Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ଦ୍ରୁଷ୍ଟିରେ ରଖି ବାଣପୁରରେ ଅତିରିକ୍ତ ଫୋର୍ସ ମୁତୟନ
ଆଞ୍ଚଳିକ

ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ଦ୍ରୁଷ୍ଟିରେ ରଖି ବାଣପୁରରେ ଅତିରିକ୍ତ ଫୋର୍ସ ମୁତୟନ

June 5, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ଦୃଷ୍ଟିରେ ରଖି ଅତିରିକ୍ତ ଫୋର୍ସ ବାଣପୁର ଥାନା ଅଞ୍ଚଳରେ ମୁତୟନ କରାଯାଇଛି। ଆଜି ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ଦୁଇ ସେକ୍ସନ ସିଏପିଏଫ ବାଣପୁର ଥାନା ଅଞ୍ଚଳରେ ମୁତୟନ କରାଯାଇଛି।

ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ୱାବଧାନରେ ଉକ୍ତ ଫୋର୍ସ ବାଣପୁର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚବିଶ ଘଣ୍ଟା ପାଟ୍ରୋଲିଂ କରିବ। ଯାହାଫଳରେ ସାମ୍ଭାବ୍ୟ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକାଯାଇପାରିବ।

ଉକ୍ତ ଫୋର୍ସ ସହ ବାଣପୁର ପୋଲିସ ନିରନ୍ତର ପାଟ୍ରୋଲିଂ ଜାରି ରଖିବ ଏବଂ ଜନସାଧାରଣଙ୍କୁ ସଚେତନ ମଧ୍ୟ କରିବ। ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପୋଲିସର ପ୍ରଥମ ପ୍ରାଥମିକତା ବୋଲି ଆଇଆଇସି ଶ୍ରୀ ଦେବତା କହିଛନ୍ତି।

ସୂଚନା ଥାଉକି ରାଜ୍ୟରେ ସଦ୍ୟ ନିର୍ବାଚନ ଶେଷ ହୋଇଥିବା ବେଳେ ଗତକାଲି ଫଳାଫଳ ଘୋଷଣା ହୋଇଛି। ତେବେ ଚବିଶ ବର୍ଷ ଧରି କ୍ଷମତାସୀନ ବିଜେଡି ଗାଦିଚ୍ୟୁତ ହୋଇଥିବା ବେଳେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିବାକୁ ଯାଉଛି। ତେବେ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ଚିଲିକା ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହୋଇଥିବାବେଳେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାକୁ ନିର୍ବାଚନୀ ପରବର୍ତ୍ତୀ ହିଂସା ଏଡାଇବା ପାଇଁ ଅତିରିକ୍ତ ଫୋର୍ସ ଯୋଗାଇଦିଆଯାଇଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026

ଶିଖରଚଣ୍ଡୀରେ ଦନ୍ତା ଉତ୍ପାତ

April 18, 2026

ଗଞ୍ଜାମରେ ଓଲଟିଲା ବସ୍‌

April 18, 2026

ରୁଷଠାରୁ ତେଲ କିଣିବା ଜାରି ରଖିବ ଭାରତ : ରିହାତି ବୃଦ୍ଧି କଲା ଆମେରିକା

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.