Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଐତିହାସିକ ପଟିଆବନ୍ଧ ସ୍ମୃତିସମ୍ମାନ-୨୦୨୨
ଆଞ୍ଚଳିକ

ଐତିହାସିକ ପଟିଆବନ୍ଧ ସ୍ମୃତିସମ୍ମାନ-୨୦୨୨

March 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୧୯୪୬ ମସିହା ପବିତ୍ର ଫଗୁ ଦଶମୀ ଦିନ ମୁକୁଳା ପଟିଆବନ୍ଧ ବାନ୍ଧିବାର ଶୁଭ ପଡ଼ିଥିଲା। ସେ ସମୟରେ କମ୍ୟୁନିଷ୍ଟ ପାର୍ଟିର ନେତୃମଣ୍ଡଳୀଙ୍କ ସହିତ ପଟିଆ ଅଞ୍ଚଳର ୧୯ଖଣ୍ଡ ଗ୍ରାମର ଲୋକମାନଙ୍କ ସହଯୋଗରେ ଅକ୍ଲାନ୍ତ ପରିଶ୍ରମରେ ସରକାରଙ୍କ ଆର୍ଥିକ ସାହାଯ୍ୟ ବିନା ଦୁଇବର୍ଷରେ ସଫଳ ହୋଇ କୁଆଖାଇ ନଦୀର ବନ୍ୟାଜଳ ଓ ଚାଷଜମି ବାଲିଚରରୁ ରକ୍ଷା ମିଳିଥିଲା। ଏହା ଥିଲା ତତ୍କାଳୀନ କନିକା ରାଜା ବିରୁଦ୍ଧରେ ଚାଷୀମାନଙ୍କ ବନ୍ଧ ବାନ୍ଧିବାର ସଂଗ୍ରାମ। ଯେଉଁ ମହାନ୍ ବ୍ୟକ୍ତିମାନେ କାର୍ଯ୍ୟ କରିଥିଲେ, ସେମାନେ ସମସ୍ତେ ସ୍ୱର୍ଗବାସୀ, କେବଳ ଶିବାଜୀ ପଟ୍ଟନାୟକ ଏବେ ଶଯ୍ୟାଶାୟୀ। ଯଥା ଭଗବତୀ ପାଣିଗ୍ରାହୀ, ଗଙ୍ଗାଧର ରଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ବୈଦ୍ୟନାଥ ରଥ, କବି ମନମୋହନ ମିଶ୍ର, ପ୍ରାଣକୃଷ୍ଣ ପଟ୍ଟନାୟକ, ରାମଚନ୍ଦ୍ର ରାମ, ପୂର୍ବତନ ବିଧାୟକ ରାମକୃଷ୍ଣ ପତି, କାଦର ଖାଁ (କାସି ଭାଇନା), ନିଶାମଣି ତ୍ରିପାଠୀ, ବନମାଳୀ ଜେନା, ରଘୁନାଥ ପଲେଇ, ନାଥ ସ୍ୱାଇଁ, ରୋହିତ ସ୍ୱାଇଁ, ଭ୍ରମର ପାଳ ଓ ନିତ୍ୟାନନ୍ଦ ଜେନାଙ୍କ ପାଖରେ ଅଞ୍ଚଳବାସୀ ଚିରଦିନ ଋଣୀ ହୋଇ ରହିବେ। ତାହା ସମସ୍ତଙ୍କ ପାଖରେ ଅଭୁଲ ସ୍ମୃତି ହୋଇ ରହିଛି।

ଦୀର୍ଘ ୭୫ବର୍ଷ ପୂର୍ବେ ଯୁବସୁଲଭ ଅବସ୍ଥାରେ ନିଜ କାମ ନିଜେ କରିବା ନିତିରେ ଯେଉଁ କର୍ମ ପ୍ରେରଣା ସୃଷ୍ଟି କରିଥିଲେ ତାହା ଏବେବି ଉଜ୍ଜିବୀତ ହୋଇ ରହିଛି। ଫଗୁ ଦଶମୀ ସ୍ୱନକ୍ଷତ୍ର ଦିବସକୁ ଅମ୍ଲାନ ପରି ରଖିଥିବାରୁ ଆଜି ୧୯ଖଣ୍ଡ ମୌଜାର କେନ୍ଦ୍ରସ୍ଥଳ ନୂଆବନ୍ଧ ପଡ଼ିଆଠାରେ ନିର୍ମିତ ହୋଇଥିବା ରାମକୃଷ୍ଣ ପତି ଭବନଠାରେ ୭୬ତମ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ମନ୍ତ୍ରୀ, ବିଧାୟକ ଅନୁପସ୍ଥିତ ଯୋଗୁ ବରିଷ୍ଠ ସମାଜସେବୀ ଅଭୟ ବଡ଼ଜେନା ୫ଜଣ ଶତାୟୁ ବ୍ୟକ୍ତିଙ୍କୁ ପଟିଆବନ୍ଧ ସ୍ମୃତି ସମ୍ମାନ-୨୦୨୨ ପ୍ରଦାନ କରିଥିଲେ।

ସେମାନେ ହେଲେ ମହେନ୍ଦ୍ର ପ୍ରଧାନ ପଦାସାହି, ନାରାୟଣ ପ୍ରଧାନ ଇଞ୍ଜଣା, ନାରାୟଣ ସାହୁ ନୂଆବନ୍ତ, ନିଧି ସ୍ୱାଇଁ କନ୍ୟାପୁର, ଦିବାକର ପରିଡ଼ ଜରିପାଟଣା। ଏହି ସ୍ମୃତି ସମାରୋହକୁ ପରିଚାଳନା କରିଥିଲେ ଚିତ୍ତରଞ୍ଜନ ସ୍ୱାଇଁ, ଜିଲ୍ଲା ସଭାପତି କମ୍ରେଡ଼ ନୃସିଂହ ଚରଣ ବେହେରା, ସମ୍ପାଦକ ଅରକ୍ଷିତ ବେହେରା, ଫକୀର ଚରଣ ସାହୁ ଏବଂ ପ୍ରମୋଦ ସୁନ୍ଦରାୟ। ପ୍ରଥମଥର ପାଇଁ ଏହି ସ୍ମୃତି ସମାରୋହରେ ୧୯ ଖଣ୍ଡ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

November 9, 2025

ବାଲୁଗାଁରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ

November 9, 2025

ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ: ବାଣପୁରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025
Latest News

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ: ‘ମାଣ୍ଡିଆ ଦିବସ’ରେ ଦେବେ ଯୋଗ

November 10, 2025

ମୁନିଗୁଡା ଅମୃତ ଭାରତ ରେଳ ଷ୍ଟେସନଠାରେ ରେଳକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ

November 10, 2025

ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ: ପ୍ରଭାତୀ ପରିଡ଼ା

November 10, 2025

ରଥଯାତ୍ରା ଦଳଚକଟା ରିପୋର୍ଟକୁ ନେଇ ବର୍ଷଲା କଂଗ୍ରେସ, ଜାଣିଶୁଣି ଉଚ୍ଚ ଅଧିକାରୀଙ୍କୁ ଖସେଇ ଦିଆଗଲା

November 10, 2025

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.