Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୧ ବର୍ଷରେ ରାଜ୍ୟ ଜଳସମ୍ପଦ ବିଭାଗ କଣ କରିଛି, ତାହା ଜାଣିବା ସମସ୍ତଙ୍କ ଅଧିକାର
ବିଶେଷ ଖବର

୨୦୨୧ ବର୍ଷରେ ରାଜ୍ୟ ଜଳସମ୍ପଦ ବିଭାଗ କଣ କରିଛି, ତାହା ଜାଣିବା ସମସ୍ତଙ୍କ ଅଧିକାର

January 1, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
୨୦୨୧ ବର୍ଷରେ ରାଜ୍ୟ ଜଳସମ୍ପଦ ବିଭାଗ କଣ କରିଛି, ତାହା ଜାଣିବା ସମସ୍ତଙ୍କ ଅଧିକାର

ଭୁବନେଶ୍ୱର: ୨୦୨୧ ବର୍ଷରେ ରାଜ୍ୟ ଜଳସମ୍ପଦ ବିଭାଗର ସଫଳତା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ରହିଥିବା ଜଣାଯାଇଛି । ତନ୍ମଧ୍ୟରେ ରହିଛି ଉପର ଇନ୍ଦ୍ରାବତୀ ଲିଫ୍‌ଟ କେନାଲ ସିଷ୍ଟମ ଏବଂ ଲୋୟର ଇନ୍ଦ୍ରା ବୃହତ୍ ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱୟ ଦ୍ୱାରା ଯଥାକ୍ରମେ ୨୫ ହଜାର ୨୭୫ ହେକ୍ଟର ଓ ୨୯ ହଜାର ୮୯୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇପାରିଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନ୍ତଃନଦୀ ଜଳାଶୟ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ପହଁଚିଛି । ନଦୀ ତଟ ଶ୍ରୋତ ପ୍ରତିକୂଳ ପାଶ୍ୱର୍ରେ ଥିବା ଏହି ବୃହତ୍ ଜଳାଶୟ ପ୍ରକଳ୍ପଗୁଡିକ ଦ୍ୱାରା ପାନୀୟ ଜଳ ସୁବିଧା, ଭୂତଳ ଜଳ ଭରଣ, ପରିସଂସ୍ଥାର ସନ୍ତୁଳନ ଓ ଜଳବାୟୁ ସହନଶୀଳ ହୋଇପାରିବ ।
କେନ୍ଦ୍ରୀୟ ଭୂତଳ ଜଳ ସହଭାଗିତାରେ ଭୂତଳ ଜଳ ସଂପଦର ଆକଳନ -୨୦୨୦ ସଫଳତାର ସହ କରାଯାଇଛି ।

ଜଣାଯାଇଛି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ଜଳର ଅତିଶୟ ବ୍ୟବହାର କରାଯାଇନାହିଁ ବା ଅନ୍ୟ ପକ୍ଷରେ କହିବାକୁ ଗଲେ ରାଜ୍ୟରେ କୌଣସି ଗମ୍ଭୀରଜନକ ସ୍ଥିତିରେ ଥିବା ବ୍ଲକ ନାହିଁ । ରାଜ୍ୟର ଉନ୍ନୟନକୁ ଲକ୍ଷ୍ୟ ରଖି ବିଭିନ୍ନ ସ୍ଥାନରେ ଜଳର ଉପଯୋଗ ହୋଇଥିଲେ ମଧ୍ୟ ଭୂତଳ ଜଳର ସ୍ତର ସନ୍ତୋଷଜନକ ରହିଛି ।

ହଜାର ବର୍ଷରୁ ଊର୍ଦ୍ଧ୍ୱ କଟକ ସହର ଦେଇ ଯାଇଥିବା ତାଳ ଦଣ୍ଡା କେନାଲକୁ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସିସିଜିଏମ୍ (ସିମେଣ୍ଟସ୍ କମ୍ପୋଜିଟ୍ ଜିଓ ସିନ୍ଥେଟିକ୍ ମ୍ୟାଟ୍ରେସ୍ ବ୍ୟବସ୍ଥାରେ ପୁନରୁଦ୍ଧାର କରାଯାଇଛି ।

