ଅନିୟନ୍ତ୍ରିତ ଭାବେ ବଢି ଚାଲିଛି କରୋନା, ୨୪ ଘଣ୍ଟାରେ ପାଖାପାଖି ଦେଢ ଲକ୍ଷ ଆକ୍ରାନ୍ତ ଚିହ୍ନଟ

Published: Jan 8, 2022, 11:27 am IST

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ମହାମାରୀର ଗତି ଅନିୟନ୍ତ୍ରିତ ହେବାରେ ଲାଗିଛି। ଏହା ସହିତ ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ଲକ୍ଷ ୪୧ ହଜାର ୯୮୬ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୨୮୫ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନ୍ ର ୩୦୭୧ ଟି ମାମଲା ରିପୋର୍ଟ ହୋଇଛି। ଆଜି ଦେଶରେ କରୋନା ସ୍ଥିତ କ’ଣ ରହିଛି, ଜାଣନ୍ତୁ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪ ଲକ୍ଷ ୭୨ହଜାର ୧୬୯ କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୩ ହଜାର ୪୬୩ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୪୦ହଜାର ୪୮୫ ଜଣ ଲୋକ ଆରୋଗ୍ୟ ଲାଭ କରିଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୪୪ ଲକ୍ଷ ୧୨ ହଜାର ୭୪୦ ଲୋକ ସଂକ୍ରମଣମୁକ୍ତ ହୋଇଯାଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୦୭୧ ଜଣ ଲୋକ ଓମିକ୍ରନ୍ ରେ ସଂକ୍ରମିତ ହୋଇଥିବାବେଳେ ୧୨୦୩ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଏହି ଭାରିଆଣ୍ଟରେ ସଂକ୍ରମିତ ରାଜ୍ୟ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ମାମଲା ରହିଛି।

Related posts