Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ସାହିତ୍ୟ ସମାଜ ପାଳିଲା ୧୮୮ତମ ବାଣପୁର ମୁକ୍ତି ଦିବସ, ସହିଦ କୃତ୍ତିବାସଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି
ଆଞ୍ଚଳିକ

ଚିଲିକା ସାହିତ୍ୟ ସମାଜ ପାଳିଲା ୧୮୮ତମ ବାଣପୁର ମୁକ୍ତି ଦିବସ, ସହିଦ କୃତ୍ତିବାସଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି

June 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଯେଉଁ ରକ୍ତ ରଞ୍ଜିତ ପଲଟଣ ପଡ଼ିଆର ଫିରିଙ୍ଗିମୁକ୍ତ ମାଟି ଉପରେ ଛିଡ଼ା ହୋଇ ୧୮୩୬ ମସିହା ଜୁନ୍ ୧ ତାରିଖରେ ବିପ୍ଲବୀ କୃତିବାସ ତିନି ଦିନ ପାଇଁ ବାଣପୁରର ସ୍ଵାଧୀନତା ସଦର୍ପେ ଘୋଷଣା କରିଥିଲେ। ସେହି ଐତିହାସିକ ମାଟି ଉପରେ ଚିଲିକା ସାହିତ୍ୟ ସମାଜ ପାଳନ କରିଛି। ୧୮୮ତମ ବାଣପୁର ମୁକ୍ତି ଦିବସ ସମାରୋହ ଏବଂ ସାରସ୍ଵତ ପ୍ରତିଭାଙ୍କ ସ୍ଵରଚିତ କବିତା “ମୁକ୍ତି ସଂଗୀତ” ରେ ବିପ୍ଳବୀଙ୍କୁ ଅର୍ପଣ କରିଛି ଶତତ ଶ୍ରଦ୍ଧାଞ୍ଜଳି।

ବକ୍ସି ଜଗବନ୍ଧୁଙ୍କ ଡ଼ାକରାରେ ୧୮୧୭ର ପ୍ରଥମ ପାଇକ ବିଦ୍ରୋହ ଭାଟପଡ଼ାଗଡ଼ର ଦଳବେହେରା ଦୀନବନ୍ଧୁ ସାମନ୍ତରାୟ ମହାରଥା ଏବଂ ଅରାଙ୍ଗଗଡ଼ର ଦଳବେହେରା ପିତା ଶ୍ୟାମସୁନ୍ଦରର ପାଟଣାଣିଙ୍କ ମିଳିତ ସହଯୋଗରେ ଘୁମୁଷରର ଶତ ଶତ କନ୍ଧପାଇକଙ୍କ ସହିତବାଣପୁର ପାଇକଙ୍କଫିରିଙ୍ଗି ବିରୋଧି ବିଦ୍ରୋହ ଯୁବ ଅବସ୍ଥାରେ କୃତିବାସଙ୍କୁ ଉଦବୋଧିତ କରିଥିଲା।

ପରବର୍ତ୍ତୀକାଳରେ ୧୮୩୬ରେ ପୁଣି ଫିରିଙ୍ଗିମାନଙ୍କ ଅକଥନୀୟ ଶୋଷଣ କଷଣ ଅତ୍ୟାଚାରକୁ ପ୍ରତିହତ କରିବାପାଇଁ ଅରାଙ୍ଗଗଡର ଶତପାଇକଙ୍କ ସହିତ ସାନସିରେଇପୁର, ବାଁଳୋଇ, ସାହାସପୁର, ଭେଟେଶ୍ଵର, ବୋରିଗାଁ, ବେତୁଲି, ଅଞ୍ଚଳର ସହଶ୍ରାଧିକ ପାଇକମାନଙ୍କୁ ସଂଗଠିତ କରି ଐତିକାସିକ ପଲଟଣ ପଡ଼ିଆରେ ଥିବା ବ୍ରିଟିଶ ବାହିନୀ ଉପରେ ଅତର୍କିତ ଆକ୍ରମଣ ସହିତ ଖଜଣାଖାନାଲୁଟ, ଥାନା ପୋଡ଼ି କରି ବାଣପୁରକୁ ତିନି ଦିନ ପାଇଁ ଫିରିଙ୍ଗି ଶାସନମୁକ୍ତ କରି ଶେଷରେ ଶିଖିମନେଇଙ୍କ ଛଳନାରେ ବ୍ରିଟିଶ ହାତରେ ଧରାପଡ଼ି କଳାପାଣି ଦଣ୍ଡ ଭୋଗି ମାଟି ପାଇଁ ସହୀଦ ହୋଇଥିବାରୁ ସାହିତ୍ୟ ସମାଜ ତରଫରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯାଇଥିଲା।

ସଭାପତି ବାଳମୁକୁନ୍ଦ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହରେ କବିଶିବ ମିଶ୍ର, ଆଶୁତୋଶ ସାମନ୍ତସିଂହାର, ମଦନ ମୋହନ ମହାପାତ୍ର, ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି, ମୁରଲୀଧର ସାମନ୍ତସିଂହାର, ରାଜେନ୍ଦ୍ର ପ୍ରସାଦ ରଥ,ରଙ୍କ ନାଥ ସେଠୀ, ଶେଷ ଦେବ ମହାରଣା, ମହେଶ୍ଵର ଜେନା, ଦଣ୍ଡପାଣି ବେହେରା, ରବୀନ୍ଦ୍ରନାଥ ମାନସିଂ, ଆନନ୍ଦ ଚନ୍ଦ୍ରସେନାପତି,ଭିକାରୀଚରଣ ପ୍ରଧାନ, ରାକେଶ ସାହୁ ପ୍ରମୁଖ ନିଜ ନିଜ କବିତା ରେ ଓ,ବ୍ୟକ୍ତବ୍ୟରେ ବିପ୍ଲବୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଆରମ୍ଭରେ ସହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କବି ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ବାଣପୁର ମୁକ୍ତି ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026
Latest News

ରକ୍ତ ପରୀକ୍ଷା ମାଧ୍ୟମରେ ଚିହ୍ନଟ ହେବ କର୍କଟ ରୋଗ: ଷ୍ଟ୍ରାଣ୍ଡ ଲାଇଫ୍ ସାଇନ୍େସସକୁ ମିଳିଲା ପେଟେଣ୍ଟ

July 8, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ

July 8, 2026

ବନ ମହୋତ୍ସବ ଅବସରରେ ଶ୍ୟାମାନନ୍ଦ ପାର୍କରେ ବୃକ୍ଷରୋପଣ କଲେ ରାଜ୍ୟପାଳ

July 8, 2026

ଶ୍ରୀଜିଉମାନଙ୍କ ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ କଳେ  ରାଜ୍ୟପାଳ

July 8, 2026

ଆଜି ଜୁଲାଇ ୮ ତାରିଖ ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.