ଜୁନିୟର କ୍ଲର୍କଙ୍କ ଦୁଇଟି ଦୁଇ ମହଲା ଘର ଉପରେ ଭିଜିଲାନସ ଚଢାଉ

Published: Dec 30, 2021, 12:35 pm IST

ବ୍ରହ୍ମପୁର: ଆଜି ସକାଳୁ ବ୍ରହ୍ମପୁର ଭିଜିଲାନ୍ସ ଏକ ଚଢାଉ କରି କିଛି ଆୟ ବହିଃଭୂତ ସଂପତ୍ତି ଠାବ କରିବାରେ ସଫଳ ହୋଇଛି। ଏହି ଚଢାଉ ଆର ଆଣ୍ଡ ବି ଡିଭିଜନର ଜୁନିୟର କ୍ଲର୍କ କାମରାଜୁ ଦାସଙ୍କ ଘରେ କରାଯାଇଛି। ଏଥିରେ ଦୁଇଜଣ ଡିଏସପି, 5 ଜଣ ଇନସ୍ପିକ୍ଟର ସହ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ତାଙ୍କର ଘରେ ଚଢାଉ ଜାରି ରହିଥିବାରୁ ସଂପୂର୍ଣ୍ଣ ସଂପତ୍ତି ଆକଳନ କରାଯାଇ ପାରି ନାହିଁ। ତେବେ ତାଙ୍କର ଦୁଇଟି ଦୁଇ ମହଲା କୋଠା ଉପରେ ଏକ କାଳୀନ ଚଢାଉ କରାଯାଇଛି। ସେହିପରି ତାଙ୍କର ବ୍ରହ୍ମପୁର ଆଙ୍କୁଲି ସହିତ ଆର ଆଣ୍ଡ ବି ଅଫିସରେ ମଧ୍ୟ ଏହି ଚଢାଉ ଜାରି ରହିଛି। ଆଜି  ସଂଧ୍ୟାରେ ସଂପତ୍ତି ବିବରଣୀ ଆସିବ ବୋଲି ଜଣାପଡିଛି।

Related posts