁରକ୍ଷା ବିଭାଗ ମୁଖ୍ୟ ବସନ୍ତ ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ବାଂଲାଦେଶର ଡେପୁଟି ଉଚ୍ଚାୟୁକ୍ତ ତୋଫିକ୍ ହାସନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅପରେଶନ ମୁଖ୍ୟ ବି. ଆର୍‌. କେ. ପାଢ଼ୀଙ୍କ ତତ୍ତ୍ୱାବଧାନରେ ଜଜାଙ୍ଗ ମାଇନ୍ସ ଏହି ପୁରସ୍କାର ହାସଲ କରିପାରିଛି ।

ଜେଏସ୍‌ଡବ୍ଲ୍ୟୁ ଓଡ଼ିଶା ଶାଖାର ଚିଫ୍ ଅପରେଟିଂ ଅଫିସର ରଞ୍ଜନ ନାୟକ ଏହି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଜେଏସ୍‌ଡବ୍ଲ୍ୟୁ ସର୍ବଦା ଏହାର ନୂଆ ଉଦ୍ଭାବନ ଏବଂ ଦୀର୍ଘସ୍ଥାୟୀ
କାର୍ଯ୍ୟ ପାଇଁ ପରିଚିତ । ଏହି ପୁରସ୍କାର ଜେଏସ୍‌ଡବ୍ଲ୍ୟୁ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ବୋଲି ଶ୍ରୀଯୁକ୍ତ ନାୟକ କହିଛନ୍ତି । ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍ ପ୍ରତ୍ୟେକ
ଦିନ ଏହାର କାର୍ଯ୍ୟଦକ୍ଷତା ବୃଦ୍ଧି କରିବ । କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କମ୍ପାନୀ ସର୍ବଦା ସମସ୍ତ ୟୁନିଟ୍‌ରେ ନିରାପତ୍ତା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଆସିଛି ବୋଲି ସେ ପ୍ରକାଶ କରିଛନ୍ତି ।

“କଳିଙ୍ଗ ସୁରକ୍ଷା ପୁରସ୍କାର’’ ଭାରତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବେ ପରିଗଣିତ। ଏହା ବିଭିନ୍ନ ବର୍ଗ ଯଥା ବିପଦ ଚିହ୍ନଟ ଏବଂ ପ୍ରତିକାର ବ୍ୟବସ୍ଥା, ସୁରକ୍ଷାରେ ମାନକ ସଞ୍ଚାଳନ ପ୍ରକ୍ରିୟା(ଏସ୍‌ଓପି), ଜରୁରକାଳୀନ ପଦକ୍ଷେପ ଆଦିରେ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକୁ ମାନ୍ୟତା ଦେଇଥାଏ । ଏଥିସହ ନିରାପତ୍ତା ବ୍ୟବସ୍ଥାରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା ଶିଳ୍ପଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଖଣି ଅଞ୍ଚଳରେ କୌଣସି ଅସୁରକ୍ଷିତ କାର୍ଯ୍ୟକୁ ଟ୍ରାକ୍ କରି ଠିକ୍‌ ସମୟରେ ତାହାର ସମାଧାନ କରିବା ନିମନ୍ତେ ଓଡ଼ିଶାରେ ଜେଏସ୍‌ଡବ୍ଲ୍ୟୁ ମାଇନ୍ସର ଅନ୍‌ଲାଇନ ସୁରକ୍ଷା ନୀରିକ୍ଷଣ ଆପ୍ଲିକେଶନ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ୨୪ ଘଣ୍ଟାରେ ଦ୍ୱିତୀୟ ଭୂକମ୍ପ

September 12, 2026

କେନାଲରେ ବୁଡି ଭାଇ ଭଉଣୀ ମୃତ

September 12, 2026

ଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ

September 12, 2026

ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

September 12, 2026
Latest News

ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ୨୪ ଘଣ୍ଟାରେ ଦ୍ୱିତୀୟ ଭୂକମ୍ପ

September 12, 2026

କେନାଲରେ ବୁଡି ଭାଇ ଭଉଣୀ ମୃତ

September 12, 2026

ଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ

September 12, 2026

ଇତିହାସରେ ପ୍ରଥମ : ନିଜ ଦେଶରେ ଅତିଥି ଡ୍ରେସିଂ ରୁମ୍‌ରେ ରହିବ ଇଣ୍ଡିଆ

September 12, 2026

ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.