ଯୁବବର୍ଗ ‘ନ୍ୟାୟ’ ଯୋଜନାକୁ ସମର୍ଥନ ଦେଇ ଭୋଟ ଦେବେ : ରାହୁଲ

Published: Apr 23, 2019, 11:05 am IST

ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ୍‌ ଗାନ୍ଧୀ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ଯୁବ ଭୋଟରଙ୍କୁ ମାତ୍ରାଧିକ ପରିମାଣରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ରାହୁଲ କହିଛନ୍ତି ଦେଶର ଭବିଷ୍ୟତ ଯୁବବର୍ଗଙ୍କ ହାତରେ, ତେଣୁ ସେମାନେ ସମସ୍ତ ଭାରତୀୟଙ୍କ ପାଇଁ ‘ନ୍ୟାୟ’ ସଠିକ୍‌ ବୋଲି ବିଚାର କକରି ଭୋଟ୍‌ କରିବେ । ନିଜର ଭୋଟ ଯୁବ ଭୋଟର ମାନେ ବୁଦ୍ଧିମତାର ସହିତ ପ୍ରଦାନ କରିବେ ବୋଲି ରାହୁଲ କହିଛନ୍ତି । ଦେଶରେ କୋଟି କୋଟି ଯୁବ ଭୋଟର ରହିଛନ୍ତି ଏବଂ ତନ୍ମଧ୍ୟରୁ ଅର୍ଦ୍ଧାଧିକ ପ୍ରଥମ ଥର ଭୋଟ ପ୍ରଦାନ କରିବେ । ଦେଶର ଭବିଷ୍ୟତ ନିଜର ବୁଦ୍ଧିମତାକୁ ବ୍ୟବହାର କରି ଭୋଟ ପ୍ରଦାନ କରିବା ପାଇଁ ରାହୁଲ ନିବେଦନ କରିଛନ୍ତି । ନିଜର ଟ୍ବିଟ୍ଟର ଆକାଉଣ୍ଟରୁ ଏକ ମେସେଜ୍‌ ସେୟାର କରି ରାହୁଲ ଏହା କହିଛନ୍ତି । ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 13 ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ 116 ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି ।

Related posts