Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୀମା ସୁରକ୍ଷା ବାହିନୀର ନିରାପତା ରକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ୟ
ଆଜିର ଖବର

ସୀମା ସୁରକ୍ଷା ବାହିନୀର ନିରାପତା ରକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ୟ

January 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଶା ଏବଂ ଛତିଶଗଡ ରାଜ୍ୟରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବାହିନୀ ନିରାପତା ରକ୍ଷା ସହିତ ବିଭିନ୍ନ ପ୍ରକାର ସାମାଜିକ ଉନ୍ନୟନ ମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରୁଛି ବୋଲି ବାହିନୀର ସ୍ୱତନ୍ତ୍ର ଅପରେସନ ଦାୟିତ୍ୱରେ ଥିବା ଅତିରିକ୍ତ ମହାନିର୍ଦ୍ଦେଶକ ଆର.ଏସ. ଭଟ୍ଟୀ ପ୍ରକାଶ କରିଛନ୍ତି।

ରାୟପୁର ଠାରେ ଆଜି ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଭଟ୍ଟୀ କହିଛନ୍ତି ଯେ, ଓଡିଶାର ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ଥିବା ୧୫୧ଟି ଗ୍ରାମର ବାସିନ୍ଦାମାନଙ୍କ ପାଇଁ ଆସନ୍ତା ଗଣତନ୍ତ୍ର ଦିବସଠାରୁ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ। ଏହା ଫଳରେ ଲୋକମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ। ବିଏସ୍‌ଏଫ ଏବଂ ଅନ୍ୟ ନିରାପତ୍ତା ରକ୍ଷୀ ବାହିନୀର ନକ୍ସଲମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଏବଂ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଯୋଗୁଁ ନକ୍ସଲବାହିନୀରେ ଆଉ ନୂଆ ଯୁବଗୋଷ୍ଠୀ ଯୋଗଦେଉନାହାନ୍ତି।

ଗତ ୧୦ବର୍ଷରୁ ଅଧିକ ସମୟ ମଧ୍ୟରେ ନକ୍ସଲମାନଙ୍କ ସହ ସଂଘର୍ଷରେ ସୀମା ସୁରକ୍ଷା ବାହିନୀ ୩୮ଜଣ ସାହସୀ ବୀର ଯବାନକୁ ହରାଇଛି। ଅନ୍ୟପକ୍ଷରେ ୧୬୫୦ଜଣଙ୍କ ନକ୍ସଲଙ୍କୁ ବନ୍ଦୀ କରାଯାଇଛି। ୮୯୧ଜଣଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରାଯାଇଛି । ସଂଘର୍ଷରେ ୧୭ଜଣଙ୍କୁ ନିପାତ କରାଯାଇଛି ଏବଂ ବିପୁଳ ପରିମାଣର ବିସ୍ଫୋରକ ଅସ୍ତ୍ରଶସ୍ତ୍ର ଆଦି ଜବତ କରାଯାଇଛି। କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୨୨ଟି ମେଡିକାଲ କ୍ୟାମ୍ପ ଆୟୋଜନ କରାଯାଇ ୪ହଜାର ୩୬୨ଜଣ ରୋଗୀଙ୍କ ଚିକିତ୍ସା କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଲକ୍‌ଡାଉନ ସମୟରେ ବିଏସ୍‌ଏଫ ପକ୍ଷରୁ ଲୋକମାନଙ୍କୁୂ ଖାଦ୍ୟଶସ୍ୟ, କୃଷି ଉପକରଣ, ମଶାରୀ,ବାସନକୁସନ, ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟଉପକରଣ ଆଦି ଯୋଗାଇ ଦିଆଯାଇଛି। ୨୫୦ଜଣ ତଫସିଲଭୁକ୍ତ ଯୁବକଙ୍କୁ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରାଯାଇ ଦେଶର ସାଂସ୍କୃତିକ ବିଭବ ସହ ପରିଚିତ କରାଯାଇଛି।

ଏପର୍ଯ୍ୟନ୍ତ ଓଡିଶାରେ ବିଭିନ୍ନ ସ୍ଥାନରେ ୧୨୮ଟି ରାସ୍ତା ପ୍ରକଳ୍ପ, ୪୪ଟି ନିର୍ମାଣଧୀନ ପୋଲ ଏବଂ ୧୯୬ଟି ମୋବାଇଲ ଟାୱାରକୁ ସୁରକ୍ଷା ଯୋଗାଇ ଦିଆଯାଇ ସାରିଲାଣି। ପରିବେଶର ସୁରକ୍ଷା ପାଇଁ ଏବଂ ଉତ୍ପାଦକତା ବୃଦ୍ଧି ପାଇଁ ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ଫଳବୃକ୍ଷ ଚାରା ଏବଂ ଜଙ୍ଗଲୀ ବୃକ୍ଷ ଚାରାରୋପଣ କରାଯାଇଥିବା ଭଟ୍ଟୀ ପ୍ରକାଶ କରିଛନ୍ତି। (ପିଆଇବି)

ଉନ୍ନୟନମୂଳକ କାର୍ଯ୍ୟ ସୀମା ସୁରକ୍ଷା ବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପ୍ ନେଲେ ବଡ ନିଷ୍ପତ୍ତି : ପ୍ରୋଜେକ୍ଟ ଫ୍ରିଡମ୍’କୁ ଅସ୍ଥାୟୀ ଭାବରେ ସ୍ଥଗିତ

May 6, 2026

ପଞ୍ଜାବର ଦୁଇଟି ସ୍ଥାନରେ ବିସ୍ଫୋରଣ

May 6, 2026

ହଟିବ ଏନଏଚ ପାର୍ଶ୍ଵରେ ଥିବା ବେଆଇନ ଢାବା ଓ ଦୋକାନ

May 6, 2026

ବସନ୍ତ ଭିଲ୍ଲାରେ ଅଗ୍ନିକାଣ୍ଡ : ୨ ଜୀବନ୍ତ ଦଗ୍ଧ

May 6, 2026
Latest News

ଟ୍ରମ୍ପ୍ ନେଲେ ବଡ ନିଷ୍ପତ୍ତି : ପ୍ରୋଜେକ୍ଟ ଫ୍ରିଡମ୍’କୁ ଅସ୍ଥାୟୀ ଭାବରେ ସ୍ଥଗିତ

May 6, 2026

ପଞ୍ଜାବର ଦୁଇଟି ସ୍ଥାନରେ ବିସ୍ଫୋରଣ

May 6, 2026

ହଟିବ ଏନଏଚ ପାର୍ଶ୍ଵରେ ଥିବା ବେଆଇନ ଢାବା ଓ ଦୋକାନ

May 6, 2026

ବସନ୍ତ ଭିଲ୍ଲାରେ ଅଗ୍ନିକାଣ୍ଡ : ୨ ଜୀବନ୍ତ ଦଗ୍ଧ

May 6, 2026

୩୯୦୦ କୋଟିରୁ ଅଧିକ ନିବେଶ ସହିତ ଦୁଇଟି ଅତିରିକ୍ତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.