+୨ କଳାରେ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନରେ ରାଜଲକ୍ଷ୍ମୀ

Published: May 30, 2024, 9:28 pm IST

ବାଣପୁର (ଶୀତାରାମ ଅଗ୍ରୱାଲ): ଗତ ୨୬ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉକ୍ତ ପରୀକ୍ଷାରେ ଚଳିତ ବର୍ଷ ମଧ୍ୟ ଛାତ୍ରୀମାନେ ବାଜିମାତ କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଦୁଲଣୀ ଗ୍ରାମର ପିତା ବୀରେନ୍ଦ୍ର କୁମାର ସାହୁ ଓ ମାତା ବିଜୟିନୀ ସାହୁଙ୍କ ଏକମାତ୍ର କନ୍ୟା ରାଜଲକ୍ଷ୍ମୀ ସାହୁ ବ୍ଲକ୍ ରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ରାଜଲକ୍ଷ୍ମୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ରାଜଲକ୍ଷ୍ମୀ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ଅଧ୍ୟୟନ କରୁଥିଲେ। ସେ ସମୁଦାୟ ୬୦୦ ନମ୍ବରରୁ ୫୧୭ ମାର୍କ (୮୬.୧୬%) ରଖି ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବାଣପୁର ବ୍ଲକ୍ ରେ ମଧ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ସେ ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୁରାତନ ଛାତ୍ରୀ ହୋଇଥିବା ବେଳେ ଦଶମ ଶ୍ରେଣୀରେ ମଧ୍ୟ ଶତକଡା ୮୨.୬୬ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ।

ରାଜଲକ୍ଷ୍ମୀ ଗୋଦାବରୀଶ ବିଦ୍ୟାପୀଠର ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ଓ ମାତା ବିଜୟିନୀ ସାହୁଙ୍କ ଏକମାତ୍ର କନ୍ୟା ଅଟନ୍ତି। ତେବେ ରାଜଲକ୍ଷ୍ମୀ ସଫଳତା ପାଇଁ ସେ ପିତା ମାତାଙ୍କ ସମେତ ତାଙ୍କ ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀ ଏବଂ ପାଟପୁରଗ୍ରାମ ଅର୍ନ୍ତଗତ ସରିତା ଶିକ୍ଷା ମନ୍ଦିରର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସହପାଠୀଙ୍କୁ ଶ୍ରେୟ ଦେଇଛନ୍ତି। ଏଥିପାଇଁ ଦୁଲଣୀଗ୍ରାମବାସୀ ଓ କଲେଜର କର୍ମକର୍ତ୍ତା ତାଙ୍କର ଉନ୍ନତି କାମନା ସହ ଶୁଭେଚ୍ଛା ଜଣାଇଛନ୍ତି।

Related posts