ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ଶାଳିନୀ ଯାଦବ

Published: Apr 23, 2019, 3:46 pm IST
shalini yadav to compeete against modi

ଚଳିତ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବାରଣାସୀରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ମୋଦୀଙ୍କ ସହିତ ଲଢ଼େଇ କରିବାକୁ ଏସ୍‌ପି ବାରଣାସୀ ସଂସଦୀୟ କ୍ଷେତ୍ର ଉପରକୁ ଶାଳିନୀ ଯାଦବଙ୍କୁ ଛାଡ଼ିଛି । ଏସ୍‌ପି-ବିଏସ୍‌ପି ମେଣ୍ଟ ଶାଳିନୀ ଯାଦବଙ୍କ ଉପରେ ଆସ୍ଥା ପ୍ରକଟ କରିଛି । କଂଗ୍ରେସରୁ ଶୃଙ୍ଖଳାଗତ କାରଣରୁ ବହିଷ୍କାର ହୋଇଥିବା ଯାଦବ ଅଖିଳେଶଙ୍କ ଦଳରେ ଯୋଗ ଦେଇଥିବା ବେଳେ ବାରଣାସୀରୁ ଟିକଟ ମଧ୍ୟ ପାଇଛନ୍ତି । ଶାଳିନୀ ଯାଦବ 2017 ରେ କଂଗ୍ରେସ ଟିକେଟ୍‌ରୁ ପୌରପରିଷଦ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ହାରିଯାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଗତକାଲି ସେ ଏସ୍‌ପି ଦଳରେ ସାମିଲ ହୋଇଛନ୍ତି । ସେ ହେଉଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ୟାମଲାଲ ଯାଦବଙ୍କ ବୋହୁ । ଅନ୍ୟପକ୍ଷରେ କଂଗ୍ରେସ ଜିଲ୍ଲା ସଭାପତି ପ୍ରଜାନାଥ ଶର୍ମା କହିଛନ୍ତି ଦଳ ବିରୋଧୀ କାର୍ଯ୍ୟ ପାଇଁ ଶାଳିନୀଙ୍କୁ ଏପ୍ରିଲ 20ରେ ଦଳରୁ ବହିଷ୍କାର କରାଯାଇଛି ।

Related posts