Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ: କେନ୍ଦ୍ରମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ
ବିଶେଷ ଖବର

ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ: କେନ୍ଦ୍ରମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ

February 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଇସ୍ପାତ ମନ୍ତ୍ରଣାଳୟ ଓଡିଶାର ଇସ୍ପାତ କମ୍ପାନୀଗୁଡିକ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶାରେ ଥିବା ପ୍ରାଥମିକ ଓ ଦ୍ବିତୀୟକ ଇସ୍ପାତ କମ୍ପାନୀର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ଇସ୍ପାତ କ୍ଷେତ୍ରରେ ଦେଖା ଦେଉଥିବା ଆହ୍ବାନ ଗୁଡ଼ିକୁ କମ୍ପାନୀ ଅଧିକାରୀମାନେ ଉପସ୍ଥାପନ କରିଥିଲେ, ଯେଉଁଥିରେ ଏହି ଶିଳ୍ପ ପାଇଁ ଏକ ଉତ୍ତମ ପରିସଂସ୍ଥାନ ବିଶେଷ ଭାବରେ ପୁଞ୍ଜି, କଞ୍ଚାମାଲ ଯୋଗାଣ, ଯୋଗାଯୋଗ ସୁବିଧା ଓ ଦ୍ବିତୀୟକ କମ୍ପାନୀ ଗୁଡ଼ିକ ପାଇଁ ସହାୟତା ଅନ୍ତର୍ଭୁକ୍ତ ଥିଲା।

ଏହି ଅଧିବେଶନକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂ ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି କହିଛନ୍ତି। ୱାର୍ଲ୍ଡ ସ୍କିଲ୍ ସେଣ୍ଟର, ଭୁବନେଶ୍ୱର ଭଳି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଶା ସରକାର ଦକ୍ଷତା ବିକାଶ ଉପରେ ସଠିକ୍ ଧ୍ୟାନ ଦେଇଛନ୍ତି ଯାହାକି ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାରେ ମଧ୍ୟ ଖଣିଜ, ପ୍ରାକୃତିକ ସମ୍ପଦ, ପରିବହନ ସୁବିଧା ତଥା ପର୍ଯ୍ୟାପ୍ତ ବିଦ୍ୟୁତ ଶକ୍ତି ରହିଛି, ଯାହାକି ଓଡ଼ିଶାକୁ ଏକ ଉତ୍କୃଷ୍ଟ ନିବେଶ ସ୍ଥାନରେ ପରିଣତ କରିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ତଥା ଯୋଜନା ଯେପରିକି ଗତିଶକ୍ତି ମାଷ୍ଟରପ୍ଲାନ ଦ୍ବାରା ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ, ଯେଉଁଥିରେ ଦ୍ବିତୀୟକ ଇସ୍ପାତ କ୍ଷେତ୍ରର ଅବଦାନ ବହୁତ ଅଧିକ ହେବ। ଏହି କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ମନ୍ତ୍ରଣାଳୟର ଅଧିକାରୀମାନେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଇସ୍ପାତ ଶିଳ୍ପ ସମସ୍ୟାର ସମାଧାନ ପାଇଁ ସରକାର ସକ୍ରିୟ ଭାବରେ ସମସ୍ତ ପଦକ୍ଷେପ ନେଉଛନ୍ତି ଏବଂ ଏହି ଉଦ୍ୟୋଗରେ ବିଶେଷ ଭାବରେ ଦ୍ବିତୀୟକ ଇସ୍ପାତ କମ୍ପାନୀଗୁଡିକର ପ୍ରଗତିରେ ବାଧା ସୃଷ୍ଟି କରୁଥିବା ନିର୍ଦ୍ଦିଷ୍ଟ ବିଷୟ ଉପରେ ମତାମତ ଏବଂ ପରାମର୍ଶକୁ ସ୍ୱାଗତ କରିଛନ୍ତି।

ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଇସ୍ପାତ କମ୍ପାନୀ ଗୁଡିକର ପ୍ରତିନିଧି ଏବଂ ଇସ୍ପାତ ମନ୍ତ୍ରଣାଳୟ ଓ ରାଷ୍ଟ୍ରାୟତ ଉଦ୍ୟୋଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଇସ୍ପାତ ମନ୍ତ୍ରଣାଳୟ ଓଡିଶା କେନ୍ଦ୍ରମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026

ଓଡିଶାର ରାଜ୍ୟସଭା ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି, ସତ୍ୟବ୍ରତ ରାଉତ ରିଟର୍ଣିଂ ଅଫିସର

June 1, 2026
Latest News

ଚଳିତ ଆଇପିଏଲରେ କିଏ ରହିଲେ ଦମଦାର ଆଉ କିଏ ହେଲେ ଫ୍ଲପ?

June 2, 2026

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.