Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୋଟବାକ୍ସ ସୁରକ୍ଷା ପାଇଁ ଏହିସବୁ ପଦକ୍ଷେପ ନିଅ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର
ବିଶେଷ ଖବର

ଭୋଟବାକ୍ସ ସୁରକ୍ଷା ପାଇଁ ଏହିସବୁ ପଦକ୍ଷେପ ନିଅ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

February 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୋଟବାକ୍ସ ସୁରକ୍ଷା ପାଇଁ ଏହିସବୁ ପଦକ୍ଷେପ ନିଅ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟଠାରେ ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଭୋଟଗଣତି କରାଯିବ। ଏଥି ନିମନ୍ତେ ସେଠାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଭୋଟବାକ୍ସ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ ଭୋଟବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ ମଧ୍ୟରେ ରଖାଯାଉଛି ।

କିନ୍ତୁ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ଦିଗରେ କେତେକ ଅଭିଯୋଗ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିଛି, ଏହାକୁ ବିଚାରକୁ ନେଇ ନିର୍ବାଚନ କମିଶନ ଷ୍ଟ୍ରଙ୍ଗରୁମ୍‌ର କଡ଼ା ସୁରକ୍ଷା ନିମନ୍ତେ କେତେକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମତଦାନ ହୋଇଥିବା ଭୋଟବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ରଖିସାରି ସିଲ୍‌ କରିସାରିଲା ପରେ କୌଣସି ପରିସ୍ଥିତିରେ ଏହାକୁ ଖୋଲାଯାଇପାରିବ ନାହିଁ।

ଯେଉଁ ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବ, ସେସବୁ ଭୋଟବାକ୍ସଗୁଡ଼ିକୁ ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍‌ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଷ୍ଟ୍ରଙ୍ଗରୁମ୍‌ ହୋଇଥିବା କୋଠାରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ସହ ଷ୍ଟ୍ରଙ୍ଗରୁମ୍‌ ହୋଇଥିବା ଅଞ୍ଚଳଟି ସିସିଟିଭି ନଜରରେ ରହିବ। ଭୋଟଗଣତି କେନ୍ଦ୍ରକୁ ପ୍ରବେଶ କଲାବେଳେ ପ୍ରାର୍ଥମାନଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା ପ୍ରାଧିକୃତ ପ୍ରତିନିଧିମାନଙ୍କୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ, ଯେପରି କୌଣସି ବ୍ୟକ୍ତି ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ୍‌ ଫୋନ୍‌, ସ୍ପାଏପେନ୍‌ କିମ୍ବା କୌଣସି ପ୍ରକାରର ବୈଦ୍ୟୁତିକ ଯନ୍ତ୍ରପାତି ନେଇ ଯାଇପାରିବେ ନାହିଁ ।

ଭୋଟ ଗଣତି ପ୍ରକ୍ରିୟାରେ ବାଧାସୃଷ୍ଟି କଲା ଭଳି କୌଣସି ସାମଗ୍ରୀ ଭୋଟଗଣତି କେନ୍ଦ୍ର ମଧ୍ୟକୁ ଯାଇପାରିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ସମସ୍ତ ନିଷୋଧାଦେଶଗୁଡ଼ିକ ମଧ୍ୟ ଭୋଟଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ମଧ୍ୟ ଲାଗୁ କରାଯିବ। ଭୋଟଗଣତି କେନ୍ଦ୍ର ମଧ୍ୟକୁ ପାଣି ବୋତଲ ନ ନେଇ କେନ୍ଦ୍ର ବାହାରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Panchayat Voting PanchayatElection Strong Room ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026

ଓଡ଼ାପଡ଼ା ତହସିଲଦାର ସସ୍‌ପେଣ୍ଡ

October 18, 2026

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026

ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

October 18, 2026
Latest News

ଅଷ୍ଟମୀ-ନବମିରେ କରନ୍ତୁ ଯଜ୍ଞ: ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

October 18, 2026

ଘରେ ଶଙ୍ଖ ରଖିବା ନିଶ୍ଚିତ ଶୁଭ, ହେଲେ ଯଦି ଏହି ଭୁଲ କରିଦେଲେ ତେବେ କଥା ସରିଲା

October 18, 2026

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

October 18, 2026

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.