Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସମ୍ ରେ ହେଲା ଛ’ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର
ଆଜିର ଖବର

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସମ୍ ରେ ହେଲା ଛ’ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର

March 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମ୍ ହସ୍ପିଟାଲ୍‌ରେ ମାତ୍ର ୬ ମାସ ଶିଶୁର ଶରୀରରେ ଥିବା ଜଟିଳ ହୃଦ୍  ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲ୍‌ମୁନାରୀ ଭାଲ୍‌ଭ ଷ୍ଟେନୋସିସ୍ ପୀଡିତ ଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍।

ଏହି ଶିଶୁଟିର ଜନ୍ମଗତ ହୃଦଜନିତ ତୃଟି ଥିବା ବେଳେ ସେ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଖାଦ୍ୟ ମଧ୍ୟ ଠିକ୍ ଭାବରେ ଗ୍ରହଣ କରିପାରୁ ନଥିଲା। ଚିକିତ୍ସା ନିମନ୍ତେ ବିଭିନ୍ନ ଡାକ୍ତରଖାନାରୁ ବିଫଳ ହେବା ପରେ ଶେଷରେ ସେ ଆଇଏମ୍‌ଏସ୍ ଆଣ୍ଡ ସମ୍  ହସ୍ପିଟାଲ୍‌ର ହୃଦ୍‌ରୋଗ ବିଭାଗରେ ଶିଶୁଟିକୁ ଭର୍ତି କରାଇଥିଲେ।

ହସ୍ପିଟାଲ୍‌ର କାର୍ଡିଓଲୋଜିଷ୍ଟ ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଂଜନ ମହାପାତ୍ରଙ୍କ ତତ୍ୱାବଧାନରେ ଶିଶୁ ପୁତ୍ରଟିର ଚିକିତ୍ସା ଆରମ୍ଭ କରାଯାଇଥିଲା। ବିଭିନ୍ନ ପରୀକ୍ଷାରୁ ଶିଶୁଟିର ହାର୍ଟରେ ପଲମୁନାରୀ ଭାଲବ୍ ଷ୍ଟେନୋସିସ୍ ଭଳି ଜଟିଳ ସମସ୍ୟା ରହିଥିବା ଜଣାପଡ଼ିଥିଲା। ହାର୍ଟର ଭାଲ୍‌ବରେ ଥିବା ତୃଟି ଯୋଗୁଁ ଫୁସଫୁସ୍‌କୁ ଠିକ୍ ଭାବରେ ଏବଂ ଉପଯୁକ୍ତ ପରିମାଣର ରକ୍ତ ସଂଚାଳନ ହୋଇପାରୁ ନଥିଲା। ମାତ୍ର ୬ ମାସର ଶିଶୁଟିର ଏହି ଅସ୍ତ୍ରୋପଚାର ଡାକ୍ତରଙ୍କ ପାଇଁ ଖୁବ୍ ଜଟିଳ ଥିବା ବେଳେ ତା’ର ଜୀବନ ପ୍ରତି ମଧ୍ୟ ବିପଦ ରହିଥିଲା।

ତେବେ ଏହି ଅସ୍ତ୍ରୋପଚାର ନିମନ୍ତେ ସମ୍ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଚାରିଜଣିଆ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍‌ରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ହୃଦ୍‌ରୋଗ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ଶରତ କୁମାର ସାହୁ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ମାନଭଞ୍ଜନ ଜେନା ଏବଂ ଆନେସ୍‌ଥେସିଓଲୋଜି ବିଭାଗର ପ୍ରଫେସର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇ ବେଲୁନ୍ ପଲ୍‌ମୁନାରୀ ଭାଲ୍‌ଭୋଟାମି ପ୍ରକ୍ରିୟାରେ ଶିଶୁଟିର ସଫଳ ଅସ୍ତ୍ରୋପଚାର କରିଥିଲେ।

ଅସ୍ତ୍ରୋପଚାର ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛି। ସୂଚନା ଯୋଗ୍ୟ ଯେ ସମ୍ ହସ୍ପିଟାଲ୍‌ରେ ଶିଶୁମାନଙ୍କ କ୍ଷେତ୍ରରେ ଜନ୍ମଗତ ଏବଂ ପରବର୍ତି ସମୟରେ ସୃଷ୍ଟି ହେଉଥିବା ହୃଦଜନିତ ତୃଟିର ସମସ୍ତ ପ୍ରକାର ସଫଳ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯିବା ସହ ଶିଶୁମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଧାରରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

କଟକ ଟ୍ରାଫିକ୍‌ ଭିଡ଼ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

August 14, 2026

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

August 14, 2026
Latest News

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ବିମାନବନ୍ଦର ସମେତ ୫ ଟି ସ୍ଥାନରେ ବୋମା ଧମକ: ତଦନ୍ତ ଜାରି

August 14, 2026

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ବୀର ସାବରକର ମାମଲା ଖାରଜ

August 14, 2026

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

୨୦ ଟିଏମସି ବିଦ୍ରୋହୀଙ୍କ ପାଇଁ ବଢିବ ଚିନ୍ତା!: ମମତା ବାନାର୍ଜୀ ନେଲେ ବଡ଼ ନିଷ୍ପତ୍ତି

August 14, 2026

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.