ଅଣ-ବୈଷୟିକ ଲୋକପ୍ରିୟ ବର୍ଗର ପ୍ରାର୍ଥୀଙ୍କ ସମସ୍ୟା ସମାଧାନ କଲା ରେଳ ସମିତି

Published: Mar 11, 2022, 8:08 am IST

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟର ଆଦେଶ ସଂଖ୍ୟା ଇଆରପି- ଆଇ/୨୦୨୨/୨୩/୦୬ ତାରିଖ ୨୬ ଜାନୁଆରୀ ୨୦୨୨ ଅନୁଯାୟୀ, ସିଇଏନ ୦୧/୨୦୧୯ (ଅଣ-ବୈଷୟିକ ଲୋକପ୍ରିୟ ବର୍ଗ) ଏବଂ ସିଇଏନ ଆରଆରସି-୦୧/୨୦୧୯ (ଲେଭଲ-୧)ର ପ୍ରାର୍ଥୀଙ୍କ ସମସ୍ୟାର ତଦନ୍ତ ପାଇଁ ଗଠନ କରାଯାଇଥିବା ସମିତି ନିମ୍ନ ନିଷ୍ପତ୍ତି ଗ୍ରହଣ କରିଛି :

ସିଇଏନ ୦୧/୨୦୧୯ (ଅଣ-ବୈଷୟିକ ଲୋକପ୍ରିୟ ବର୍ଗ)ର ଦ୍ବିତୀୟ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ପାଇଁ ବେତନ ସ୍ତର (ପେ ଲେଭଲ) ଅନୁସାରେ ୨୦ ଗୁଣା ଅଭିନବ ପ୍ରାର୍ଥୀମାନଙ୍କୁ ଚୟନ ବା ସର୍ଟଲିଷ୍ଟ କରାଯିବ।

ପୂର୍ବରୁ ଯୋଗ୍ୟ ଘୋଷିତ ପ୍ରାର୍ଥୀ ଆଗକୁ ମଧ୍ୟ ଯୋଗ୍ୟ ବିବେଚିତ ହେବେ।

ଚୟନ କରାଯିବାକୁ ଥିବା ଅତିରିକ୍ତ ପ୍ରାର୍ଥୀମାନଙ୍କର ତାଲିକା ପ୍ରତ୍ୟେକ ବେତନ ସ୍ତରରେ ହିଁ ବିଜ୍ଞପିତ କରାଯିବ।

ପ୍ରତ୍ୟେକ ବେତନ ସ୍ତର ପାଇଁ ଆରଆରବି ୱାରୀ ଦ୍ବିତୀୟ ପର୍ଯ୍ୟାୟ ସିବିଟିରେ ଗୋଟିଏ ଆରଆରବିର ସମସ୍ତ ପ୍ରାର୍ଥୀମାନଙ୍କୁ ଗୋଟିଏ ପର୍ଯ୍ୟାୟ ବା ସିଙ୍ଗଲ ଶିଫ୍ଟରେ ଆଡଜଷ୍ଟ କରାଯିବ, ଯାହାଫଳରେ ସାମାନ୍ୟକରଣ ବା ନର୍ମାଲାଇଜେସନ ସମାପ୍ତ ହେବ । କ୍ଷମତାର ଅଭାବ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଯେଉଁଠି ସିଙ୍ଗଲ ଶିଫ୍ଟ ସମ୍ଭବ ହେବ ନାହିଁ , ସେଠାରେ ପର୍ସେଣ୍ଟାଇଲ୍‌ ଆଧାରିତ ନର୍ମାଲାଇଜେସନ କରାଯିବ।

ସିଇଏନ ଆରଆରସି-୦୧/୨୦୧୯ (ଲେଭଲ-୧) ସିଙ୍ଗଲ ଷ୍ଟେଜ୍‌ ପରୀକ୍ଷା ଭାବେ ଆୟୋଜିତ ହେବ । ଅନ୍ୟ କୌଣସି ଦ୍ବିତୀୟ ପର୍ଯ୍ୟାୟ ସିବିଟି ହେବ ନାହିଁ।

ଲେଭଲ -୧ ପାଇଁ ଆରଆରସି ୱାରୀ ସିବିଟି ଆୟୋଜନ କରାଯିବ। ଆରଆରସିରେ ଶିଫ୍ଟ ସଂଖ୍ୟାକୁ କମ କରିବା ଏବଂ ପରୀକ୍ଷା ପ୍ରକ୍ରିୟାକୁ ଗତିଶୀଳ କରିବା ଲାଗି ସର୍ବାଧିକ ଉପଲବ୍ଧ କ୍ଷମତା ଉପଯୋଗ କରିବା ପାଇଁ ସୁପାରିସ କରାଯାଇଛି।

