Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସ ଚିନ୍ତନ ଶିବିର ଭିତରେ ନେତାଙ୍କୁ ମୋବାଇଲ ମନା, ଆରମ୍ଭ ହେଲା ପ୍ରସ୍ତୁତି ୨୦୨୪
ଜାତୀୟ ଖବର

କଂଗ୍ରେସ ଚିନ୍ତନ ଶିବିର ଭିତରେ ନେତାଙ୍କୁ ମୋବାଇଲ ମନା, ଆରମ୍ଭ ହେଲା ପ୍ରସ୍ତୁତି ୨୦୨୪

May 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ ଚିନ୍ତନ ଶିବିର ଭିତରେ ନେତାଙ୍କୁ ମୋବାଇଲ ନେବା ମନା, ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁରରେ ଆରମ୍ଭ ହୋଇଛି କଂଗ୍ରେସର ଚିନ୍ତନ ଶିବିର। ଯାହାର ନାମ ରଖାଯାଇଛି ‘ନବ ସଂକଳ୍ପ ଚିନ୍ତନ ଶିବିର’। ଗତକାଲି ଆରମ୍ଭ ହୋଇଥିବା ଏହି ଶିବିର ରବିବାର ଦିନ ଶେଷ ହେବ। ଏହି ଶିବିରକୁ ଗତକାଲି କଂଗ୍ରେସ ଅନ୍ତିରଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଭିଭାଷଣରେ ଆରମ୍ଭ ହୋଇଥିଲା। ଏହି ଶିବିରରେ ଯୋଗଦେବା ପାଇଁ ସୋନିଆ, ରାହୁଳ ଏବଂ ପ୍ରିୟଙ୍କା ଉଦୟପୁରରେ ଅଛନ୍ତି।

ତେବେ ଏହି ଶିବିରକୁ ଗତକାଲି ସୋନିଆ ଗାନ୍ଧୀ ଉଦଘାଟନ କରି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। ସୋନିଆ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ଏଭଳି ପରିବେଶ ସୃଷ୍ଟି ହୋଇଛି ଯେ ଲୋକମାନେ ନିରନ୍ତର ଭୟ ଏବଂ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅତି ନିଷ୍ଠୁରତାର ସହ ଟାର୍ଗେଟ କରାଯାଉଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମ ଦେଶର ସମାନ ନାଗରିକ।

ତେବେ ଏହି ଶିବିରକୁ ନେଇ ଯେଉଁ ବଡ ଚର୍ଚ୍ଚା ଚାଲିଛି ତାହା ହେଲା ଯେ, ସମସ୍ତ ନେତାଙ୍କୁ ପାଖରେ ମୋବାଇଲ ରଖିବାକୁ ମନା କରାଯାଇଛି। ବିଶେଷ ସୁତ୍ର ଅନୁସାରେ ଶିବିର ଭିତରେ ଏକ ମୋବାଇଲ ଲକର ରୁମ କରାଯାଇଛି। ସେଠାରେ ମୋବାଇଲ ରଖି ଭିତରେ ବସିବାକୁ  ଅନୁମତି ଦିଆଯାଉଛି।

ଗତକାଲି ସୋନିଆ ଗାନ୍ଧୀଙ୍କ ଅଭିଭାଷଣ ପୂର୍ବରୁ ନେତାମାନଙ୍କୁ ଲକର ରୁମରେ ମୋବାଇଲ ରଖିବା ପାଇଁ ମାଇକରେ ଘୋଷଣା କରାଯାଇଥିଲା। ଏଥିପାଇଁ ସେଠାରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ନେତାମାନଙ୍କୁ ବିଭିନ୍ନ ଲକର ଚ୍ୟାମ୍ବର ପ୍ରଦାନ କରି ଆସନରେ ବସିବା ପାଇଁ ସହଯୋଗ କରୁଥିଲେ।

ତେବେ ଏପରି କରିବାର କାରଣ ହେଉଛି ଯେ, ଶିବିରରେ ଯେଉଁ ଗୁପ୍ତ ଆଲୋଚନା ହେବ ତାହା ବାହାରକୁ କମ ସମୟରେ ପ୍ରଘଟ ହୋଇଯାଇଛି। ଏପରିକି କେତେକ ନକରାତ୍ମକ ଫଟୋ ବାହାରକୁ ଯାଉଛି, ଯାହା ଫଳରେ ବିରୋଧୀ ତାହାକୁ ଅସ୍ତ୍ର କରି ବଦନାମ କରୁଛନ୍ତି। ସେଥିପାଇଁ ଏହି ଶିବିରରେ ଯୋଗ ଦେଉଥିବା ନେତାମାନଙ୍କୁ ଲକରରେ ମୋବାଇଲ  ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଶିବିର ନୁହେଁ ପୂର୍ବରୁ ଦୁଇଟି ସିଡବ୍ଲୁସି ବୈଠକରେ ମଧ୍ୟ ମୋବାଇଲ ନେବାକୁ ମନା କରାଯାଇଛି। ବିଭିନ୍ନ ସମୟରେ କଂଗ୍ରେସର ଭିତିର କଥା ବାହାରେ ପ୍ରଘଟ ହୋଇ ଯାଉଥିବାରୁ ଦଳର ନେତୃତ୍ୟ ଏପରି ନିଷ୍ପତି ଗ୍ରହଣ କରିଛନ୍ତି। କେତେକ କଂଗ୍ରେସ ନେତାଙ୍କ ଅନୁସାରେ ଏହି କଟକଣା ଅନ୍ୟାନ୍ୟ ବୈଠକରେ ମଧ୍ୟ ଲାଗୁ ହେବ ବୋଲି ନିଷ୍ପତି କରାଯାଇଛି।

ବର୍ତ୍ତମାନ କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ଏକ ବଡ କସରତ ଆରମ୍ଭ କରିଛି। ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଯୋଜନା ବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛି। ଏହି ଶିବିର ଆସନ୍ତାକାଲି ରାହୁଳ ଗାନ୍ଧୀଙ୍କ ଅଭିଭାଷଣରେ ଶେଷ ହେବ।

ଉଦୟପୁର ସୋନିଆ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026

ୟୁପିରେ SIR ଦ୍ଵାରା କଟିଲା ୨.୮୯ କୋଟି ନାମ: ପୂର୍ବରୁ ଥିଲେ କେତେ ଭୋଟର?

April 11, 2026
Latest News

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.