Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଦୋଳ ଉତ୍ସବ ଓ ଶ୍ରୀଚୈତନ୍ୟ
ଧର୍ମ

ଦୋଳ ଉତ୍ସବ ଓ ଶ୍ରୀଚୈତନ୍ୟ

March 17, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦୋଳ ଉତ୍ସବ ଓ ଶ୍ରୀଚୈତନ୍ୟ

 

ଡ. ଫକୀର ମୋହନ ନାହାକ

‘କେବଳ ଉତ୍କଳୀୟ ଜନଜୀବନ ନୁହେଁ, ପୂର୍ବଭାରତର ବଙ୍ଗ, ଆସାମ, ମଣିପୁର, ତ୍ରିପୁରା ଆଦି ଅଞ୍ଚଳରେ ଶ୍ରୀକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କ ଅନୁଗାମୀ ଅନେକ । ଦୋଳପୂର୍ଣ୍ଣିମାରେ ଧରାବତରଣ କରିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ ।

ରାହୁଗ୍ରସ୍ତେ ଜଡ଼ ଶଶଧରେ ଫାଲଗୁନେ ପୂର୍ଣ୍ଣିମାୟାଂ , ଗୌଡ଼େଶାକେ ମନୁଶତମିତେ ସପ୍ତବର୍ଷାଧିକେ ଯଃ

ମାୟାପୁର୍ଯ୍ୟାଂ ସମଜନୀ ଶଚୀ ଗର୍ଭସିନ୍ଧୌ ପ୍ରଦୋଷେ, ତଂ ଚିଚ୍ଛକ୍ତି ପ୍ରକଟିତ ତନୁଂ ମିଶ୍ରସୂନୁଂ ସ୍ମରାମି ।।   

ଫାଲଗୁନ ପୂର୍ଣ୍ଣିମାର ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କାଳରେ ଗୌଡ଼ୀୟ ଶକାବ୍ଦ 1407 ବା 1485 ଖ୍ରୀଷ୍ଟାବ୍ଦରେ ନଦୀୟା ଜିଲ୍ଲାର ମାୟାପୁରୀରେ ଶଚୀଦେବୀଙ୍କ ଗର୍ଭରୂପକ ସିନ୍ଧୁରୁ ସନ୍ଧ୍ୟାକାଳରେ ମିଶ୍ରପୁତ୍ର ଶ୍ରୀଚୈତନ୍ୟ ନିଜ ଶରୀରକୁ ପ୍ରକଟ କଲେ । ସେହି ସଚ୍ଚିଦାନନ୍ଦ ସ୍ୱରୂପ ଶ୍ରୀଚୈତନ୍ୟଙ୍କୁ ଆମ୍ଭେ ସ୍ମରଣ କରୁଛୁ। ସେହି ଶ୍ରୀଚୈତନ୍ୟ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ। ନଦୀୟା ନବଦ୍ୱୀପରୁ ହରିନାମ ସଂକୀର୍ତ୍ତନ କରି 1510 ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ଆସିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ।

ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ଉତ୍କଳୀୟ ଭୂଖଣ୍ଡରେ ବୈଷ୍ଣବ ଧର୍ମର ପ୍ରଚାର କରିଥିଲେ ଶ୍ରୀଚୈତନ୍ୟ । ପୁରୀର ରାଧାକାନ୍ତ ମଠ ଥିଲା ଶ୍ରୀଚୈତନ୍ୟଙ୍କ ସାଧନା ସ୍ଥଳୀ। ତେଣୁ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ଶ୍ରୀକ୍ଷେତ୍ର ଓ ଉତ୍କଳରେ ଘଟିଥିଲା ଉତ୍କଳୀୟ ଓ ବଙ୍ଗୀୟ କଳା, ସାହିତ୍ୟ ଓ ସଂସ୍କୃତିର ସଂଗମ। ତେଣୁ ଆଜି ବି ଗାଁ ଗାଁରେ ଦୋଳ ଉତ୍ସବରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ସ୍ମରଣ କରାଯାଏ। କେତେକ ସ୍ଥାନରେ ରଙ୍ଗ ଅବିର ଖେଳ ସାଙ୍ଗକୁ ହରେକୃଷ୍ଣ ନାମଯଜ୍ଞର ଆୟୋଜନ କରାଯାଏ। ଈଶ୍ୱର ପ୍ରେମରେ ତଲ୍ଲୀନ ହୋଇ ଭକ୍ତ ଗାଇଉଠନ୍ତି ଅଖଣ୍ଡ ନାମ ..

ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ । ହରେ କୃଷ୍ଣ ହରେ ରାମ ଶ୍ରୀରାଧେ ଗୋବିନ୍ଦ ।।

ଉତ୍ତର ଭାରତରେ ହୋଲିକା ଦହନ

ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ।

ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ। ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

ବୃନ୍ଦାବନରେ ବାଙ୍କେବିହାରୀ

ରାଧାଗୋବିନ୍ଦଙ୍କ ପରମ ପ୍ରେମର ପ୍ରତୀକ ରଙ୍ଗଉତ୍ସବ ଦେଶର ବିଭିନ୍ନ ଭାଗରେ ପାଳନ ହେଉଥିଲେ ବି ବୃନ୍ଦାବନରେ ଏହାର ମାଦକତା କିଛି ଭିନ୍ନ। ବାଙ୍କେବିହାରୀଙ୍କ ଏହି ଧାମରେ କେବଳ ରଙ୍ଗ ଅବିରରେ ହୋଲି ଖେଳାଯାଏନି, ବରଂ ଏଠାରେ କାଳ କାଳ ଧରି ହୋଲି ପାଳିତ ହୁଏ ଫୁଲରେ, ଚନ୍ଦନରେ, କାଦୁଅରେ ଆଉ ଯମୁନାର ଜଳରେ। ଦେଶ ଦେଶାନ୍ତରରୁ ଭକ୍ତ, ଦର୍ଶକ ଓ ପର୍ଯ୍ୟଟକ ଆସନ୍ତି ଏଠାକୁ ରଙ୍ଗପର୍ବର ଅନୁଭବ ସାଉଁଟିବା ପାଇଁ । ଏପରିକି ଏଠାରେ ହୋଲିଉତ୍ସବରେ ମହିଳାମାନେ ପୁରୁଷଙ୍କ ମୁଣ୍ଡକୁ ଲାଠିରେ ପିଟିବାର ଏକ ଅନନ୍ୟ ପରମ୍ପରା ରହିଛି । ଏହି ହୋଲି ଲଠ୍ ମାର ହୋଲି ରୂପେ ବିଶ୍ୱବିଦିତ । ଆଜି ବି ମଥୁରା ଓ ବୃନ୍ଦାବନର କୋଣ ଅନୁକୋଣରେ ହୋଲି ଖେଳିଲା ବେଳେ ରାଧାକୃଷ୍ଣଙ୍କ ଉପସ୍ଥିତି ଅନୁଭବ କରିହୁଏ।

ମନସ୍ତତ୍ତ୍ୱବିତ୍ ମାନଙ୍କ ଭାଷାରେ ହୋଲି ଏମିତି ଏକ ପର୍ବ, ଯେଉଁଠି ତରୁଣ ତରୁଣୀଙ୍କ ମନରେ ସାଇତା ହୋଇ ରହିଥିବା ଭଲପାଇବା ଏହି ଅବସରରେ ଫଳବତୀ ହୁଏ । ଉଭୟେ ଉଭୟଙ୍କୁ ନିଜ ମନକଥା କହିବାରେ ସକ୍ଷମ ହୁଅନ୍ତି। ତେଣୁ ନବୀନ ପଲ୍ଲବ ନବ କୁସୁମକୁ ନେଇ ଆସିଥିବା ବସନ୍ତ ମଧୁମୟ ହୋଇଉଠେ। ମନ୍ଦ ମନ୍ଦ ମଳୟର ମହମହ ବାସ୍ନାରେ ଆନମନା ହୁଏ ମନ। ମନର ମଣିଷ ପାଇଁ ମତୁଆଲା ହୁଏ। ପ୍ରେମ ପ୍ରଣୟର ପୃଷ୍ଠାକୁ ପରିପୂର୍ଣ୍ଣ କରିଦିଏ ବସନ୍ତ। …

(ଲେଖକ ହେଉଛନ୍ତି ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ )

Dr.Fakir Mohan Nahak ଡ.ଫକୀର ମୋହନ ନାହାକ ଦୋଳ ଉତ୍ସବ ଶ୍ରୀଚୈତନ୍ୟ ହୋଲି
Share. Facebook Twitter LinkedIn Email WhatsApp Copy Link

Related Posts

ନିଶାଦ୍ରବ୍ୟ ବିରୋଧରେ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପର ସମୟ ଆସିଛି: ଅମିତ ଶାହ

September 23, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 23, 2026

ସେପ୍ଟେମ୍ବର ୨୩ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ: ଜାଣନ୍ତୁ ଆଜିର ରାଶିଫଳ

September 23, 2026

ପଞ୍ଚାନନ କାନୁନଗୋଙ୍କ ମିଥ୍ୟା ଅଭିଯୋଗକୁ ଆଇନ ମନ୍ତ୍ରୀଙ୍କ କଡ଼ା ଜବାବ: ମହାପ୍ରଭୁଙ୍କ ଜମି ହଡ଼ପ ପ୍ରମାଣିତ ହେଲେ ଛାଡ଼ିବି ରାଜନୀତି

September 22, 2026
Latest News

Smartphone Screen Guard: ଏଣିକି ମନଇଚ୍ଛା ବିକ୍ରି ହେବନି ଟେମ୍ପର୍ଡ ଗ୍ଲାସ୍, ୨୦୨୭ରୁ ଲାଗୁ ହେବ ନୂଆ ନିୟମ

September 23, 2026

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.