Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଣ-ବୈଷୟିକ ଲୋକପ୍ରିୟ ବର୍ଗର ପ୍ରାର୍ଥୀଙ୍କ ସମସ୍ୟା ସମାଧାନ କଲା ରେଳ ସମିତି
ଆଜିର ଖବର

ଅଣ-ବୈଷୟିକ ଲୋକପ୍ରିୟ ବର୍ଗର ପ୍ରାର୍ଥୀଙ୍କ ସମସ୍ୟା ସମାଧାନ କଲା ରେଳ ସମିତି

March 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟର ଆଦେଶ ସଂଖ୍ୟା ଇଆରପି- ଆଇ/୨୦୨୨/୨୩/୦୬ ତାରିଖ ୨୬ ଜାନୁଆରୀ ୨୦୨୨ ଅନୁଯାୟୀ, ସିଇଏନ ୦୧/୨୦୧୯ (ଅଣ-ବୈଷୟିକ ଲୋକପ୍ରିୟ ବର୍ଗ) ଏବଂ ସିଇଏନ ଆରଆରସି-୦୧/୨୦୧୯ (ଲେଭଲ-୧)ର ପ୍ରାର୍ଥୀଙ୍କ ସମସ୍ୟାର ତଦନ୍ତ ପାଇଁ ଗଠନ କରାଯାଇଥିବା ସମିତି ନିମ୍ନ ନିଷ୍ପତ୍ତି ଗ୍ରହଣ କରିଛି :

ସିଇଏନ ୦୧/୨୦୧୯ (ଅଣ-ବୈଷୟିକ ଲୋକପ୍ରିୟ ବର୍ଗ)ର ଦ୍ବିତୀୟ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ପାଇଁ ବେତନ ସ୍ତର (ପେ ଲେଭଲ) ଅନୁସାରେ ୨୦ ଗୁଣା ଅଭିନବ ପ୍ରାର୍ଥୀମାନଙ୍କୁ ଚୟନ ବା ସର୍ଟଲିଷ୍ଟ କରାଯିବ।

ପୂର୍ବରୁ ଯୋଗ୍ୟ ଘୋଷିତ ପ୍ରାର୍ଥୀ ଆଗକୁ ମଧ୍ୟ ଯୋଗ୍ୟ ବିବେଚିତ ହେବେ।

ଚୟନ କରାଯିବାକୁ ଥିବା ଅତିରିକ୍ତ ପ୍ରାର୍ଥୀମାନଙ୍କର ତାଲିକା ପ୍ରତ୍ୟେକ ବେତନ ସ୍ତରରେ ହିଁ ବିଜ୍ଞପିତ କରାଯିବ।

ପ୍ରତ୍ୟେକ ବେତନ ସ୍ତର ପାଇଁ ଆରଆରବି ୱାରୀ ଦ୍ବିତୀୟ ପର୍ଯ୍ୟାୟ ସିବିଟିରେ ଗୋଟିଏ ଆରଆରବିର ସମସ୍ତ ପ୍ରାର୍ଥୀମାନଙ୍କୁ ଗୋଟିଏ ପର୍ଯ୍ୟାୟ ବା ସିଙ୍ଗଲ ଶିଫ୍ଟରେ ଆଡଜଷ୍ଟ କରାଯିବ, ଯାହାଫଳରେ ସାମାନ୍ୟକରଣ ବା ନର୍ମାଲାଇଜେସନ ସମାପ୍ତ ହେବ । କ୍ଷମତାର ଅଭାବ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଯେଉଁଠି ସିଙ୍ଗଲ ଶିଫ୍ଟ ସମ୍ଭବ ହେବ ନାହିଁ , ସେଠାରେ ପର୍ସେଣ୍ଟାଇଲ୍‌ ଆଧାରିତ ନର୍ମାଲାଇଜେସନ କରାଯିବ।

ସିଇଏନ ଆରଆରସି-୦୧/୨୦୧୯ (ଲେଭଲ-୧) ସିଙ୍ଗଲ ଷ୍ଟେଜ୍‌ ପରୀକ୍ଷା ଭାବେ ଆୟୋଜିତ ହେବ । ଅନ୍ୟ କୌଣସି ଦ୍ବିତୀୟ ପର୍ଯ୍ୟାୟ ସିବିଟି ହେବ ନାହିଁ।

