Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍‌ରେ ବିଶ୍ୱ ପାର୍କିନ୍‌ସନ ଦିବସ ପାଳନ
ଆଜିର ଖବର

ସମ୍‌ରେ ବିଶ୍ୱ ପାର୍କିନ୍‌ସନ ଦିବସ ପାଳନ

April 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପାର୍କିନ୍‌ସନ୍ ରୋଗ ଓ ଏ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏମ୍‌ଏସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏପ୍ରିଲ୍ ୧୧ରେ ବିଶ୍ୱ ପାର୍କିନ୍‌ସନ୍ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ପ୍ରସଙ୍ଗ “ଇଂଟିଗ୍ରେଟିଙ୍ଗ୍‌ ହେଲ୍‌ଥକେୟାର: ଅଲ୍ ଅଣ୍ଡର ୱାନ୍ ରୁଫ୍‌” ରହିଥିବା ବେଳେ ଏହି ରୋଗର ନିରାକରଣ ନେଇ ସମ୍‌ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଏକ ୱାକାଥନ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋମବାର ସକାଳୁ ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ସମ୍ମୁଖରେ ଏକ ୱାକାଥନ୍ କରାଯାଇଥିଲା। ଏହି ୱାକାଥନ୍‌ରେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ମେଡିକାଲ୍‌ ସୁପରିଟେଣ୍ଡେନ୍‌ଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ନ୍ୟୁରୋଲୋଜି ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ସାହୁ, ଡାକ୍ତର ଲୁଲୁପ୍ ସାହୁ, ଡାକ୍ତର ଶ୍ରୀମନ୍ତ ପଟ୍ଟନାୟକ, ଡାକ୍ତର ସୁକ୍ରିୟା, ଡାକ୍ତର ତନୟା ମିଶ୍ର, ଡାକ୍ତର ଅଜିତ ମିଶ୍ର, ଡାକ୍ତର ରଂଜନ ମହାନ୍ତି ଓ ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ୱାକାଥନ୍ ପରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କୁଳପତି ପ୍ରଫେସର ମହାପାତ୍ର। ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡାକ୍ତର, ରୋଗୀ ଓ କର୍ମଚାରୀମାନଙ୍କୁ ପାର୍କିନ୍‌ସନ୍ ରୋଗ ସମ୍ପର୍କରେ ଅବଗତ କରାଇବା ସହ ସଚେତନ ମଧ୍ୟ କରାଇଥିଲେ। ମେଡିକାଲ୍  ସୁପରିଟେଣ୍ଡେନ୍‌ଟ ପ୍ରଫେସର ସାମନ୍ତସିଂହାର, ନ୍ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସାହୁ ଉପସ୍ଥିତ ରହି ରୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ପାର୍କିନ୍‌ସନ ଏକ ମସ୍ତିଷ୍କଜନିତ ବ୍ୟାଧି। ଡୋପାମାଇନ୍ ତିଆରି କରୁଥିବା କୋଷ ଗୁଡିକ ଧିରେ ଧିରେ ନଷ୍ଟ ହେଲେ ଏହି ରୋଗ ହୋଇଥାଏ। ଏହି ରୋଗର ଲକ୍ଷଣ ଗୁଡ଼ିକ ହେଉଛି ମଣିଷ ଶାନ୍ତ ପଡିଯିବା, ମନ୍ଥର ଗତିରେ ଚାଲିବା, ବାରମ୍ବାର ସନ୍ତୁଳନ ହରାଇବା ଓ ହାତ ଥରିବା ପ୍ରଭୃତି। ସାରା ବିଶ୍ୱରେ ଏକ କୋଟିରୁ ଅଧିକ ପାର୍କିନ୍‌ସନ୍ ରୋଗୀ ଅଛନ୍ତି।

ଏହି ରୋଗର ସଚେତନତା ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏଟ୍ ପ୍ରଫେସର ଡାକ୍ତର ଲୁଲୁପ ସାହୁ ଏକ ପାୱାର ପଏଂଟ ପ୍ରେଜେନ୍‌ଟେସନ୍‌ ଜରିଆରେ ତଥ୍ୟ ରଖିଥିଲେ।

ସେହିପରି ରୋଗୀମାନଙ୍କ ନିମନ୍ତେ ଏକ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉପସ୍ଥିତ ଥିବା ଡାକ୍ତରମାନେ ରୋଗୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ରଖିଥିଲେ। ଏପ୍ରିଲ ୧୧ ତାରିଖକୁ ‘ପାର୍କିନ୍ସନ୍ ଡିଜିଜ୍ ଡେ’ ଭାବରେ ପାଳନ କରାଯାଏ ଓ ଏହି ମାସରେ ପାର୍କିନ୍ସନ୍ ରୋଗ ସମ୍ପର୍କରେ ସଚେତନତା ନିମନ୍ତେ ପ୍ରୟାସ କରାଯାଇଥାଏ।

ସମ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ କଳହର ଭୟଙ୍କର ପରିଣତି: ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼

July 9, 2026

ଆଉ ଏକ ସିରିଜ୍ ହାରିଲା ଭାରତ: ଶେଷ ODI ୧ ୱିକେଟ୍ ରେ ଜିତିଲା ଶ୍ରୀଲଙ୍କା 

July 9, 2026

କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା

July 9, 2026

ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ଵସ୍ତି: ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଉଠାଇପାରିବେ ଟଙ୍କା

July 9, 2026
Latest News

ପାରିବାରିକ କଳହର ଭୟଙ୍କର ପରିଣତି: ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼

July 9, 2026

ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

July 9, 2026

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

July 9, 2026

ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ: ଯୋଗଦେଲେ ଉପରାଷ୍ଟ୍ରପତି

July 9, 2026

ଆଉ ଏକ ସିରିଜ୍ ହାରିଲା ଭାରତ: ଶେଷ ODI ୧ ୱିକେଟ୍ ରେ ଜିତିଲା ଶ୍ରୀଲଙ୍କା 

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.