ଏୟାରଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଥିବା ନେତାଙ୍କୁ ମିଶାଇଲ୍‌ ସହିତ ପଠାଇବା ଉଚିତ୍‌ : ଫଡନବିସ୍‌

Published: Apr 23, 2019, 3:07 pm IST

ପାକିସ୍ତାନର ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଥିବା ନେତାଙ୍କୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ । ଫଡନବିସ୍‌ କହିଛନ୍ତି ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଥିବା ବିପକ୍ଷ ନେତାଙ୍କୁ ରକେଟ୍‌ରେ ବାନ୍ଧି ସୀମା ସେପଟକୁ ପଠାଇବା ଦରକାର, ଏହା ହେଲେ ସେମାନେ ସିଧାସଳଖ ପ୍ରମାଣ ପାଇପାରିବେ । ମହାରାଷ୍ଟ୍ରର ବିରାରରେ ଏକ ନିର୍ବାଚନୀ ରାଲିରେ ଏହି ମନ୍ତବ୍ୟ ଦେଇଛନ୍ତି ଫଡନବିସ୍‌ । ସେହିପରି ଏନ୍‌ଡିଏ ବିପକ୍ଷରେ ମହାମେଣ୍ଟକୁ ମହା ଖେଚୁଡୀ ବୋଲି ସମ୍ବୋଧନ କରିବା ସହିତ ବିମାନ ବାହିନୀର କ୍ଷମତା ନେଇ ପ୍ରଶ୍ନ ଉଠାଉଥିବା ଏହି ନେତାଙ୍କୁ ସମାଲୋଚନା କରିଥିଲେ । ଜଲ୍‌ନାରେ ଅନ୍ୟ ଏକ ରାଲିରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ପଙ୍କଜା ମୁଣ୍ଡେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସମାଲୋଚନା କରୁଛନ୍ତି । ସିଧାସଳଖ ରାହୁଲଙ୍କୁ ଆକ୍ରମଣ କରି କହିଛନ୍ତି ରାହୁଲଙ୍କୁ ରକେଟ୍‌ ସହିତ ପଠାଗଲେ ବିପକ୍ଷ ଦଳ ମାନଙ୍କର ଏୟାର ଷ୍ଟ୍ରାଇକ୍‌ ଉପରେ ଭରସା ଆସିବ ।

Related posts