Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲାଗୁ ହେଲା ନୂଆ ଖାଉଟି ସୁରକ୍ଷା ଆଇନ, ଆୟୋଗଙ୍କ ଅଧିକାର କ୍ଷେତ୍ର ନେଇ ହେଲା ନୂଆ ନିୟମ
ଜାତୀୟ ଖବର

ଲାଗୁ ହେଲା ନୂଆ ଖାଉଟି ସୁରକ୍ଷା ଆଇନ, ଆୟୋଗଙ୍କ ଅଧିକାର କ୍ଷେତ୍ର ନେଇ ହେଲା ନୂଆ ନିୟମ

December 31, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଲାଗୁ ହେଲା ନୂଆ ଖାଉଟି ସୁରକ୍ଷା ଆଇନ, ଆୟୋଗଙ୍କ ଅଧିକାର କ୍ଷେତ୍ର ନେଇ ହେଲା ନୂଆ ନିୟମ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖାଉଟି ସୁରକ୍ଷା ଆଇନ ୨୦୧୯ର ବିଭିନ୍ନ ଧାରା ଓ ଉପଧାରା ଅନୁସାରେ ୨୦୨୧ରେ ପ୍ରଣିତ ନିୟମର ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଜିଲ୍ଳା, ରାଜ୍ୟ ଓ ଜାତୀୟ ଖାଉଟି ଆୟୋଗ କେତେ ଟଙ୍କାର ମାମଲା ବିଚାର କରିପାରିବେ ତାହା ନିର୍ଦ୍ଧାରିତ ହୋଇ ପ୍ରକାଶ ପାଇଛି।

ନୂଆ ନିୟମ ଅନୁସାରେ ଏଣିକି ଜିଲା ଖାଉଟି ଆୟୋଗରେ ସର୍ବାଧିକ ୫୦ଲକ୍ଷ ଟଙ୍କା ଯାଏ ମାମଲାର ଶୁଣାଣି ହୋଇପାରିବ। ରାଜ୍ୟ ଖାଉଟି ସୁରକ୍ଷା ଆୟୋଗ ନୂଆ ନିୟମ ଅନୁସାରେ ୫୦ଲକ୍ଷ ଟଙ୍କାରୁ ଅଧିକ ଏବଂ ସର୍ବାଧିକ ୨କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମାମଲାଗୁଡିକର ବିଚାର କରିବେ। ଦୁଇକୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମସ୍ତ ଖାଉଟି ମାମଲା ଜାତୀୟ ଖାଉଟି ଆୟୋଗରେ ବିଚାର କରାଯିବ।

୨୦୧୯ ଖାଉଟି ସୁରକ୍ଷା ଆଇନରେ ତ୍ରିସ୍ତରୀୟ ଅର୍ଦ୍ଧ ବିଚାରବିଭାଗୀୟ ବ୍ୟବସ୍ଥା କରାଯାଇଥିଲା ଏବଂ ତାହା କାର୍ଯ୍ୟକାରୀ ହୋଇଛି। ଖାଉଟି ମାନଙ୍କ ଆପତ୍ତି ଅଭିଯୋଗ ଶୁଣି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଜିଲ୍ଳା, ପ୍ରଦେଶ ଓ ଜାତୀୟସ୍ତରରେ ଏହି ଆଇନ ଅନୁସାରେ ଖାଉଟି ଆୟୋଗ ବା ଅଦାଲତମାନ କାର୍ଯ୍ୟ କରୁଛି।

ଏହି ଆଇନ ଅନୁସାରେ ସମ୍ପୃକ୍ତ ତିନି ଅଦାଲତ ବା ଆୟୋଗର ସର୍ବୋଚ୍ଚ କେତେ ଟଙ୍କାର ମାମଲା ବିଚାର ହୋଇପାରିବ ତାହା ମଧ୍ୟ ସ୍ଥିରୀକୃତ ହୋଇଛି । ୨୦୧୯ ବ୍ୟବସ୍ଥା ଅନୁସାରେ ଜିଲ୍ଲା ଖାଉଟି ଆୟୋଗରେ ଏକ କୋଟି ଟଙ୍କାରୁ କମ ସାମଗ୍ରୀ ବିଶିଷ୍ଟ ମାମଲାର ବିଚାର ହୋଇପାରିବ । ସେହିଭଳି ସାମଗ୍ରୀ ଓ ସେବାର ମୂଲ୍ୟ ଯେଉଁଠି ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଏବଂ ୧୦କୋଟି ଟଙ୍କାର ମଧ୍ୟରେ, ସେଭଳି ମାମଲାଗୁଡିକର ରାଜ୍ୟ ଖାଉଟି ଆୟୋଗ କରିବାର ଅଧିକାର ପାଇଥିଲେ।

