Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RajyasabhaElection»ନବୀନଙ୍କ ରାଜ୍ୟସଭା ପାଇଁ ସପ୍ରାଇଜ ପ୍ରାର୍ଥୀ ଏହି ନିରଞ୍ଜନ ବିଶି କିଏ ସେ ?
RajyasabhaElection

ନବୀନଙ୍କ ରାଜ୍ୟସଭା ପାଇଁ ସପ୍ରାଇଜ ପ୍ରାର୍ଥୀ ଏହି ନିରଞ୍ଜନ ବିଶି କିଏ ସେ ?

May 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବୀନଙ୍କ ରାଜ୍ୟସଭା ପାଇଁ ସପ୍ରାଇଜ ପ୍ରାର୍ଥୀ ଏହି ନିରଞ୍ଜନ ବିଶି କିଏ ସେ ?

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଖାଲିଥିବା ଚାରୋଟି ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ର ଅଛନ୍ତି। ଏହି ତିନିଜଣ ପୂର୍ଣ୍ଣ ସମୟ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହେବେ।

ତେବେ ସ୍ବଳ୍ପକାଳୀନ ଅର୍ଥାତ ସୁବାସ ସିଂଙ୍କ ସ୍ଥାନରେ ନବୀନ ଯାହାକୁ ବାଛିଛନ୍ତି ସେ ହେଉଛନ୍ତି ନିରଂଜନ ବିଶି। ଏହି ପ୍ରାର୍ଥୀଙ୍କୁ ନେଇ ରାଜ୍ୟ ରାଜନୀତିରେ ବେଶ ଆଲୋଚନା ହେଉଛି। କାରଣ ଏହି ନେତା କେବେ ବି କୌଣସି ପ୍ରସଂଗରେ ଚର୍ଚ୍ଚାରେ ନ ଥିଲେ। ଏପରିକି ସେ ଜଣେ ବିଜେଡି ନେତା ତାହା ମଧ୍ୟ ରାଜ୍ୟବାସୀଙ୍କୁ ଜଣା ନ ଥିଲା।

ହେଲେ ହଠାତ ନବୀନ ତାଙ୍କ ନାମ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଆସନ୍ତୁ ଜାଣିବା ଏହି ନେତା କିଏ ସେ ଏବଂ କେଉଁଠାରେ ରାଜନୀତି କରନ୍ତି। ନିରଂଜନ ବିଶି ହେଉଛନ୍ତି ବଲାଙ୍ଗୀରର ଜଣେ ତୁଙ୍ଗ ଆଦିବାସୀ ନେତା। ଯାହାଙ୍କର ସେଠାରେ ଏକ ବଡ ସଂଗଠନ ରହିଛି। ସେ ମଧ୍ୟ ଓଡିଶା ଆଦିବାସୀ ସଂଗଠନର ମହାସଚିବ ଅଛନ୍ତି।

ସେ କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ। ଏଥିପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତ ରହିଥିଲା। ମୁଖ୍ୟତଃ ବଲାଙ୍ଗୀର ତଥା ପଶ୍ଚିମ ଓଡିଶାରେ ଆଦିବାସୀଙ୍କୁ ସଂଗଠିତ କରିବାରେ ଏହି ନେତାଙ୍କ ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ। ବର୍ତ୍ତମାନ ବିଜେଡିର ପଶ୍ଚିମ ଓଡିଶାରେ ସଂଗଠନକୁ ସୁଦୃଢ କରିବା ପାଇଁ ତାଙ୍କୁ ଏହି ପଦବୀ ପ୍ରଦାନ କରିଛି।

ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ରହିଛି ପ୍ରଚ୍ଛନ୍ନ ହାତ। ସେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବାରେ ସକ୍ଷମ ହୋଇପାରିଛନ୍ତି। ଏ କଥାକୁ ମଧ୍ୟ ନିରଂଜନ ବିଶି ନିଜେ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ସୁଶାନ୍ତ ସିଂ ତାଙ୍କ ନାମକୁ ସୁପାରିଶ କରିଥିଲେ। ଫଳରେ ନବୀନ ତାଙ୍କ ନାମକୁ ମନୋନିତ କରିଛନ୍ତି।

ଏହାଦ୍ବାରା ନବୀନ ଗୋଟିଏ ବାଣରେ ଦୁଇଟି ଶିକାର କରିପାରିଛନ୍ତି। ପ୍ରଥମେ ଜଣେ ଆଦିବାସୀଙ୍କୁ ରାଜ୍ୟସଭାକୁ ପଠାଇଥିବା ବେଳେ ପଶ୍ଚିମ ଓଡିଶାରେ ଦଳର ସଂଗଠନକୁ ମଧ୍ୟ ମଜୁବୁତ କରିପାରିଛନ୍ତି।

ଓଡିଶାରେ ରାଜ୍ୟସଭା ନିର୍ବାଚନ ନିରଞ୍ଜନ ବିଶି ମାନସ ମଙ୍ଗରାଜ ରାଜ୍ୟସଭା ନିର୍ବାଚନ ସସ୍ମିତ ପାତ୍ର ସୁଲତା ଦେଓ
Share. Facebook Twitter LinkedIn Email WhatsApp Copy Link

Related Posts

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

ଚିନି ରପ୍ତାନି ଉପରେ ନିଷେଧାଜ୍ଞା ଜାରି କଲେ କେନ୍ଦ୍ର ସରକାର

May 14, 2026
Latest News

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.