ଭୁବନେଶ୍ବର: ନବୀନ ପଟ୍ଟନାୟକ ତାଙ୍କର ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରୁଛନ୍ତି। ଏହି ନୂଆ ମନ୍ତ୍ରୀ ମଣ୍ଡଳ ଆସନ୍ତାକାଲି ରବିବାରରେ ଶପଥ ନେବେ ବୋଲି ଜଣାପଡିଛି। ଏହି ନୂଆ ମନ୍ତ୍ରୀ ମଣ୍ଡଳ ପାଇଁ ନବୀନ ସମସ୍ତଙ୍କୁ ଇସ୍ତଫା ଦେବା ପାଇଁ କହିଛନ୍ତି। ସେହି ଅନୁସାରେ ସବୁ ମନ୍ତ୍ରୀ ସେମାନଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।
ତେବେ ଏଥର ନୂଆ ମନ୍ତ୍ରୀ ମଣ୍ଡଳରେ କେଉଁମାନେ ନୂଆ ସ୍ଥାନ ପାଇବେ ଏବଂ କେଉଁ ମନ୍ତ୍ରୀମାନେ ସେମାନଙ୍କର ପଦବୀ ବଜାଇ ରଖିବେ ସେ ନେଇ ଚାଲିଛି ଚର୍ଚ୍ଚା। ତେବେ ସୁତ୍ର ଅନୁସାରେ ବର୍ତ୍ତମାନ ଦଶ ଜଣ ସେମାନଙ୍କର ମନ୍ତ୍ରୀ ପଦ ବଜାଇ ରଖିବେ ବୋଲି ସମ୍ଭାବନା ରହିଛି। ସେମାନେ ହେଲେ
1- ନବ ଦାସ
2- ଦିବ୍ୟଶଙ୍କର ମିଶ୍ର
3- ଟୁକୁନି ସାହୁ
4- ପ୍ରତାପ ଜେନା
5- ଅରୁଣ ସାହୁ
6- ସୁଶାନ୍ତ ସିଂ
7-ରଣେନ୍ଦ୍ର ପ୍ରତାପ ସ୍ବାଇଁ
8-ସମୀର ରଂଜନ ଦାସ
9-ତୁଷାର ବେହେରା