ଲେଭଲ -୧ ପାଇଁ ଆରଆରସି ୱାରୀ ସିବିଟି ଆୟୋଜନ କରାଯିବ। ଆରଆରସିରେ ଶିଫ୍ଟ ସଂଖ୍ୟାକୁ କମ କରିବା ଏବଂ ପରୀକ୍ଷା ପ୍ରକ୍ରିୟାକୁ ଗତିଶୀଳ କରିବା ଲାଗି ସର୍ବାଧିକ ଉପଲବ୍ଧ କ୍ଷମତା ଉପଯୋଗ କରିବା ପାଇଁ ସୁପାରିସ କରାଯାଇଛି।

ଯେଉଁ ଠାରେ ଶିଫ୍ଟ ସଂଖ୍ୟା ଏକରୁ ଅଧିକ ରହିଥିବ ସେଠାରେ ସରଳ ଏବଂ ବୁଝିବା ଲାଗି ସହଜ ପର୍ସେଣ୍ଟାଇଲ୍‌ ଆଧାରିତ ନର୍ମାଲାଇଜେସନର ଉପଯୋଗ କରାଯିବ।

ଲେଭଲ – ୧ର ବିଭିନ୍ନ ପଦବୀ ପାଇଁ ଭାରତୀୟ ରେଳବାଇ ଚିକିତ୍ସା ନିୟମାବଳୀ (ଆଇଆରଏମଏମ)ରେ ନିର୍ଦ୍ଧାରିତ ଚିକିତ୍ସା ମାନକ ଉପଯୋଗ କରାଯିବ।

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (ଇଡବ୍ଲୁଏସ) ଅଧୀନରେ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ଯେକୌଣସି ଆୟ ଏବଂ ସମ୍ପତ୍ତି ପ୍ରମାଣପତ୍ରକୁ ମାନ୍ୟତା ଦିଆଯିବ।

ସିଇଏନ ୦୧/୨୦୧୯ (ଅଣ–ବୈଷୟିକ ଲୋକପ୍ରିୟ ବର୍ଗ) ଏବଂ ସିଇଏନ ଆରଆରସି–୦୧/୨୦୧୯ (ଲେଭଲ–୧)ର ଅନୁସୂଚୀ (ସମ୍ଭବ୍ୟ)

ସମସ୍ତ ବେତନ ସ୍ତରର ସଂଶୋଧିତ ଫଳାଫଳ ଏପ୍ରିଲ, ୨୦୨୨ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା କରାଯିବ।

ବେତନ ସ୍ତର -୬ ପାଇଁ ଦ୍ବିତୀୟ ପର୍ଯ୍ୟାୟ ସିବିଟି ମଇ ୨୦୨୨ରେ ଅନୁଷ୍ଠିତ ହେବ।

ଅନ୍ୟ ବେତନ ସ୍ତର ପାଇଁ ଦ୍ବିତୀୟ ପର୍ଯ୍ୟାୟ ସିବିଟି ଉଚିତ୍‌ ସମୟ ଅନ୍ତରାଳ ପରେ ଆୟୋଜନ କରାଯିବ।

ଦ୍ବିତୀୟ ପର୍ଯ୍ୟାୟ ସିବିଟି ଆଦିକୁ ସମାପ୍ତ କରିବା କାରଣରୁ ଲେଭଲ – ୧ ପାଇଁ ସିବିଟି ପରିଚାଳନା ଲାଗି ବିଶେଷ ସର୍ତ୍ତ ସହିତ ସଂଶୋଧିତ ପଦ୍ଧତି ପାଳନ କରିବା ସକାଶେ ନିଷ୍ପତ୍ତି ନିଆଯାଇଛି।

ଏଥିରେ ପ୍ରତି ଶିଫ୍ଟର ଆବଶ୍ୟକତାରେ ଉଲ୍ଲେଖନୀୟ ବୃଦ୍ଧି ସହିତ ଲେଭଲ -୧ ପାଇଁ ସିବିଟି ଆୟୋଜନ କରିବା ନିମନ୍ତେ ଅତିରିକ୍ତ ମୌଳିକ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ ଯୋଗାଡ଼ କରିବା ସାମିଲ ରହିବ। ଲେଭଲ -୧ ପାଇଁ ସିବିଟିକୁ ଯଥାଶୀଘ୍ର ଆୟୋଜନ କରିବା ଲାଗି ପରୀକ୍ଷା ପରିଚାଳନା ଏଜେନ୍ସି (ଇସିଏ)କୁ ତତ୍ପର ରଖିବାକୁ ପ୍ରୟାସ କରାଯିବ।

ଏଥିପାଇଁ, ଲେଭଲ -୧ ଲାଗି ସିବିଟି ଜୁଲାଇ ୨୦୨୨ରେ ସମ୍ଭାବ୍ୟ ରୂପରେ ଆୟୋଜନ କରିବାକୁ ଯୋଜନା ରହିଛି।

ଅଣ-ବୈଷୟିକ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.