Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍‌ମାର୍କିଂ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର
ବିଶେଷ ଖବର

ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍‌ମାର୍କିଂ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

April 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Gold
ବଦଳିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲା, ୨୦୨୨ ଠାରୁ ଲାଗୁ ହେବ।

ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂରେ ୨୦, ୨୩ ଏବଂ ୨୪ କ୍ୟାରେଟ୍‌ ସୁନା ଅଳଙ୍କାର/କଳାକୃତିକୁ ସାମିଲ କରାଯିବ। ଭାରତୀୟ ମାନକ (ଆଇଏସ) ୧୪୧୭ ଏବଂ ପ୍ରଥମ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ଆଦେଶକୁ କାର୍ଯ୍ୟକାରୀ କରାଯିବା ପରେ ବାଧ୍ୟତାମୂଳକ ହଲମାର୍କିଂ ବ୍ୟବସ୍ଥା ଅଧୀନରେ ଏଏଚସି ପ୍ରତିଷ୍ଠା ହୋଇଥିବା ୩୨ଟି ନୂଆ ଜିଲ୍ଲାରେ ଯେପରି ଉଲ୍ଲେଖ କରାଯାଇଛି ସେହିପରି ଭାବେ ଦ୍ୱିତୀୟ ପର୍ଯ୍ୟାୟ ହଲମାର୍କିଂକୁ କାର୍ଯ୍ୟକାରୀ କରାଯିବ।

ବିଆଇଏସର ୱେବସାଇଟ୍‌ www.bis.gov.in  ଜିଲ୍ଲାଗୁଡ଼ିକର ତାଲିକା ଦିଆଯାଇଛି।

ଏପ୍ରିଲ ୪, ୨୦୨୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

୨୩ ଜୁନ୍‌ ୨୦୨୧ ଠାରୁ ଦେଶର ୨୫୬ଟି ଜିଲ୍ଲାରେ ଭାରତୀୟ ମାନକ ବ୍ୟୁରୋ ଦ୍ବାରା ବାଧ୍ୟତାମୂଳକ ବିଆଇଏସ ହଲମାର୍କିଂକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି। ଏଥିରେ ଦୈନିକ ଏଚୟୁଆଇଡିରେ ୩ ଲକ୍ଷରୁ ଅଧିକ ସୁନା ଉପକରଣକୁ ହଲମାର୍କ କରାଯାଉଛି।

ସାଧାରଣ ଗ୍ରାହକ ଯେକୌଣସି ବିଆଇଏସ ମାନ୍ୟତା ପ୍ରାପ୍ତ ଏସେଇଂ ଏଣ୍ଡ ହଲମାର୍କିଂ ସେଣ୍ଟର (ଏଏଚସି)ରେ ସେମାନଙ୍କର ହଲମାର୍କ ହୋଇନଥିବା ସୁନା ଅଳଙ୍କାରର ଶୁଦ୍ଧତା ପରୀକ୍ଷା କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ଅନୁମତି ଦେବା ଲାଗି ବିଆଇଏସ ଏକ ବ୍ୟବସ୍ଥା କରିଛି।

ଏଏଚସି ସାଧାରଣ ଗ୍ରାହକଙ୍କ ସୁନା ଅଳଙ୍କାରକୁ ପ୍ରାଥମିକତା ଭିତ୍ତିରେ ପରୀକ୍ଷା କରିବ ଏବଂ ସେମାନଙ୍କୁ ଏକ ଟେଷ୍ଟ ରିପୋର୍ଟ ଦେବ। ଏହି ଟେଷ୍ଟ ରିପୋର୍ଟ ଗ୍ରାହକଙ୍କୁ ସେମାନଙ୍କ ଅଳଙ୍କାରର ଶୁଦ୍ଧତା ସମ୍ପର୍କରେ ସୁନିଶ୍ଚିତ କରିବ। ଫଳରେ ଗ୍ରାହକମାନେ ସେମାନଙ୍କ ପାଖରେ ପଡ଼ିରହିଥିବା ସୁନା ଅଳଙ୍କାରକୁ ବିକ୍ରି କରିବାକୁ ଚାହିଁଲେ ଏହି ସୁଦ୍ଧତା ପରୀକ୍ଷା ରିପୋର୍ଟ ସେମାନଙ୍କ ପାଇଁ ବେଶ ଉପଯୋଗୀ ହେବ।