ଯେଉଁ ଠାରେ ଶିଫ୍ଟ ସଂଖ୍ୟା ଏକରୁ ଅଧିକ ରହିଥିବ ସେଠାରେ ସରଳ ଏବଂ ବୁଝିବା ଲାଗି ସହଜ ପର୍ସେଣ୍ଟାଇଲ୍‌ ଆଧାରିତ ନର୍ମାଲାଇଜେସନର ଉପଯୋଗ କରାଯିବ।

ଲେଭଲ – ୧ର ବିଭିନ୍ନ ପଦବୀ ପାଇଁ ଭାରତୀୟ ରେଳବାଇ ଚିକିତ୍ସା ନିୟମାବଳୀ (ଆଇଆରଏମଏମ)ରେ ନିର୍ଦ୍ଧାରିତ ଚିକିତ୍ସା ମାନକ ଉପଯୋଗ କରାଯିବ।

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (ଇଡବ୍ଲୁଏସ) ଅଧୀନରେ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ଯେକୌଣସି ଆୟ ଏବଂ ସମ୍ପତ୍ତି ପ୍ରମାଣପତ୍ରକୁ ମାନ୍ୟତା ଦିଆଯିବ।

ସିଇଏନ ୦୧/୨୦୧୯ (ଅଣବୈଷୟିକ ଲୋକପ୍ରିୟ ବର୍ଗ) ଏବଂ ସିଇଏନ ଆରଆରସି୦୧/୨୦୧୯ (ଲେଭଲ) ଅନୁସୂଚୀ (ସମ୍ଭବ୍ୟ)

ସମସ୍ତ ବେତନ ସ୍ତରର ସଂଶୋଧିତ ଫଳାଫଳ ଏପ୍ରିଲ, ୨୦୨୨ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା କରାଯିବ।

ବେତନ ସ୍ତର -୬ ପାଇଁ ଦ୍ବିତୀୟ ପର୍ଯ୍ୟାୟ ସିବିଟି ମଇ ୨୦୨୨ରେ ଅନୁଷ୍ଠିତ ହେବ।

ଅନ୍ୟ ବେତନ ସ୍ତର ପାଇଁ ଦ୍ବିତୀୟ ପର୍ଯ୍ୟାୟ ସିବିଟି ଉଚିତ୍‌ ସମୟ ଅନ୍ତରାଳ ପରେ ଆୟୋଜନ କରାଯିବ।

ଦ୍ବିତୀୟ ପର୍ଯ୍ୟାୟ ସିବିଟି ଆଦିକୁ ସମାପ୍ତ କରିବା କାରଣରୁ ଲେଭଲ – ୧ ପାଇଁ ସିବିଟି ପରିଚାଳନା ଲାଗି ବିଶେଷ ସର୍ତ୍ତ ସହିତ ସଂଶୋଧିତ ପଦ୍ଧତି ପାଳନ କରିବା ସକାଶେ ନିଷ୍ପତ୍ତି ନିଆଯାଇଛି।

ଏଥିରେ ପ୍ରତି ଶିଫ୍ଟର ଆବଶ୍ୟକତାରେ ଉଲ୍ଲେଖନୀୟ ବୃଦ୍ଧି ସହିତ ଲେଭଲ -୧ ପାଇଁ ସିବିଟି ଆୟୋଜନ କରିବା ନିମନ୍ତେ ଅତିରିକ୍ତ ମୌଳିକ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ ଯୋଗାଡ଼ କରିବା ସାମିଲ ରହିବ। ଲେଭଲ -୧ ପାଇଁ ସିବିଟିକୁ ଯଥାଶୀଘ୍ର ଆୟୋଜନ କରିବା ଲାଗି ପରୀକ୍ଷା ପରିଚାଳନା ଏଜେନ୍ସି (ଇସିଏ)କୁ ତତ୍ପର ରଖିବାକୁ ପ୍ରୟାସ କରାଯିବ।

ଏଥିପାଇଁ, ଲେଭଲ -୧ ଲାଗି ସିବିଟି ଜୁଲାଇ ୨୦୨୨ରେ ସମ୍ଭାବ୍ୟ ରୂପରେ ଆୟୋଜନ କରିବାକୁ ଯୋଜନା ରହିଛି।

Related posts