Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଏମ୍‌ସ ଭୁବନେଶ୍ୱରରେ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଫେରାଲ୍ ସ୍ନାୟୁ ସର୍ଜରୀର ସମ୍ମିଳନୀ
ଆଞ୍ଚଳିକ

ଏମ୍‌ସ ଭୁବନେଶ୍ୱରରେ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଫେରାଲ୍ ସ୍ନାୟୁ ସର୍ଜରୀର ସମ୍ମିଳନୀ

April 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମ୍‌ସ ଭୁବନେଶ୍ୱରରେ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଫେରାଲ୍ ସ୍ନାୟୁ ସର୍ଜରୀର ସମ୍ମିଳନୀ

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରର ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ପକ୍ଷରୁ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଫେରାଲ୍ ନର୍ଭ ସର୍ଜରୀ (ଆଇଏସପିଏନଏସ) ର ୧୦ମ ବାର୍ଷିକ ସମ୍ମିଳନୀ  ସଫଳତାପୂର୍ବକ ଆୟୋଜିତ ହୋଇଯାଇଛି। ରବିବାର ଦିନ ସମାପ୍ତ ହୋଇଥିବା ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା। ଏମ୍‌ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ।

ଏଥିସହିତ ଏମ୍‌ସ ଭୁବନେଶ୍ୱରରେ ଲୋକମାନଙ୍କ ହିତ ନିମନ୍ତେ ନିୟମିତ ଭାବରେ ସମସ୍ତ ପ୍ରକାରର ଉନ୍ନତ ପେରିଫେରାଲ୍ ସ୍ନାୟୁ ସର୍ଜରୀ କରିଆସୁଥିବା ପ୍ରଫେସର ତ୍ରିପାଠୀ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ପ୍ରଫେସର ଅଶୋକ କୁମାର ମହାପାତ୍ର (ଏମ୍‌ସ ଭୁବନେଶ୍ୱର ପୂର୍ବତନ ନିର୍ଦ୍ଦେଶକ) ଅଧ୍ୟକ୍ଷତା କରିଥିଲେ।  ଏମ୍‌ସ ଭୁବନେଶ୍ୱର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଆର ଏନ ସାହୁଙ୍କ ସହଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏମ୍‌ସ ଭୁବନେଶ୍ୱର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡକ୍ଟର ସୁନୀଲ ରାଉତ, ନ୍ୟୁରୋ ସର୍ଜରୀ ବିଭାଗ ଆସୋସିଏଟ୍ ପ୍ରଫେସର ତଥା ସମ୍ମିଳନୀର ଆୟୋଜକ ସମ୍ପାଦକ ଡକ୍ଟର ସୁମିତ ବନ୍‌ସାଲ ବୈଜ୍ଞାନିକ କମିଟିର ଅଧ୍ୟକ୍ଷତା କରିଥିଲେ।

ଏହି ଆଲୋଚନାଚକ୍ରରେ ଜାତୀୟସ୍ତରର ୩୨ ଜଣ ଏବଂ ଆମେରିକା, କାନାଡା, ଜର୍ମାନୀ ଏବଂ ଦୁବାଇରୁ ୬ଜଣ ଅନ୍ତର୍ଜାତୀୟ ବକ୍ତା ଯୋଗ ଦେଇଥିଲେ। ସାରା ଭାରତରୁ ପେରିଫେରାଲ୍ ସ୍ନାୟୁ ସର୍ଜରୀରେ ପାରଦର୍ଶୀତା ରଖିଥିବା ପ୍ରାୟ ୧୩୦ଜଣ ନ୍ୟୁରୋ ସର୍ଜନ ଏବଂ ପ୍ଲାଷ୍ଟିକ୍ ସର୍ଜନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି  କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହିତ ବର୍ତ୍ତମାନ ସମୟରେ ଏନେଇ ରହିଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏମ୍‌ସ ଭୁବନେଶ୍ୱର ସଫଳତାର ସହିତ ଏପରି ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ କରିଥିବାରୁ  ଦେଶବିଦେଶରୁ ଯୋଗଦେଇଥିବା ସମସ୍ତ ବିଶେଷଜ୍ଞ ଏହାକୁ ପ୍ରଶଂସା କରିଥିଲେ। ସେହିପରି ଏହି କାର୍ଯ୍ୟକ୍ରମର ତାତ୍ତ୍ବିକ ଏବଂ ବୈଜ୍ଞାନିକ ବିଷୟବସ୍ତୁକୁ ନେଇ ବେଶ୍‌ ଖୁସି ଜାହିର କରିଥିଲେ ଅଂଶଗ୍ରହଣକାରୀ।

ଏମ୍‌ସ ଭୁବନେଶ୍ୱର ମୁକେଶ ତ୍ରିପାଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ବ୍ୟାଙ୍କ କାହିଁକି ବଢ଼ାଉଛି କ୍ରେଡିଟ୍ ଲିମିଟ୍, ଗ୍ରହଣ କରିବା ପୂର୍ବରୁ ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟ

June 18, 2026

ଖୋର୍ଦ୍ଧା: ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ

June 18, 2026

ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

June 18, 2026

ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କଲେ ଅମିତ ଶାହ

June 18, 2026

ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.