Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁରରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଜବତ
ଅପରାଧ

ବାଣପୁରରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଜବତ

February 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ତତ୍ୱାବଧାନରେ ଆଜି ଖୋର୍ଦ୍ଧା ଜିଲ୍ଲାରେ  ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର କୋଷରଡ଼ା ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଗ୍ରାମର ଏକାଧିକ ସ୍ଥାନରେ ସକାଳ ୭ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା।

ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ୧୨୦ ଗୋଟି ଡ୍ରମରୁ ମୋଟ ୬ ହଜାର କେଜି ଗୁଡ ମିଶ୍ରିତ ମହୁଲି ପୋଚ ଓ ୪୭୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡ଼ାଙ୍ଗୁଆ, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ଅବକାରୀ ସବ ଇନ୍ସପେକ୍ଟର ସୁନିତା ଦଳାଇ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଓ ପୋଲିସ ଫୋର୍ସ ସାମିଲ ଥିଲେ।

କିନ୍ତୁ ଦେଶୀ ମଦ ବେପାରୀ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହି ପରିପ୍ରେକ୍ଷୀରେ ପିଆର ନମ୍ବର ୧୧୩/୨୧-୨୨ ରେ ଅବକାରୀ ବିଭାଗ ଗୋଟାଏ ମାମଲା ରୁଜୁ କରିଛି।

ଅବକାରୀ ବିଭାଗ ଦେଶୀ ମଦ ଜବତ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.