୪ଟି ପର୍ଯ୍ୟନ୍ତ ସୁନା ଅଳଙ୍କାର ପାଇଁ ୨୦୦ ଟଙ୍କା ଶୁଳ୍କ ନିଆଯିବ। ୫ କିମ୍ବା ତା’ଠାରୁ ଅଧିକ ସଂଖ୍ୟକ ସୁନା ଅଳଙ୍କାର ଓ ସାମଗ୍ରୀ ପାଇଁ ଗୋଟିଏକୁ ୪୫ ଟଙ୍କା ଲେଖାଏଁ ନିଆଯିବ।

ବିଆଇଏସର ୱେବସାଇଟ୍‌ www.bis.gov.in.ହୋମ ପେଜରେ ଗ୍ରାହକଙ୍କ ସୁନା ଅଳଙ୍କାର ପରୀକ୍ଷା ପାଇଁ ବିସ୍ତୃତ ମାର୍ଗଦର୍ଶିକା ଏବଂ ବିଆଇଏସ ମାନ୍ୟତାପ୍ରାପ୍ତ ଏଏଚସିଗୁଡ଼ିକର ତାଲିକା ଦିଆଯାଇଛି।

ଗ୍ରାହକଙ୍କ ଦ୍ବାରା କ୍ରୟ କରାଯାଇଥିବା ଏଚୟୁଆଇଡି ନମ୍ବର ବିଶିଷ୍ଟ ହଲମାର୍କ ସୁନା ଅଳଙ୍କାରର ପ୍ରାମାଣିକତା ଓ ଶୁଦ୍ଧତାକୁ ବିଆଇଏସ କେୟାର ଆପ୍‌ରେ ଥିବା ‘ଭେରିଫାଏ ଏଚୟୁଆଇଡି’କୁ ବ୍ୟବହାର କରି ମଧ୍ୟ ପରୀକ୍ଷା କରାଯାଇ ପାରିବ। ଏହି ଆପ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି।

କେନ୍ଦ୍ର ସରକାର ସୁନା ଅଳଙ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା: ଅଗ୍ନିକାଣ୍ଡ ଗୁଜବ ପରେ ଟ୍ରେନ୍ ରୁ ଡେଇଁ ୬ ଯାତ୍ରୀ ମୃତ

June 14, 2026

ଦିଦିଙ୍କ ହାତରୁ ଖସିବ କି ଟିଏମସି?: ଆସନ୍ତାକାଲି ପୃଥକ ଗୋଷ୍ଠୀ ଦାବି କରିବେ ବିଦ୍ରୋହୀ ସାଂସଦ

June 14, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 

June 14, 2026

ସମ୍ପର୍କର ଦେଶରେ ସମ୍ପର୍କହୀନତା! ନିଃସଙ୍ଗତା ରିପୋର୍ଟ ଉଠାଇଲା ବଡ଼ ପ୍ରଶ୍ନ

June 13, 2026
Latest News

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026

ମଦ ଦୋକାନରେ ପଶି ହାଣିଲେ

June 14, 2026

ଫାୟାରିଂରେ ଗ୍ୟାରେଜ ମାଲିକ ମୃତ

June 14, 2026

ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ

June 14, 2026

ଆକାଶରୁ ମୃତ୍ୟୁର ବଜ୍ରାଘାତ: କୁଡିଆରେ ଆଶ୍ରୟ ନେଇ ଜୀବନ ହାରିଲେ ଦୁଇ ଜଣ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.