ବରିଷ୍ଟ ଅଭିନେତା ମିହିର ଦାଶଙ୍କ ପରଲୋକ: ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

Published: Jan 11, 2022, 5:28 pm IST

ଭୁବନେଶ୍ବର: ଆଜି ଓଡିଆ ଚଳଚ୍ଚିତ୍ରର ବର୍ଷିୟାନ ଅଭିନେତା ମିହିର ଦାଶଙ୍କ ପରଲୋକ ହୋଇଯାଇଛି। ଅସୁସ୍ଥ କାରଣରୁ ସେ କିଛି ଦିନ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ୬୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ମିହିର ଦାସ ଫେବୃୟାରୀ ୧୧ ତାରିଖ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ।

ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରି ମିହିର ବେଶ ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ। ୧୯୮୦ ମସିହାରେ “ରାମାୟଣ” ଫିଲ୍ମ ଥିଲା ତାଙ୍କର ପ୍ରଥମ ଚଳଚ୍ଚିତ୍ର। ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କୁ ଅନେକ ଥର ପୁରସ୍କୃତ କରାଯାଇଛି।

ତାଙ୍କର ବିୟୋଗରେ ରାଜ୍ୟର ବିଶିଷ୍ଟ ଲୋକମାନେ ଶୋକ ପ୍ରକାଶ କରିଛନ୍ତି। ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ସିନେ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

Related posts