ତାମିଲ୍ ଫିଲ୍ମ ଜଗତର ସୁପରଷ୍ଟାର ଅଜିତ୍ କୁମାର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ମେ୧,୧୯୭୧ରେ ସିକନ୍ଦରାବାଦରେ ଜନ୍ମ ଗ୍ରହଣ କରିଥିଲେ ଅଜିତ୍। ଜଣେ ପେସାଦାର ରେସର୍ ଏବଂ ଅଭିନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିଥିବା ଅଜିତ୍ଙ୍କ ପ୍ରଥମ ଫିଲ୍ମ ଥିଲା ଅମରାବତୀ(୧୯୯୩)। ଏହାପରେ ବିଭିନ୍ନ ହିଟ୍ ଫିଲ୍ମ ଦେଇଛନ୍ତି ଅଜିତ୍। ନିଜ କ୍ୟାରିୟରରେ ବର୍ତ୍ତମାନ ସୁଦ୍ଧା ୫୭ ଟି ଫିଲ୍ମରେ ଅଭିନୟ କରି ସାରିଥିବା ଅଜିତ୍ ୨ ଟି ହିନ୍ଦି ଫିଲ୍ମରେ ନଜର ଆସିଛନ୍ତି। ଶାହରୁଖ ଖାନ୍ଙ୍କ ସହିତ ଅଶୋକା ଏବଂ ଶ୍ରୀଦେବୀଙ୍କ ସହିତ ଇଙ୍ଗଲିସ୍ ଭିଙ୍ଗଲିସ୍ରେ ନଜର ଆସିଥିଲେ ଅଜିତ୍। ଗୌତମ ମେନନଙ୍କ ୟେନାଇ ଆରାନ୍ଧଲ ପାଇଁ ଫିଲ୍ମ ଫେୟାର ସାଉଥ ପୁରସ୍କାର ହାସଲ କରିଥିବା ବେଳେ ଦୁଇଥର ତାମିଲନାଡୁ ରାଜ୍ୟ ଚଳଚିତ୍ର ପୁରସ୍କାର ହାସଲ କରିଛନ୍ତି ଅଜିତ୍। ଭିଲିଆନ୍(୨୦୦୨), ଅରମ୍ବମ୍(୨୦୧୩), ବୀରମ୍(୨୦୧୪), ଭେଦଲମ୍(୨୦୧୫) ଏବଂ ଭିଭେଗମ୍(୨୦୧୭) ଜରିଆରେ ଅଜିତ୍ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ନିକଟରେ ବିଶ୍ବାସମ୍ ୨୦୦ କୋଟି ବ୍ୟବସାୟ କରିଥିବା ବେଳେ ପିଙ୍କର ତାମିଲ୍ ରିମେକ୍ ନେରକୋଣ୍ଡା ପାର୍ବାଇରେ ଅମିତାଭ ବଚ୍ଚନଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ଅଜିତ୍। ଫିଲ୍ମ କ୍ୟାରିୟର ବ୍ୟତିତ ଅଜିତ୍ ଜଣେ ପେଶାଦାର ରେସର୍। ଦିଲ୍ଲୀ, ଚେନ୍ନାଇ ଏବଂ ଚଣ୍ଡୀଗଡ ସହିତ ବିଭିନ୍ନ ଫର୍ମୁଲା-୨ ରେସ୍ରେ ଅଂଶଗ୍ରହଣ କରିଛନ୍ତି।