ସେହିପରି ବୃହତ୍ ଓ ମଧ୍ୟମ ଜଳସେଚନ ବ୍ୟବସ୍ଥା ଦେଖିବାକୁ ଗଲେ ପ୍ରଥମ ଥର କରି ମୟୂରଭଞ୍ଜ ଜିଲ୍ଲା ଦେଓ ଜଳସେଚନ ବ୍ୟବସ୍ଥାରେ ଖରିଫ୍ ଜଳସେଚନ ପାଇଁ ୩୫୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯାଇଛି । ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ଜଣାଯାଇଛି ।

ସେହିପରି ବରଗଡ ଜିଲ୍ଲା ଗଙ୍ଗାଧର ମେହେର ଉଠା ଜଳସେଚନ ପାଇଁ ନିର୍ମାଣ ଆରମ୍ଭ ପାଇଁ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । କାନପୁର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଛି ଓ ୨୦୨୩ ଡିସେମ୍ବର ସୁଦ୍ଧା ଏହା ଶେଷ ହେବ ବୋଲି ଆଶା କରାଯାଉଛି ।

ସେହିପରି ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି ଓ ୨୦୨୪ ସୁଦ୍ଧା ଏହା ଶେଷ ହେବ ବୋଲି ଲକ୍ଷ୍ୟ ରହିଛି । କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ଜଳସେଚନ ପ୍ରକଳ୍ପ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ଲାଭ କରିଛି । ମୟୂରଭଞ୍ଜ ଜିଲ୍ଲାର ସୋନୋ ପ୍ରକଳ୍ପ ଓ ବାଙ୍କତିରା ପ୍ରକଳ୍ପ ଖୁବ୍ ଶିଘ୍ର ଆରମ୍ଭ ହେବା ସ୍ଥିତିରେ ରହିଛି ।

ନିରନ୍ତର ତଥା ପୋଷଣୀୟ ଜଳସେଚନ ଲକ୍ଷ ରଖାଯାଇ ୧୧, ୬୧୮ ସୌର ଶକ୍ତି ମାଇକ୍ରୋ ରିଭର ଲିଫ୍ଟ ଜଳସେଚନ ସୁବିଧା ପାଇଁ ପ୍ରକଳ୍ପ ଅନୁମୋଦନ ଲାଭ କରିଛି । ଚଳିତ ବର୍ଷ ସବୁଠାରୁ ଅଧିକ ସଂଖ୍ୟକ ଗଭୀର ସେଚ କୂପ ଓ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଛି ।

ଆଗାମୀ ୫ ବର୍ଷରେ ୧୦,୭୫୭. ୧୨ କୋଟି ଟଙ୍କା ବ୍ୟୟରେ ପର୍ଯ୍ୟାୟକ୍ରମେ ୧୭୦ଟି ନୂତନ ପାର୍ବତୀଗିରି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ ନିିମନ୍ତେ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି । ଯାହାଦ୍ୱାରା କି ୨ଲକ୍ଷ ୬୩ ହଜାର ୮୦୦ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ହୋଇପାରିବ ।

୨୦୨୧ରେ ୧୮ଟି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ନିର୍ମାଟଣ କରାଯାଇ ୨୪,୧୮୮ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯାଇଛି। ମୋଟ ୧୨୯ ମେଗା ଲିଫ୍ଟ ସ୍କିମ୍ ସମ୍ପୂର୍ଣ୍ଣ କରାଯାଇ ୧ଲକ୍ଷ ୫୫ ହଜାର ୧୮୩ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯାଇଛି ।

ଉପକୂଳ ଜିଲ୍ଲାରେ ନଷ୍ଟ ହୋଇଥିବା ବା ଉଚ୍ଚତା ବୃଦ୍ଧି ଓ ସୁଦୃଢୀକରଣ ଆବଶ୍ୟକତା କରୁଥିବା ଲୁଣି ବନ୍ଧ ପାଇଁ ପ୍ରକଳ୍ପ ପ୍ରସ୍ତୁତ ହୋଇଛି । ଚେନ୍ନାଇ ସ୍ଥିତ ନ୍ୟାସନାଲ ଓସେନ୍ ଟେକ୍ନୋଲୋଜି ପ୍ରତିଷ୍ଠାନ ସହ ଏଥି ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ବିଭାଗ ନିମନ୍ତେ ୩୮୬ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅନଲାଇନ୍ ମାଧ୍ୟମରେ ନିଯୁକ୍ତି ଦିଆଯାଇ ସେମାନଙ୍କୁ କାଉନସେଲିଂ, ଚଏସ୍ ଲକିଂ ଓ ଟ୍ରେନିଂ ପରେ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ କରାଯାଇଛି ।

Anu GArg ଜଳସଂପଦ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.