ଛୋଟିଆ ତୁଳସୀ ଗଛଟିଏ ଆପଣଙ୍କର ବଦଳାଇଦେବ ଭାଗ୍ୟ, ଜାଣନ୍ତୁ କିପରି?

Published: Mar 17, 2022, 5:23 pm IST

ନୂଆଦିଲ୍ଲୀ: ପ୍ରାୟତଃ ଅନେକଙ୍କ ଜୀବନରେ ଏହା ହିଁ ଘଟିଥାଏ। କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ଆସେ ନାହିଁ। ଯେଉଁ କାରଣରୁ ଜୀବନରେ ନିରାଶା ଭାବ ଆସେ। ଫଳରେ ଲୋକମାନେ ନିଜ ଭାଗ୍ୟକୁ ଦାୟୀ କରିବା ଆରମ୍ଭ କରନ୍ତି। କଠିନ ପରିଶ୍ରମ କରିବା ପରେ ସଫଳତା ନ ମିଳିଲେ ଭଗବାନଙ୍କୁ ଗାଳି କରିବା ଆରମ୍ଭ କରନ୍ତି। ଯଦି ଏହିପରି ଜୀବନରେ କିଛି ଭୁଲ ହୁଏ, ତେବେ ଏହା ବାସ୍ତୁର ଦୋଷବୋଲି କୁହା ଯାଇପାରେ।

ଅଜାଣତରେ ଲୋକମାନେ କିଛି ଭୁଲ କରନ୍ତି ଯାହା ଜୀବନକୁ ସିଧା ପ୍ରଭାବିତ କରିଥାଏ। ଶୁଭଫଳ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ। ଏହି କାରଣରୁ ଆମେ ସବୁବେଳେ ବାସ୍ତୁ ଶାସ୍ତ୍ର ସହିତ ଜଡିତ ଏହି ଜିନିଷଗୁଡ଼ିକୁ ପ୍ରତି ଧ୍ୟାନ ରଖିବା ଉଚିତ। ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ଉପଦେଶଗୁଡିକର ବେଶ୍ ଗୁରୁତ୍ୱ ରହିଛି।

ଘର ନିର୍ମାଣ କରିବା ସମୟରେ ବାସ୍ତୁ ଅନୁସାରେ କରିବା ଆବଶ୍ୟକ। ଯେତେବେଳେ ବାସ୍ତୁ ଶାସ୍ତ୍ର ବିଷୟରେ ଲୋକଙ୍କର କୈଣସି ଜ୍ଞାନ ନ ଥିଲା ସେତେବେଳେ ଭୁଲ ହୋଇଯାଉ ଥିଲା। ହେଲେ ବର୍ତ୍ତମାନ ସମସ୍ତେ ବାସ୍ତୁ ଅନୁଯାୟୀ ଘର ନିର୍ମାଣ କରିବାରେ ଲାଗିଛନ୍ତି। ଯଦି ବାସ୍ତୁ ଅନୁଯାୟୀ ଘର ନିର୍ମାଣ ହୋଇନାହିଁ, ତେବେ ଘରେ ବହୁ ଅଶାନ୍ତି ଆସିଥାଏ। ପରିବାର ସଦସ୍ୟଙ୍କ ଦେହ ବାରମ୍ବାର ଖରାପ ହୋଇଥାଏ।

ତେବେ ଏହାର ଏକ ଉପାଚାର ରହିଛି। ତାହା ହେଉଛି ଘରେ ଏକ ତୁଳସୀ ଗଛ ରଖନ୍ତୁ। ଏହା ସେହି ସ୍ଥାନର ବାସ୍ତୁ ତ୍ରୁଟିକୁ ସଂପର୍ଣ୍ଣ ଦୂର କରିଦେଇଥାଏ। ସେହି ତୁଳସୀ ଗଛରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୀପଟିଏ ଜାଳନ୍ତୁ। ଏହା ଦ୍ବାରା ଦେବୀ ଲକ୍ଷ୍ମୀ ପରିବାରକୁ ଆଶୀର୍ବାଦ କରିଥାନ୍ତି। ଘରେ କେବେବି ଟଙ୍କା ଏବଂ ଖାଦ୍ୟର ଅଭାବ ରହିବ ନାହିଁ ।

Related posts