କେଉଁ ନିଗମ ଅଧ୍ୟକ୍ଷ ତଥା ଉପଦେଷ୍ଠାଙ୍କୁ ହଟାଇଲେ ନବୀନ, ଜାଣନ୍ତୁ ସେମାନଙ୍କ ନାମ ପଦବୀ

Published: Jun 4, 2022, 11:42 pm IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିବା ପରେ ରାଜ୍ୟର ସମସ୍ତ ନିଗମ ତଥା ବିଭାଗୀୟ ଉପଦେଷ୍ଠା ପଦବୀକୁ ମଧ୍ୟ ରଦ୍ଦ କରିଛନ୍ତି। ଏ ନେଇ ଯୋଜନା ଓ ସମନ୍ବୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବୀନ ବିଭିନ୍ନ ନେତାଙ୍କୁ ଥଇଥାନ କରିବା ପାଇଁ 23 ବିଭାଗର ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଥିଲେ। ହେଲେ ଆଜି ଏହାକୁ ରଦ୍ଦ କରିଦେଇଛନ୍ତି। ସେମାନେ ହେଲେ

ଏଥିରୁ ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଅଦଳବଦଳ ସହିତ ନିଗମ ଅଧ୍ୟକ୍ଷ ପଦରେ ନୂଆ ନିଯୁକ୍ତି ଦେବେ। ଫଳରେ ପୁରା ସରକାରକୁ ଏକ ନୂଆ ରୂପ ଦେବା ପାଇଁ ନବୀନ ଚେଷ୍ଠା କରୁଛନ୍ତି। ତେବେ ପୂର୍ବପରି ଉପଦେଷ୍ଠା ପଦବୀ ରହିବ କି ନାହିଁ ତାହା ଜଣାପଡି ନାହିଁ।

Related posts