ଜାତୀୟ ଖାଉଟି ଅଦାଲତରେ ସାମଗ୍ରୀ ବା ସେବା ମୂଲ୍ୟ ୧୦କୋଟି ଟଙ୍କାରୁ ଅଧିକ ଥିବା ମାମଲାର ବିଚାର କରାଯିବାର ନିୟମ ରହିଥିଲା । ତେବେ ଏହି ଆଇନ କାର‌୍ୟ୍ୟକାରୀ ହେବା ପରେ ଦେଖାଗଲା ଯେ ଗୋଟିଏ ଗୋଟିଏ ମାମଲା ଏହାର ମୂଲ୍ୟ ନିର୍ବିଶେଷରେ ଜିଲ୍ଳା, ରାଜ୍ୟ ଓ ଜାତୀୟ ଖାଉଟି ଅଦାଲତରେ ଉପସ୍ଥାପିତ ହେଉଛି। ଏହିଭଳି ହଜାର ହଜାର ମାମଲା ଏକ ସମୟରେ ତିନିଟିଯାକ ଆୟୋଗରେ ବିଚାର ପାଇଁ ଉପସ୍ଥାପିତ ହେବାରୁ ମାମଲା ବୋଝ ବଢୁଛି ଏବଂ ଏହାର ସମାଧାନ ବିଳମ୍ବିତ ହେଉଛି । ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଆଇନ ପ୍ରଣୟନ ହୋଇଥିଲା ତାହା ବିଳମ୍ବ କାରଣରୁ ସଫଳ ହୋଇପାରୁନାହିଁ ।

ଏ ସମ୍ପର୍କରେ କେନ୍ଦ୍ର ସରକାର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ, ଖାଉଟି ସଂଗଠନ, ଆଇନ ବିଶାରଦ ଏବଂ ଅନ୍ୟାନ୍ୟ ସମସ୍ତ କର୍ତ୍ତୃପକ୍ଷଙ୍କ ସହିତ ବ୍ୟାପକ ବିଚାରବିମର୍ଶ କରିବା ପରେ କେଉଁ ଖାଉଟି ଅଦାଲତରେ କେତେ ଟଙ୍କାର ସାମଗ୍ରୀ ଓ ସେବା ଜନିତ ମାମଲା ବିଚାର କରାଯାଇପାରିବ ତାହାର ସୀମା ପୁନଃ ନିର୍ଦ୍ଧାରଣ କରିଛନ୍ତି ।ତେବେ ୨୦୨୧ର ଏହି ସଂଶୋଧନ ବେଳେ ୨୦୧୯ ଆଇନରେ ଅନ୍ୟାନ୍ୟ ଧାରା ଓ ବ୍ୟବସ୍ଥାଗୁଡିକ ବଳବତ୍ତର ରହିବ ।

ନୂଆ ବ୍ୟବସ୍ଥାରେ-

୧) ଜିଲ୍ଲା ଖାଉଟି ଆୟୋଗ /ଅଦାଲତ ସର୍ବାଧିକ ୫୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସାମଗ୍ରୀ ଓ ସେବାର ମାମଲାକୁ ବିଚାର ପାଇଁ ଗ୍ରହଣ କରିପାରିବେ ।

୨) ରାଜ୍ୟ ଖାଉଟି ଆୟୋଗ/ ଅଦାଲତରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଏବଂ ଦୁଇକୋଟି ଟଙ୍କା ଭିତରେ ଥିବା ସାମଗ୍ରୀ/ ସେବାର ବିବାଦ ଶୁଣାଣି ପାଇଁ ଗ୍ରହଣ କରାଯିବ ।

୩) ଜାତୀୟ ଖାଉଟି ଆୟୋଗ କେବଳ ଦୁଇକୋଟି ଟଙ୍କାରୁ ଅଧିକ ସାମଗ୍ରୀ ଓ ସେବା ମୂଲ୍ୟ ସମ୍ପର୍କିତ ମାମଲାର ବିଚାର କରିପାରିବେ ।

