Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ: ବାଣପୁର ଝିଅ ସଂସ୍କୃତିଙ୍କ ସଫଳତା, ରାଜ୍ୟରେ ହେଲେ ପଞ୍ଚମ
ଆଞ୍ଚଳିକ

ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ: ବାଣପୁର ଝିଅ ସଂସ୍କୃତିଙ୍କ ସଫଳତା, ରାଜ୍ୟରେ ହେଲେ ପଞ୍ଚମ

May 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଗତ ୨୬ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉକ୍ତ ପରୀକ୍ଷାରେ ଚଳିତ ବର୍ଷ ମଧ୍ୟ ଛାତ୍ରୀମାନେ ବାଜିମାତ କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଝିଅ ସଂସ୍କୃତି ମହାପାତ୍ର ମଧ୍ୟ ସଫଳତା ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ସମଗ୍ର ଓଡ଼ିଶାରେ ଯୁକ୍ତ ଦୁଇ କଳାରେ ପଞ୍ଚମ ସ୍ଥାନ ଅଧିକୃତ କରିଛନ୍ତି।

ସଂସ୍କୃତି କଟକସ୍ଥିତ ରେଭେନ୍ଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ଅଧ୍ୟୟନ କରୁଥିଲେ। ତେବେ ସଂସ୍କୃତି ସମୁଦାୟ ୬୦୦ ନମ୍ବରରୁ ୫୫୪ ମାର୍କ (୯୨.୩%) ରଖି ଉକ୍ତ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି। ସେ ରେଭେନ୍ଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ସାରା ରାଜ୍ୟରେ ପଞ୍ଚମ ସ୍ଥାନ ଅଧିକାର କରିଥିବାର ବିଦ୍ୟାଳୟ ସୂତ୍ରରୁ ପ୍ରକାଶ।

ସୂଚନା ଥାଉକି ସଂସ୍କୃତି ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ସେ ତୃତୀୟ, ପଞ୍ଚମ, ଅଷ୍ଟମ ଏବଂ ଦଶମ ଶ୍ରେଣୀରେ ସରକାରୀ ବୃତ୍ତି ମଧ୍ୟ ପାଇଥିଲେ। ସେ ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୁରାତନ ଛାତ୍ରୀ ହୋଇଥିବା ବେଳେ ଦଶମ ଶ୍ରେଣୀରେ ମଧ୍ୟ ଶତକଡା ୯୧ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଥିଲେ।

ସଂସ୍କୃତି ବାଣପୁର ଅଞ୍ଚଳର ସୁନାମଧନ୍ୟ ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ମହାପାତ୍ର ଏବଂ ଉର୍ମିଳା ମହାପାତ୍ରଙ୍କ ନାତୁଣୀ ଏବଂ ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର ଓ ସରିତା ମହାପାତ୍ରଙ୍କ କନିଷ୍ଠ କନ୍ୟା ଅଟନ୍ତି। ତେବେ ସଂକୃତିଙ୍କ ଉକ୍ତ ସଫଳତା ପାଇଁ ବାଣପୁରବାସୀ ଗର୍ବ ଅନୁଭବ କରିଥିବା ବେଳେ ତାଙ୍କର ଉତ୍ତୋରତର ଉନ୍ନତି କାମନା କରିଛନ୍ତି।

ବାଣପୁର ଝିଅ ଯୁକ୍ତ ଦୁଇ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026
Latest News

ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ

October 7, 2026

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

October 7, 2026

ଇଗ୍ନୋ ପକ୍ଷରୁ CII ଏବଂ ‘ଟାଟା ଷ୍ଟିଲ୍ ଫାଉଣ୍ଡେସନ୍’ ସହଯୋଗରେ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ

October 7, 2026

ଆସନ୍ତାକାଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସର ୧୦ମ ସଂସ୍କରଣ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

October 7, 2026

ସହିଦ ଯବାନ ଭି. ତେଜାଙ୍କର ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.