Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍‌ମାର୍କିଂ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର
ବିଶେଷ ଖବର

ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍‌ମାର୍କିଂ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

April 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Gold
ସୁନା ମୂଲ୍ୟ ଦର ବୃଦ୍ଧିରେ ଲାଗିଲା ବ୍ରେକ୍: ଜାଣନ୍ତୁ ଆଜିର ଦର

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲା, ୨୦୨୨ ଠାରୁ ଲାଗୁ ହେବ।

ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂରେ ୨୦, ୨୩ ଏବଂ ୨୪ କ୍ୟାରେଟ୍‌ ସୁନା ଅଳଙ୍କାର/କଳାକୃତିକୁ ସାମିଲ କରାଯିବ। ଭାରତୀୟ ମାନକ (ଆଇଏସ) ୧୪୧୭ ଏବଂ ପ୍ରଥମ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ଆଦେଶକୁ କାର୍ଯ୍ୟକାରୀ କରାଯିବା ପରେ ବାଧ୍ୟତାମୂଳକ ହଲମାର୍କିଂ ବ୍ୟବସ୍ଥା ଅଧୀନରେ ଏଏଚସି ପ୍ରତିଷ୍ଠା ହୋଇଥିବା ୩୨ଟି ନୂଆ ଜିଲ୍ଲାରେ ଯେପରି ଉଲ୍ଲେଖ କରାଯାଇଛି ସେହିପରି ଭାବେ ଦ୍ୱିତୀୟ ପର୍ଯ୍ୟାୟ ହଲମାର୍କିଂକୁ କାର୍ଯ୍ୟକାରୀ କରାଯିବ।

ବିଆଇଏସର ୱେବସାଇଟ୍‌ www.bis.gov.in  ଜିଲ୍ଲାଗୁଡ଼ିକର ତାଲିକା ଦିଆଯାଇଛି।

ଏପ୍ରିଲ ୪, ୨୦୨୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

୨୩ ଜୁନ୍‌ ୨୦୨୧ ଠାରୁ ଦେଶର ୨୫୬ଟି ଜିଲ୍ଲାରେ ଭାରତୀୟ ମାନକ ବ୍ୟୁରୋ ଦ୍ବାରା ବାଧ୍ୟତାମୂଳକ ବିଆଇଏସ ହଲମାର୍କିଂକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି। ଏଥିରେ ଦୈନିକ ଏଚୟୁଆଇଡିରେ ୩ ଲକ୍ଷରୁ ଅଧିକ ସୁନା ଉପକରଣକୁ ହଲମାର୍କ କରାଯାଉଛି।

ସାଧାରଣ ଗ୍ରାହକ ଯେକୌଣସି ବିଆଇଏସ ମାନ୍ୟତା ପ୍ରାପ୍ତ ଏସେଇଂ ଏଣ୍ଡ ହଲମାର୍କିଂ ସେଣ୍ଟର (ଏଏଚସି)ରେ ସେମାନଙ୍କର ହଲମାର୍କ ହୋଇନଥିବା ସୁନା ଅଳଙ୍କାରର ଶୁଦ୍ଧତା ପରୀକ୍ଷା କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ଅନୁମତି ଦେବା ଲାଗି ବିଆଇଏସ ଏକ ବ୍ୟବସ୍ଥା କରିଛି।

ଏଏଚସି ସାଧାରଣ ଗ୍ରାହକଙ୍କ ସୁନା ଅଳଙ୍କାରକୁ ପ୍ରାଥମିକତା ଭିତ୍ତିରେ ପରୀକ୍ଷା କରିବ ଏବଂ ସେମାନଙ୍କୁ ଏକ ଟେଷ୍ଟ ରିପୋର୍ଟ ଦେବ। ଏହି ଟେଷ୍ଟ ରିପୋର୍ଟ ଗ୍ରାହକଙ୍କୁ ସେମାନଙ୍କ ଅଳଙ୍କାରର ଶୁଦ୍ଧତା ସମ୍ପର୍କରେ ସୁନିଶ୍ଚିତ କରିବ। ଫଳରେ ଗ୍ରାହକମାନେ ସେମାନଙ୍କ ପାଖରେ ପଡ଼ିରହିଥିବା ସୁନା ଅଳଙ୍କାରକୁ ବିକ୍ରି କରିବାକୁ ଚାହିଁଲେ ଏହି ସୁଦ୍ଧତା ପରୀକ୍ଷା ରିପୋର୍ଟ ସେମାନଙ୍କ ପାଇଁ ବେଶ ଉପଯୋଗୀ ହେବ।

