ଗିରଫ ପରେ ହଠାତ ଅସୁସ୍ଥ ହୋଇପଡିଲେ ବିଧାୟକ ସୁବାସ ପାଣିଗ୍ରାହୀ: ହସ୍ପିଟାଲରେ ଭର୍ତ୍ତି

Published: May 1, 2022, 7:33 pm IST

ଭୁବନେଶ୍ଵର: ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଆଜି ଦେବଗଡ ବିଧାୟକ ଗିରଫ ହୋଇଛନ୍ତି। ଦେବଗଡ ଆଦର୍ଶ ଥାନା ପୋଲିସ ଆଜି ସରକାରୀ ବାସଗୃହରୁ ବିଧାୟକଙ୍କୁ ଗିରଫ କରିଛି। ଗିରଫ ପରେ ବିଧାୟକଙ୍କୁ ପୋଲିସ ଦେବଗଡ ନେଉଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବିଧାୟକଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ରହିଛି।

ସେପଟେ ବିଧାୟକଙ୍କ ଗିରଫ ବିରୋଧରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି। ଏହି ଘଟଣାକୁ ବିରୋଧ କରିବା ସହ ବିଜେପି ପକ୍ଷରୁ ଥାନା ଘେରାଉ କରାଯାଇଛି। ବିଜେପି ନେତା ଏବଂ କର୍ମୀମାନେ ଦେବଗଡ ଥାନା ଘେରାଉ କରିଛନ୍ତି। ବିଧାୟକଙ୍କ ଗିରଫର ପ୍ରତିବାଦ କରିବା ସହ ତିଲେଇବଣି ବିଡିଓଙ୍କୁ ମଧ୍ୟ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି।

ଏହି ପ୍ରତିବାଦରେ ୩ ଜଣ ବିଜେପି ବିଧାୟକ ଏବଂ ଜଣେ ପୂର୍ବତନ ବିଧାୟକ ସାମିଲ ଅଛନ୍ତି। ପ୍ରତିବାଦ କରୁଥିବା ୩ ବିଧାୟକଙ୍କ ମଧ୍ୟରୁ କୁସୁମୁ ଟେଟେ, ମୋହନ ମାଝୀ ଓ ଭବାନୀ ଭୋଇ ସାମିଲ ଅଛନ୍ତି। ଏମାନଙ୍କ ସହ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ମଧ୍ୟ ଏହି ପ୍ରତିବାଦରେ ସାମିଲ ଅଛନ୍ତି।

Related posts