ମଙ୍ଗଳବାର ସୁପ୍ରିମ୍କୋର୍ଟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାଫାଲେ ରାୟ ଉପରେ ରାହୁଲଙ୍କ ଚୌକିଦାର ଚୋର ହେ ମନ୍ତବ୍ୟ ଉପରେ ମଙ୍ଗଳବାର ଏହି ନୋଟିସ ଜାରି କରାଯାଇଛି । ଏପ୍ରିଲ୍ 30 ତାରିଖରେ ମାମଲାର ଆସନ୍ତା ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ କୋର୍ଟ । ରାହୁଲ ଗତକାଲି ନିଜ ମନ୍ତବ୍ୟକୁ ବିପକ୍ଷ ରାଜନୈତିକ ଦଳ ମାନେ କଦର୍ଥ କରି ପ୍ରକାଶ କରିଛନ୍ତି ବୋଲକି ଅଭିଯୋଗ କରିବା ସହ ସୁପ୍ରିମ୍କୋର୍ଟଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଥିଲେ । ନିର୍ବାଚନୀ ପ୍ରଚାର ସମୟରେ ଏପରି ହୋଇଥିବା ମଧ୍ୟ ରାହୁଲ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦିଲ୍ଲୀରୁ ବିଜେପିର ସାଂସଦ ପ୍ରାର୍ଥୀ ମୀନାକ୍ଷୀ ଲେଖି ରାହୁଲଙ୍କକ ବିପକ୍ଷରେ ମାମଲା ଦାଏର କରିଥିଲେ ।
Tags: