Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଲିଉଡର ପ୍ରଖ୍ୟାତ ଗୀତିକାରଙ୍କ ସହ ଫଟୋକୁ ନେଇ ଚର୍ଚ୍ଚାରେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ
ବିଶେଷ ଖବର

ବଲିଉଡର ପ୍ରଖ୍ୟାତ ଗୀତିକାରଙ୍କ ସହ ଫଟୋକୁ ନେଇ ଚର୍ଚ୍ଚାରେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ

May 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଲିଉଡର ପ୍ରଖ୍ୟାତ ଗୀତିକାରଙ୍କ ସହ ଫଟୋକୁ ନେଇ ଚର୍ଚ୍ଚାରେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ

ଭୁବନେଶ୍ବର: ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଂଗକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ରାଜ୍ୟପାଳଙ୍କୁ ନେଇ କିମ୍ବା କେତେବେଳେ ଓଡିଶାର ସବୁ କଣ୍ଠଶିଳ୍ପୀଙ୍କୁ ନେଇ ସଂଗୀତ କରିବା ହେଉ। ଏସବୁକୁ ନେଇ ସେ ଚର୍ଚ୍ଚାରେ ରହିଆସିଛନ୍ତି। ସେମିତି ସେ ହିନ୍ଦି ଚଳଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେବା ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ।

ଏବେ ସେହି  ଭିତରେ ଆଉ ଏକ ଚର୍ଚ୍ଚା ଯୋଡି ହୋଇଯାଇଛି। ତାହା ହେଲା ବଲିଉଡର ପ୍ରଖ୍ୟାତ ଗୀତିକାର ନୀତିନ ରାୟକରଙ୍କ ସହିତ ଏକ ଫଟୋକୁ ନେଇ। ନିକଟରେ ଏକ ଫଟୋ ପ୍ରକାଶ ପାଇଛି ଯେଉଁଥିରେ ପ୍ରେମ ଆନନ୍ଦ ଏବଂ ନୀତିନ ରାୟକର ଅଛନ୍ତି। ଏଥିରୁ ଅନୁମାନ କରି ହେଉଛି ଯେ, ପ୍ରେମ ଆନନ୍ଦ ବଲିଉଡରେ କିଛି କରିବାକୁ ଯାଉଛନ୍ତି।

ବଲିଉଡର ଜଣେ ପ୍ରଖ୍ୟାତ ଗୀତିକାର ହେଉଛନ୍ତି ନୀତିନ ରାୟକର। ସେ ପ୍ରାୟ 200ରୁ ଉର୍ଦ୍ଧ ହିନ୍ଦି ଚଳଚିତ୍ର ପାଇଁ ଗୀତ ଲେଖିଛନ୍ତି। ତାଙ୍କ ଲୋକପ୍ରିୟ ଗୀତ ମଧ୍ୟରେ ରହିଛି ଅମୀର ଖାନ, ରାଣୀ ମୁଖାର୍ଜିଙ୍କ ଅଭିନିତ ଗୁଲାମ ଚଳଚିତ୍ରର ଆତି ହେ.. ଖଣ୍ଡାଲା…, ଜଙ୍ଗ୍ ଚଳଚିତ୍ରର ଆଇଲା ରେ ଲଡକି……, ସେହିପରି ଯୋଷ୍ ଚଳଚିତ୍ରର ଆପୁନ ବୋଲା…। ଏଥିରେ ଶାହାରୁକ ଖାନ ଏବଂ ଐଶ୍ବର୍ଯ୍ୟା ରାୟ ଅଭିନୟ କରିଛନ୍ତି।

ନୀତିନଙ୍କ ଚଳଚିତ୍ର ମଧ୍ୟରେ ରହିଛି ସୂର୍ଯ୍ୟବଂଶୀ, ଡି-କଂପାନୀ, ସତ୍ୟ-2, ତୋବା ତୋବା, ବ୍ୟାଡ ବଏ, ପ୍ୟାର ତୁନେ କ୍ୟାୟା କିୟା, ମସ୍ତ, ଘର ୱାଲି ବାହାର ୱାଲି, ଲୋଫର ପ୍ରଭୃତି। ତାଙ୍କର ଗୀତଗୁଡିକ ବଲିଉଡରେ ବେଶ୍ ଲୋକପ୍ରିୟତା ହାସଲ କରିବା ସହିତ ଚର୍ଚ୍ଚାରେ ମଧ୍ୟ ରହିଛି। ମୁଖ୍ୟତଃ ରାମଗୋପାଳ ବର୍ମାଙ୍କ ଚଳଚିତ୍ରରେ ନୀତିନ ହେଉଛନ୍ତି ପ୍ରମୁଖ ଗୀତିକାର।

ଏହିପରି ଜଣେ ପ୍ରତିଷ୍ଠିତ ଗୀତିକାରକୁ ନେଇ ମୁମ୍ବାଇରେ ପ୍ରେମ ଆନନ୍ଦ କିଛି କରିବାକୁ ଯାଉଥିବାର ଜଣାପଡିଛି। ତେବେ ଏ ସଂପର୍କରେ ‘ସମୀକ୍ଷା’ ତରଫରୁ ତାଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କିଛି କହିବାକୁ ମନା କରିଥିଲେ। ତେବେ ସେ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି ବୋଲି ସ୍ବୀକାର କରିଛନ୍ତି। ଖୁବ ଶିଘ୍ର ସେ ତାଙ୍କର ନୂଆ ପ୍ରୋଜେକ୍ଟ ବାବଦରେ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି।

ପ୍ରେମ ଆନନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 9, 2026
Latest News

‘ସିଜେପିଠାରୁ ନିଜକୁ ଦୂରେଇ ରଖନ୍ତୁ”: ପ୍ରତିବାଦରୁ ଦୂରେଇ ରହିବାକୁ ପରାମର୍ଶ ଦେଲେ ମୌଲାନା

October 10, 2026

୯ କୋଟିରୁ ଅଧିକ ସରକାରୀ ପାଣ୍ଠି ହଡ଼ପ ମାମଲା: ବନ୍ଧା ହେଲେ ଆଉ ୩ ସରକାରୀ କର୍ମଚାରୀ

October 10, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଠିଆ ହୋଇଥିବା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍, ୩ ଗୁରୁତର

October 10, 2026

ପୋଲିସ ହେପାଜତରେ ଅଭିଜିତ, ସୌରଭ ଏବଂ ଆଶୁତୋଷ: ଜାଣନ୍ତୁ ଅପଡେଟ୍

October 10, 2026

CJP ପ୍ରତିବାଦ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଧ୍ରୁବ ରାଠୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.