Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ରାଜ୍ୟସ୍ତରୀୟ ସମ୍ମିଳନୀ
ଆଜିର ଖବର

ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ରାଜ୍ୟସ୍ତରୀୟ ସମ୍ମିଳନୀ

March 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ୱରର ଉତ୍କଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିିତ ହୋଇଯାଇଛି। ସମାଜରେ ଦିନକୁ ଦିନ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ସାଧାରଣ ଜନତା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ନୀତିର ପ୍ରାଦୁର୍ଭାକୁ କିଛି ମାତ୍ରାରେ ପ୍ରତିହତ କରିବା ପାଇଁ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ଏହି ସମ୍ମିଳନୀ କରାଯାଇଛି।

ସର୍ବଭାରତୀୟ ସାଧାରଣ ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର, ଉପସଭାପତି ଡ. ସୁକାନ୍ତି ମିଶ୍ର ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହିତ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ନବ ନିର୍ବାଚିତ ଓଡ଼ିଶା ରାଜ୍ୟ ସଭାପତି ଭାବେ ଆଇନଜୀବୀ କିଶୋର ଚନ୍ଦ୍ର କରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଏଥିସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସଭାପତି ଓ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ରାଜ୍ୟ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ସମ୍ପାଦକ ଇଂ ବିପିନ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ସମସ୍ତ କର୍ମକର୍ତ୍ତା ସାଧୁତା ଓ ନିର୍ଭିକତା ଭାବରେ କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ।

ଏହି ସମ୍ମିଳନୀରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର କାର୍ଯ୍ୟକ୍ରମ ସଂଯୋଜକ ବାଳକୃଷ୍ଣ ରାଉତ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁରେଶ ଚୌଧୁରୀ, ସମ୍ପାଦକ ମାନସ ଦାସ, ରାଜ୍ୟ ଉପସଭାପତି ଡ. ଶିବ ବେହେରା, ଅନୁଗୁଳ ଜିଲ୍ଲା ସଭାପତି ଧୀରମୋହନ ରାୟ, ସମ୍ପାଦକ ଆଶୁତୋଷ ଦାସ, ପୁରୀ ଜିଲ୍ଲା ସଭାପତି ଦୀନମଣି ଦେବୀ, ବ୍ରହ୍ମପୁର ଜିଲ୍ଲା ସଭାପତି ରବି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍କଳ ସାମ୍ବାଦିକ ଭବନ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଭୁବନେଶ୍ୱର ରାଜ୍ୟସ୍ତରୀୟ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026
Latest News

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.