ଖାଉଟି ବିବାଦଗୁଡିକର ତ୍ୱରିତ ଶୁଣାଣି କରି କ୍ଷତିଗ୍ରସ୍ତ ପକ୍ଷଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଖାଉଟି ସୁରକ୍ଷା ଆଇନ ଅଭିପ୍ରେତ । ଏଥିପାଇଁ ସର୍ବାଧିକ ତିନିମାସ ସମୟସୀମା ଧାର‌୍ୟ୍ୟ କରାଯାଇଛି । ପ୍ରତିବାଦୀ ପକ୍ଷରୁ ତିନିମାସ ମଧ୍ୟରେ ଅଭିଯୋଗକାରୀଙ୍କୁ ନ୍ୟାୟପ୍ରଦାନ କରିବାର ନିୟମ ରହିଛି ।

ଯଦି ସାମଗ୍ରୀ ଓ ସେବାର ମାନ ପରୀକ୍ଷାନିରୀକ୍ଷା ର ଆବଶ୍ୟକତା ପଡେ, ତେବେ ସେ କ୍ଷେତ୍ରରେ ସର୍ବାଧିକ ପାଞ୍ଚମାସ ମଧ୍ୟରେ ମାମଲା ଶୁଣାଣି ଶେଷ କରି ରାୟ ଦେବାର ବ୍ୟବସ୍ଥା ଅଛି । ଆହୁରି ମଧ୍ୟ ଅଭିଯୋଗକାରୀ ଇଲେକ୍‌ଟ୍ରୋନିକ୍ ବ୍ୟବସ୍ଥାରେ ମାମଲା ରୁଜୁ କରିବାର ସୁବିଧା ପାଇଛନ୍ତି ।

ଏଥିପାଇଁ କେନ୍ଦ୍ର ସରକାର ଏକ ଇ-ଦାଖଲ ପୋର୍ଟାଲର ବ୍ୟବସ୍ଥା କରିଛନ୍ତି । ତେଣୁ ଅଭିଯୋଗକାରୀଙ୍କୁ ଖାଉଟି ଅଦାଲତ / ଆୟୋଗକୁ ବ୍ୟକ୍ତିଗତ ଭାବେ ଯିବାର ଆବଶ୍ୟକତା ନାହିଁ । ଏହି ପୋର୍ଟାଲର ଇ-ନୋଟିସ, କେଶ୍ ଡକୁମେଣ୍ଟ ଡାଉନଲୋଡ ଲିଙ୍କ୍ ଓ ଭିସି ହିୟରିଂ ଲିଙ୍କ୍‌, ଅପରପକ୍ଷର ଲିଖିତ ଜବାବ, ଏସ୍‌ଏମ୍‌ଏସ୍ / ଇମେଲ ଆଦି ବ୍ୟବସ୍ଥା ରହିଛି । ଇ-ଦାଖଲ ୪୪ ଖାଉଟି ଆୟୋଗରେ ଉପଲବ୍ଧ । ସେଥିରେ ଜାତୀୟ ଆୟୋଗ ସମେତ ୨୧ରାଜ୍ୟ ୩ଟି କେନ୍ଦ୍ରଶାସିତ ଆୟୋଗ ଅନ୍ତର୍ଭୁକ୍ତ । ଇ-ଦାଖଲ ପୋର୍ଟାଲରେ ଏଯାଏ ୧୦ହଜାରରୁ ଅଧିକ ୟୁଜର ପଞ୍ଜୀକୃତ ।

ଖାଉଟି ମାମଲାର ଆପୋସ ସମାଧାନ ବ୍ୟବସ୍ଥା ରହିଛି ଏବଂ ଏଥିପାଇଁ ମଧ୍ୟସ୍ଥତା ସୁବିଧା ଅଛି । ଉଭୟ ପକ୍ଷଙ୍କ ମତାମତ ଆଧାରରେ ମାମଲାର ଆପୋସ ସମାଧାନ କରାଯାଉଛି । ଏହାଫଳରେ ପକ୍ଷମାନେ ଅଯଥା ଖର୍ଚ୍ଚ ଓ ସମୟ ଅପଚୟରୁ ରକ୍ଷା ପାଉଛନ୍ତି । ଏହାଦ୍ୱାରା ମଧ୍ୟ ମାମଲାର ବୋଝ ହ୍ରାସ ପାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

National Handloom Day: ବୟନ ବିଭାଗ ଅଗଷ୍ଟ ୫ ତାରିଖରୁ କରିବ ଭିନ୍ନ ଏକ ପ୍ରଦର୍ଶନୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026
Latest News

ପୁଅକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାସିଗଲେ ବାପା

August 2, 2026

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୧୪ ମୃତ

August 2, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.