Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇନ୍‌ଟାକ ଭୁବନେଶ୍ୱର ଶାଖା ପକ୍ଷରୁ ‘ମାତୃଭାଷାର ସ୍ଥିତି’ ଉପରେ ସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

ଇନ୍‌ଟାକ ଭୁବନେଶ୍ୱର ଶାଖା ପକ୍ଷରୁ ‘ମାତୃଭାଷାର ସ୍ଥିତି’ ଉପରେ ସଚେତନତା କାର୍ଯ୍ୟକ୍ରମ

March 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲ୍‌ଚରାଲ ହେରିଟେଜ (ଇନ୍‌ଟାକ୍‌) ଭୁବନେଶ୍ୱର ଶାଖା ପକ୍ଷରୁ ସ୍ଥାନୀୟ ଧଉଳି ଶାନ୍ତି ସ୍ତୁପ ପାଦଦେଶରେ ଥିବା ଧଉଳି ଗାର୍ଡେନଠାରେ ‘ମାତୃଭାଷାର ସ୍ଥିତି’ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଭାଷାବିତ୍‌, ସମାଜ ବିଜ୍ଞାନୀ ଏବଂ ଲେଖକ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ସାମ୍ପ୍ରତିକ ସମୟରେ ମାତୃଭାଷାର ସ୍ଥିତି ସମ୍ପର୍କରେ ବ୍ୟାଖ୍ୟାନ ସହ ଏହି ବିଷୟ ଉପରେ ଆଲୋକପାତ କରିଥିଲେ ଏବଂ ଏ କ୍ଷେତ୍ରରେ ସ୍ୱୀକୃତି ଓ ଗବେଷଣାର ଗୁରୁତ୍ୱ ରହିଥିବା ଦୋହରାଇଥିଲେ।

ଏହି ଅବସରରେ ପ୍ରକାଶ କରି ଡ. ବସନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ, ସେନ୍ଟର୍ ଅଫ୍ ଏକ୍ସେଲେନ୍ସ ଫର୍ ଷ୍ଟଡିଜ ଇନ୍ କ୍ଲାସିକାଲ ଓଡ଼ିଆ, ସିଆଇଆଇଏଲ୍‌, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ସ୍ଥାନୀୟ ଭାଷା ସାହିତ୍ୟ ସମ୍ପର୍କରେ ସ୍ମୃତିଚାରଣ କରିବା ସହିତ ଓଡ଼ିଶା ତଥା ଦେଶର ବିଭିନ୍ନ ଭାଗରେ ପ୍ରଚଳିତ ମାତୃଭାଷାକୁ ସ୍ୱୀକୃତି, ଏହାର ସଂରକ୍ଷଣ ଏବଂ ଗବେଷଣା ଦିଗରେ ହାତକୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଓଡ଼ିଶାରେ ବିଭିନ୍ନ ଆଦିମ ଅଧିବାସୀ ଓ ବିଭିନ୍ନ ଅଂଚଳର ଜନସାଧାରଣଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଭିନ୍ନ ଭିନ୍ନ ଉପଭାଷାର ଉଦାହରଣ ଦେଇ ସେ ମାତୃଭାଷା ଏବଂ ଅଧ୍ୟୟନ ଅଥବା ଶିକ୍ଷାର ଭାଷା ମଧ୍ୟରେ ରହିଥିବା ପାର୍ଥକ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଡ.ଗୌରହରି ଦାସ, ଡ.ବସନ୍ତ କୁମାର ପଣ୍ଡା ଏବଂ ଡ.ରତିକାନ୍ତ ମିଶ୍ରଙ୍କୁ ଇନ୍‌ଟାକ ଭୁବନେଶ୍ୱର ଶାଖାରେ ନୂତନ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅମିୟ ଭୂଷଣ ତ୍ରିପାଠୀ, ରାଜ୍ୟ ଆବାହକ, ଇନ୍‌ଟାକ, ଓଡ଼ିଶା ଅଧ୍ୟକ୍ଷତା କରିଥିଲେ ଏବଂ ଭୁବନେଶ୍ୱର ଶାଖା ଆବାହକ ବୈକୁଣ୍ଠ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଭୁବନେଶ୍ୱର ଶାଖା ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ଦଳର କିଏ ହେବ ପରବର୍ତ୍ତୀ ଅଧିନାୟକ?: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବିସିସିଆଇ ର ଏହି ନିଷ୍ପତ୍ତି

June 5, 2026

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

ମୋଦିଙ୍କ ପ୍ରଶଂସାରେ ପୁଟିନ, ଭାରତକୁ ନେଇ କହିଲେ ବଡ଼ କଥା

June 4, 2026

ଇଭି ଭଡା ଦେୟ ଧାର୍ଯ୍ୟ କଲେ ସରକାର

June 4, 2026
Latest News

ଟି-୨୦ ଦଳର କିଏ ହେବ ପରବର୍ତ୍ତୀ ଅଧିନାୟକ?: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବିସିସିଆଇ ର ଏହି ନିଷ୍ପତ୍ତି

June 5, 2026

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

ସାଇଲେଣ୍ଟ କିଲର କିଡନୀ ରୋଗ: ଡେରି ହେବା ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ

June 5, 2026

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.