ମୁଖ୍ୟ ବିଚାରପତିଙ୍କ ନାମରେ ଯୌନ ନିର୍ଯାତନା ମାମଲା : ଯୁବ ଓକିଲଙ୍କୁ ନୋଟିସ୍‌

Published: Apr 23, 2019, 12:33 pm IST
UTSAV BAINS GET NOTICE FROM SC

ସର୍ବୋଚ୍ଚ ନ୍ୟାୟାଳୟର ଜନୈକ ଓକିଲ ଉତ୍ସବ ସିଂ ବେଂଶଙ୍କ ମୁଖ୍ୟ ବିଚାରପତିଙ୍କ ଯୌନ ନିର୍ଯାତନା ମାମଲାରେ ନୋଟିସ୍‌ ପ୍ରଦାନ କରିଛନ୍ତି । ବିଚାରପତି ଅରୁଣ ମିଶ୍ରା, ରୋହିଣ୍ଟନ୍‌ ନରିମାନ୍‌ ଏବଂ ଦୀପକ ଗୁପ୍ତାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ଅଜୟ ନାମକ ଜଣେ ଅଜଣା ବ୍ୟକ୍ତି ଏ ନେଇ ତାଙ୍କକୁ 1.5 କୋଟିର ଉତ୍କୋଚ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ବେଂଶ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିପକ୍ଷରେ ମିଥ୍ୟା ଯୌନ ନିର୍ଯାତନା ମାମଲା ଦାୟର କରିବା ପାଇଁ ଏହି ଅର୍ଥ ପ୍ରଦାନ କରା ଯାଇଥାନ୍ତା ବୋଲି ଜଣାପଡିଛି । ଏହି ମାମଲାରେ ଉତ୍ସବ ବେଂଶଙ୍କୁ ଏପ୍ରିଲ୍‌ 24 ସକାଳ 10.30 ରେ କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ବିଚାର ସମୟରେ ଅନ୍ୟ ବରିଷ୍ଠ ଓକିଲ ଇନ୍ଦିରା ଜୟ ସିଂ, ରାଜୀବ ଧଓ୍ବନ୍‌ ଏବଂ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ଉପସ୍ଥିତ ଥିଲେ । ମାମଲା ପରିଚାଳନା ସମୟରେ ବେଂଶ କେଉଁଠି ଅଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ ।

Related posts