ଆରଏସ୍‌ଏସ୍‌ ନେତାଙ୍କ ପାଇଁ ଦେଶ ନୁହେଁ ସଂଘ ଗୁରୁତ୍ବପୂର୍ଣ୍ଣ : ଦିଗ୍‌ବିଜୟ ସିଂ

Published: Apr 23, 2019, 12:57 pm IST
DIGVIJAY S]INGH SLAMS RSS

କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ପୁନର୍ବାର ଏକ ବିବାଦୀୟ ବୟାନ ଦେଇଛନ୍ତି । ରାଷ୍ଟ୍ରୀୟ  ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ପାଇଁ ଭାରତ ମାତାର କୌଣସି ଗୁରୁତ୍ବ ନାହିଁ ବରଂ ସଂଘ ସେମାନଙ୍କ ପାଇଁ ରାଷ୍ଟ୍ର ଠାରୁ ବଡ ବୋଲି କହିଛନ୍ତି ଦିଗ୍‌ବିଜୟ । ଭୋପାଳରୁ ଦିଗ୍‌ବିଜୟ ସିଂଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ପ୍ରଜ୍ଞା ସିଂ ଠାକୁରଙ୍କ ଏଟିଏସ୍‌ ମୁଖ୍ୟ ହେମନ୍ତ କାର୍କାରେଙ୍କ ବିପକ୍ଷରେ ବୟାନକୁ ନେଇ ଏହି ମନ୍ତବ୍ୟ ଦେଇଛନ୍ତି ଦିଗ୍‌ବିଜୟ । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ପ୍ରଜ୍ଞା ଏବଂ ସଂଘ ପରିବାରକୁ ସମାଲୋଚନା କରିଛନ୍ତି ଦିଗ୍‌ବିଜୟ । ସଂଘ ପରିବାରକୁ ବିରୋଧ କରୁଥିବା ପ୍ରତ୍ୟେକ ଶହିଦଙ୍କୁ ସେମାନେ ଦେଶଦ୍ରୋହୀର ମାନ୍ୟତା ଦେଇଥାନ୍ତି ବୋଲି ମଧ୍ୟ କହିଛନ୍ତି ଦିଗ୍‌ବିଜୟ । ନୂତନ ଭାରତର ଗଠନ ବିଗତ ପାଞ୍ଚ ବର୍ଷ ମଧ୍ୟରେ ହୋଇନାହିଁ, ପୂର୍ବରୁ ମଧ୍ୟ ଆମ ସରକାର ଭାରତର ବିକାଶ କରୁଥିଲେ ମାତ୍ର ଏଥିପାଇଁ ଅସହିଷ୍ଣୁତାର ସହାୟତା ନେଇନଥିଲେ ଏବଂ ସମସ୍ତଙ୍କୁ ସମାନ ନଜରରେ ଦେଖୁଥିଲେ । ଦେଶ ନିର୍ମାଣରେ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ କରିବା ଉଚିତ୍‌ ବୋଲି ଟ୍ବିଟ୍‌ କରିଥିଲେ ଦିଗ୍‌ବିଜୟ ।

Related posts