Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»BREAKING: ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଯିବେ ମା ତାରାତାରିଣୀ ମନ୍ଦିର
ବିଶେଷ ଖବର

BREAKING: ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଯିବେ ମା ତାରାତାରିଣୀ ମନ୍ଦିର

May 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
BREAKING: ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଯିବେ ମା ତାରାତାରିଣୀ ମନ୍ଦିର

ଭୁବନେଶ୍ବର: ଓଡିଶାର ପ୍ରସିଦ୍ଧ ଶକ୍ତିପିଠ ମା ତାରା ତାରିଣୀର ନବୀକରଣ ପ୍ରତିଷ୍ଠା ଉତ୍ସବର ଆୟୋଜନ ହେଉଛି। ଏହି ଉତ୍ସବର ଆଜି ହେଉଛି ପୂର୍ଣ୍ଣାହୂତି ପର୍ବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମା ତାରାତାରିଣୀ ମନ୍ଦିର ପରିଦର୍ଶନରେ ଯାଉଛନ୍ତି। ସେ ସେଠାରେ ଏହି ବିକାଶ କାର୍ଯ୍ୟର ତଦାରଖ କରିବା ସହିତ ପୂର୍ଣ୍ଣାହୂତିରେ ଯୋଗ ଦେବେ।

ଏହି ମନ୍ଦିରର ନବୀକରଣ ନେଇ ରାଜ୍ୟ ସରକାରଙ୍କ ତରଫରୁ ବେଶ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ମଧ୍ୟ ବେଶ୍ ଗୁରୁତର ସହ ସରକାର ନେଇଛନ୍ତି। ସେଥିପାଇଁ ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ଏବଂ 5ଟି ସଚିବ ଗଂଜାମ ଗସ୍ତ କରିଛନ୍ତି। ଏହି ଟିମ ମନ୍ଦିରର ବିଭିନ୍ନ କାର୍ଯ୍ୟ ଦେଖିବା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ମା ତାରାତାରିଣୀ ଦର୍ଶନ କରିବାକୁ ଯାଉଛନ୍ତି। ସେ ଆସନ୍ତା କୋଡିଏ ତାରିଖରେ ଗଂଜାମ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରି ଅପରାଜିତାଙ୍କ ଗସ୍ତକୁ ମଧ୍ୟ ପ୍ରଚାର ପ୍ରସାର କରିବା ପାଇଁ ତାଙ୍କ ଟିମ ବେଶ ଉଦ୍ୟମ ଜାରୀ ରଖିଛି।

ମା ତାରାତାରିଣୀ ବିକାଶ ନେଇ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା ସାଉଁଟିଥିବା ବେଳେ ଅପରାଜିତା ତାହାକୁ ହାତ ଛଡା କରିବାକୁ ଚାହୁଁ ନାହାଁନ୍ତି। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରି ଗସ୍ତ କରିବେ ବୋଲି ତାଙ୍କ ଅଫିସ ତରଫରୁ ଘୋଷଣା କରାଯାଇଛି। ସେଥିପାଇଁ ସେଠାରେ ଥିବା ତାଙ୍କ ଦଳୀୟ କର୍ମିଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ତେବେ ପ୍ରଶ୍ନ ଉଠୁଛି ଯେ  ଅପରାଜିତା ସେଠାକୁ କେବଳ ଦର୍ଶନ ପାଇଁ ଯାଉଛନ୍ତି ନାଁ କିଛି ସମାଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶେଷ ସୁତ୍ର ଅନୁସାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମାଲୋଚନା କରିବା ପରି ଏହି ପ୍ରକଳ୍ପକୁ ଅପରାଜିତା ସମାଲୋଚନା କରିବେ। ସେଥିପାଇଁ ସେ ସେଠାକୁ ଯାଇ ତନ୍ନତନ୍ନ ଅନୁଧ୍ୟାନ କରିବେ ବୋଲି କୁହାଯାଉଛି।

ଅପରାଜିତା ଷଡଙ୍ଗୀ ମା ତାରା ତାରିଣୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026
Latest News

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.