ରାଜ୍ୟରେ ମେ ୧୫ ଯାଏଁ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ କିଛି ସ୍ଥାନରେ ରେଳ ଚଳାଚଳ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଫାନୀ ସମୟରେ ରାଜ୍ୟରେ ଯେପରି କୈାଣସି ବ୍ୟକ୍ତି ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅବହେଳିତ ନ ହୁଏ ସେଥିପାଇଁ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବାତ୍ୟା ଫାନୀକୁ ଦୃଷ୍ଟିରେ ରଖି ମେ ୧୫ ଯାଏଁ ଛୁଟି ବାତିଲ କରାଯାଇଛି। ଏହା ସହ ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ନିଜ ଚିକିତ୍ସାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ କର୍ମଚାରୀଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବାକୁ ସିଡିଏମଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା କାଲି ସନ୍ଧ୍ୟାଠାରୁ କିଛି ଟ୍ରେନ୍ ବାତିଲ୍ କରାଯିବ ବୋଲି ଜଣାପଡିଛି। ଭଦ୍ରକରୁ ବିଶାଖାପଟନମ୍ ମଧ୍ୟରେ ଟ୍ରେନ୍ ଚଳାଚଳ ସ୍ଥଗିତ ରଖାଯିବାର ସମ୍ଭାବନା ରହିଛି। ସେହିପରି ଆସନ୍ତା କାଲିଠାରୁ ନନ୍ଦନକାନନକୁ ବନ୍ଦ ରଖିବାର ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୪ ତାରିଖ ଯାଏଁ ଏହାକୁ ବନ୍ଦ ରଖିବାର ନିଷ୍ପତ୍ତି ନିଆଯାଇଛି।
ଫାନୀ ପାଇଁ ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଭାଗ କର୍ମୀଙ୍କ ଛୁଟି ବାତିଲ, ରେଳ ଚଳାଚଳ ସ୍ଥଗିତ
Published:
May 1, 2019, 2:32 pm IST
Tags: