Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଣାଜୀ ଆସନରୁ ସ୍ଵାଧୀନରେ ଲଢିବେ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର
ଆଜିର ଖବର

ପାଣାଜୀ ଆସନରୁ ସ୍ଵାଧୀନରେ ଲଢିବେ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର

January 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଣାଜୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ଏବେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ଉତ୍ପଳ କହିଛନ୍ତି ଯେ, ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପାଣାଜୀ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବି। ଆସନ ଘୋଷଣା କରି ପାଣାଜୀ କହିଛନ୍ତି ଯେ, ମୁଁ କ୍ଷମତା କିମ୍ବା କୌଣସି ପଦବୀ ପାଇଁ ଲଢୁନାହିଁ। ମୁଁ ମୋ ପିତାଙ୍କ ମୂଲ୍ୟବୋଧ ପାଇଁ ଲଢୁଛି, ପୁରୁଣା ବିଜେପି କର୍ମୀମାନେ ମୋ ସହ ଅଛନ୍ତି।

ଉତ୍ପଳଙ୍କୁ ବିଜେପି ପକ୍ଷରୁ ଟିକେଟ୍ ଦିଆଯାଇନଥିଲା। ଏହା ପରେ ଆମ୍ ଆଦମୀ ପାର୍ଟି ମଧ୍ୟ ଉତ୍ପଳଙ୍କୁ ଆପ ଟିକେଟ୍ ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଫର ଦେଇଥିଲା। ଆମ୍ ଆଦମୀ ପାର୍ଟିର ଗୋଆ ଉପାଧ୍ୟକ୍ଷ ବାଲ୍ମିକି ନାୟକ ଏକ ବିବୃତ୍ତି ଦେଇ କହିଥିଲେ ଯେ, ଯଦି ଉତ୍ପଳ ପାରିକର ଆପ ଟିକେଟ୍ ରେ ପାଣାଜୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାଁନ୍ତି, ତେବେ ମୁଁ ତାଙ୍କ ପାଇଁ ମୋର ପ୍ରାର୍ଥୀପତ୍ର ଛାଡିବାକୁ ପ୍ରସ୍ତୁତ ଅଛି। ଅରବିନ୍ଦ କେଜ୍ରିୱାଲ ପୂର୍ବରୁ କହିଥିଲେ ଯେ, ପାରିକର ଜୀଙ୍କୁ ଆମର ବହୁତ ସମ୍ମାନ ଅଛି, ଏବେ ଉତ୍ପଳଙ୍କ ନିଷ୍ପତ୍ତି ନେବାକୁ ପଡିବ। କେଜ୍ରିୱାଲ କହିଥିଲେ ଯେ, ଯଦି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ତାଙ୍କ ଦଳରେ ଯୋଗଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସ୍ୱାଗତ କରାଯିବ।

ଉତ୍ପଳ ପାରିକର ପାଣାଜୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟ ପାଇବାକୁ ଚେଷ୍ଟା କରୁଥିଲେ ହେଁ ଶାସକ ଦଳ ଏହାକୁ ଅଧିକ ଧ୍ୟାନ ଦେଇନଥିଲା। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଆସନଟି ତାଙ୍କ ପିତାଙ୍କ ଦ୍ୱାରା ପ୍ରତିନିଧିତ୍ୱ କରାଯାଇଥିଲା। ଫେବୃଆରୀ ୧୪ ତାରିଖରେ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ଜନତା ପାର୍ଟି ବ୍ୟତୀତ କଂଗ୍ରେସ, ଏଏପି ଏବଂ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ଏହି ଦଳ ବ୍ୟତୀତ ଅନ୍ୟ ରାଜନୈତିକ ଦଳ ମଧ୍ୟ ନିର୍ବାଚନ ମଞ୍ଚରେ ଅଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026

ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

April 12, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଭୁବନେଶ୍ୱର କଂଗ୍ରେସ

April 12, 2026

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ବଡ଼ ଆଶ୍ୱସ୍ତି: ଭାରତ ଆସୁଛି ଏଲପିଜି ଜାହାଜ ‘ଜଗ୍ ବିକ୍ରମ’

April 12, 2026
Latest News

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026

ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

April 12, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଭୁବନେଶ୍ୱର କଂଗ୍ରେସ

April 12, 2026

ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

April 12, 2026

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ବଡ଼ ଆଶ୍ୱସ୍ତି: ଭାରତ ଆସୁଛି ଏଲପିଜି ଜାହାଜ ‘ଜଗ୍ ବିକ୍ରମ’

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.