୪ଟି ପର୍ଯ୍ୟନ୍ତ ସୁନା ଅଳଙ୍କାର ପାଇଁ ୨୦୦ ଟଙ୍କା ଶୁଳ୍କ ନିଆଯିବ। ୫ କିମ୍ବା ତା’ଠାରୁ ଅଧିକ ସଂଖ୍ୟକ ସୁନା ଅଳଙ୍କାର ଓ ସାମଗ୍ରୀ ପାଇଁ ଗୋଟିଏକୁ ୪୫ ଟଙ୍କା ଲେଖାଏଁ ନିଆଯିବ।

ବିଆଇଏସର ୱେବସାଇଟ୍‌ www.bis.gov.in.ହୋମ ପେଜରେ ଗ୍ରାହକଙ୍କ ସୁନା ଅଳଙ୍କାର ପରୀକ୍ଷା ପାଇଁ ବିସ୍ତୃତ ମାର୍ଗଦର୍ଶିକା ଏବଂ ବିଆଇଏସ ମାନ୍ୟତାପ୍ରାପ୍ତ ଏଏଚସିଗୁଡ଼ିକର ତାଲିକା ଦିଆଯାଇଛି।

ଗ୍ରାହକଙ୍କ ଦ୍ବାରା କ୍ରୟ କରାଯାଇଥିବା ଏଚୟୁଆଇଡି ନମ୍ବର ବିଶିଷ୍ଟ ହଲମାର୍କ ସୁନା ଅଳଙ୍କାରର ପ୍ରାମାଣିକତା ଓ ଶୁଦ୍ଧତାକୁ ବିଆଇଏସ କେୟାର ଆପ୍‌ରେ ଥିବା ‘ଭେରିଫାଏ ଏଚୟୁଆଇଡି’କୁ ବ୍ୟବହାର କରି ମଧ୍ୟ ପରୀକ୍ଷା କରାଯାଇ ପାରିବ। ଏହି ଆପ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି।

କେନ୍ଦ୍ର ସରକାର ସୁନା ଅଳଙ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ହାଇଜାକ୍ କରିବ ବିଜେଡି ! ଚାଲିଛି ଯୋଜନା

October 14, 2025

ଓଡ଼ିଆ ଛାତ୍ରୀଙ୍କୁ ବଳାତ୍କାର ଘଟଣା, ନାରୀ ନ୍ୟାୟ ବାହିନୀର ବିକ୍ଷୋଭ

October 13, 2025

ପୁରୀରେ କାର୍ତ୍ତିକ ହବିଷ୍ୟାଳିଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, କଲେ ବଡ ଘୋଷଣା

October 13, 2025

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

October 13, 2025
Latest News

କୃଷି କ୍ଷେତ୍ରର ଉନ୍ନତି ଓ ନୂତନ ପଦକ୍ଷେପ ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ

October 14, 2025

ରାଜସ୍ଥାନ: ତିନୋଟି ନୂତନ ଅପରାଧିକ ଆଇନ ଉପରେ ଏକ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଉଦଘାଟିତ

October 14, 2025

ପଶ୍ଚିମବଙ୍ଗରେ ପୀଡିତା ଓଡ଼ିଆ ଝିଅ, ତାଙ୍କ ମା ଓ ମହିଳା କମିଶନ୍ ଅଧ୍ୟକ୍ଷାଙ୍କ ସହିତ କଣ କଥା ହେଲେ ମୁଖ୍ୟମନ୍ତ୍ରୀ

October 14, 2025

ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ହାଇଜାକ୍ କରିବ ବିଜେଡି ! ଚାଲିଛି ଯୋଜନା

October 14, 2025

ଇଣ୍ଡିଆନ୍ ଜର୍ନାଲ ଅଫ୍ ର‌୍ୟୁମାଟୋଲଜି ଦ୍ୱାରା ସମ୍ମାନିତ ହେଲେ ସମ ହସ୍ପିଟାଲ୍‌ର ଡାକ୍ତର

October 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.