Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘର ଭିତରକୁ ପଶିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଜଣ
ଆଜିର ଖବର

ଘର ଭିତରକୁ ପଶିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଜଣ

November 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାରଳାଖେମୁଣ୍ଡି: ଭୋର୍‌ରେ ଘରେ ଶୋଇଥିବା ବେଳେ ହଠାତ୍‌ ମାଡ଼ିଆସିଲା ଦ୍ରୁତଗାମୀ କାର୍‌। ରାସ୍ତାକଡ଼ରେ ଥିବା ଘରର କାନ୍ଥ ଭାଙ୍ଗି ଭିତରକୁ ପଶିଗଲା ଗାଡ଼ି। ଏହି ଦୁର୍ଘଟଣାରେ ଘରର ଆସବାବପତ୍ର, ଦୁଇଟି ସିଲେଇ ମେସିନ୍‌ ଓ ଫ୍ରିଜ୍‌ ଭାଙ୍ଗି ନଷ୍ଟ ହୋଇଯାଇଛି। ତେବେ ଭାଗ୍ୟବଶତଃ ଘରେ ଶୋଇଥିବା ପରିବାରର ୪ ସଦସ୍ୟ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଏଭଳି ଏକ ଭୟାବହ କାର୍‌ ଦୁର୍ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ଗାଁରେ ଘଟିଛି।

ସୂଚନା ଅନୁଯାୟୀ, ଭୋର୍‌ ସମୟରେ ଏକ କାର୍‌ ମୋହନାରୁ ଚାନ୍ଦିପୁଟ ଅଭିମୁଖେ ଯାଉଥିଲା। ପିଣ୍ଡିକି ଗାଁ ନିକଟରେ ଚାଳକ ଗାଡ଼ିର ଭାରସାମ୍ୟ ହରାଇବାରୁ କାର୍‌ଟି ରାସ୍ତାକଡ଼ରେ ଥିବା ହରପ୍ରସାଦ ବିଷୋୟୀଙ୍କ ଘର ଭିତରକୁ ପଶିଯାଇଥିଲା। ହଠାତ୍‌ ଘର ଭିତରକୁ କାର୍‌ ମାଡ଼ିଯିବାରୁ ଘରର ଆସବାବପତ୍ର ସମେତ ଦୋକାନରେ ଥିବା ସାମଗ୍ରୀ ଛିନ୍‌ଛତ୍ର ହୋଇଯାଇଥିଲା। ଏଥିରେ ଦୁଇଟି ସିଲେଇ ମେସିନ୍‌ ଓ ଫ୍ରିଜ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଦୁର୍ଘଟଣା ସମୟରେ ହରପ୍ରସାଦ, ତାଙ୍କ ପତ୍ନୀ, ପୁଅ ଓ ଝିଅ ଘରର ପଛପଟେ ଥିବା ଅନ୍ୟ ଏକ କୋଠରିରେ ଶୋଇଥିଲେ। ଫଳରେ କାର୍‌ ସିଧାସଳଖ ଘର ଭିତରକୁ ପଶିଯାଇଥିଲେ ମଧ୍ୟ ପରିବାରର ସମସ୍ତ ୪ ସଦସ୍ୟ ସୁରକ୍ଷିତ ରହିଛନ୍ତି। ଅଳ୍ପକେ ଏକ ବଡ଼ ଅଘଟଣ ଟଳିଯାଇଛି।

ତେବେ ଏହି ଦୁର୍ଘଟଣା ହରପ୍ରସାଦଙ୍କ ପରିବାର ପାଇଁ ଆର୍ଥିକ ସଙ୍କଟ ଆଣିଦେଇଛି। ବିଭିନ୍ନ ସ୍ଥାନରୁ ଋଣ କରି ସେ ଘରେ ଏକ ଛୋଟ ଦୋକାନ ଖୋଲିଥିଲେ। ଏହା ସହିତ ଦୁଇଟି ସିଲେଇ ମେସିନ୍‌ ମାଧ୍ୟମରେ ସିଲେଇ କାମ କରି ପରିବାର ଚଳାଉଥିଲେ। ହେଲେ କାର୍‌ ଧକ୍କାରେ ଦୋକାନର ସାମଗ୍ରୀ ଓ ରୋଜଗାରର ମୁଖ୍ୟ ମାଧ୍ୟମ ନଷ୍ଟ ହୋଇଯିବା ପରେ ଏବେ ଋଣ କିପରି ପରିଶୋଧ କରିବେ, ସେହି ଚିନ୍ତାରେ ପଡ଼ିଛନ୍ତି ହରପ୍ରସାଦ। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇବା ପରେ କାର୍‌ ଚାଳକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ଖବର ପାଇ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଓ ଫେରାର୍‌ ଚାଳକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।

#CarAccident #Mohana Gajapati
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ବିଜେଡିର ବୟକଟ୍

November 16, 2026

ଇସ୍ତଫା ପରେ ଫେରିବେ କି ଜେନସେନ୍ ହୁଆଙ୍ଗ? Nvidiaରେ ପୁଣି CEO ଚୌକିକୁ ନେଇ ହଲଚଲ!

November 16, 2026

ଆସିଆନ୍ ସମ୍ମିଳନୀ: ଚୀନ୍‌ର ପ୍ରଭାବକୁ ନେଇ ବଢ଼ିବ ଚର୍ଚ୍ଚା! ମାନିଲାରେ ଭାରତର ରଣନୈତିକ ପ୍ରସ୍ତୁତି

November 16, 2026

୨୦୩୫ ପର୍ଯ୍ୟନ୍ତ କ୍ରିକେଟ୍‌ର ମହାଯୋଜନା: ଭାରତ ଭାଗ୍ୟରେ ଦୁଇଟି ବଡ଼ ICC ଟୁର୍ଣ୍ଣାମେଣ୍ଟ, ଜାଣନ୍ତୁ କେବେ କେଉଁଠି ହେବ ବିଶ୍ୱକପ୍‌!

November 16, 2026
Latest News

ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ବିଜେଡିର ବୟକଟ୍

November 16, 2026

ଘର ଭିତରକୁ ପଶିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଜଣ

November 16, 2026

ଇସ୍ତଫା ପରେ ଫେରିବେ କି ଜେନସେନ୍ ହୁଆଙ୍ଗ? Nvidiaରେ ପୁଣି CEO ଚୌକିକୁ ନେଇ ହଲଚଲ!

November 16, 2026

ଆସିଆନ୍ ସମ୍ମିଳନୀ: ଚୀନ୍‌ର ପ୍ରଭାବକୁ ନେଇ ବଢ଼ିବ ଚର୍ଚ୍ଚା! ମାନିଲାରେ ଭାରତର ରଣନୈତିକ ପ୍ରସ୍ତୁତି

November 16, 2026

ପ୍ରଧାନମନ୍ତ୍ରୀଙ୍କୁ ବିବାହ ନିମନ୍ତ୍ରଣପତ୍ର ଦେଲେ କ୍ରିକେଟର୍ ରିଙ୍କୁ ସିଂହ

November 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.