ପ୍ରତ୍ୟେକ ଘରକୁ ତିନୋଟି ଏଲପିଜି ସିଲିଣ୍ଡର ମିଳିବ ମାଗଣା, ବଜେଟରେ ଘୋଷଣା କଲେ ଏହି ସରକାର

Published: Mar 31, 2022, 11:14 am IST

ପାଣାଜୀ: ଗୋଆର କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଦାଇତ୍ଵ ଗ୍ରହଣ କରିଛନ୍ତି। ସେ ତାଙ୍କର ଦ୍ଵିତୀୟ ପାଳିରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କୁ ମାଗଣାରେ ତିନୋଟି ଏଲପିଜି ସିଲିଣ୍ଡର ଯୋଗାଇଦେବା ଲକ୍ଷ୍ୟରେ ବୁଧବାର ଦିନ ବିଧାନସଭାରେ ଘୋଷଣା କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟର ବାର୍ଷିକ ବଜେଟ୍ ଉପସ୍ଥାପନ ବେଳେ ପ୍ରମୋଦ ସାୱନ୍ତ ଘୋଷଣା କରିଛନ୍ତି। ସେଥିପାଇଁ ବଜେଟରେ ୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟର ଉଦ୍ଦେଶ୍ୟ ହେଉଛି ରାଜ୍ୟ ତଥା ରାଜ୍ୟବାସୀଙ୍କୁ ବିକାଶ କରିବା ଏବଂ ସେମାନଙ୍କୁ ସମୃଦ୍ଧ କରିବା।

ଭାରତୀୟ ଜନତା ପାର୍ଟି (ବିଜେପି) ନେତା ପ୍ରମୋଦ ସାୱନ୍ତ ସୋମବାର ଦିନ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ପ୍ରମୋଦ ସାୱନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Related posts